ETV Bharat / business

କେବଳ ITର ଶୀର୍ଷ ଅଧିକାରୀଙ୍କ ମଞ୍ଜୁରୀରେ ହେବ ଟିକସ ଚଢାଉ

author img

By

Published : Aug 13, 2020, 8:21 PM IST

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ନିର୍ଦ୍ଦେଶ ଦେଇଛି କି ଯାଞ୍ଚ ନିର୍ଦ୍ଦେଶାଳୟ ଓ ଟିଡିଏସର କମିଶନରେଟ ଭାବେ ପୋଷ୍ଟ ହୋଇଥିବା ଅଧିକାରୀ କେବଳ ଆଇଟି ଆକ୍ଟ 133 ଏ ଅଧିନରେ ସର୍ଭେ ପାୱାର ଉଦ୍ଦେଶ୍ୟରେ ଆୟକର ଅଥରିଟି ଭାବେ କାର୍ଯ୍ୟ କରିବେ । ଅଧିକ ପଢନ୍ତୁ..

କେବଳ ITର ଶୀର୍ଷ ଅଧିକାରୀଙ୍କ ମଞ୍ଜୁରୀରରେ ହେବ ଟିକସ ଚଢାଉ

ନୂଆଦିଲ୍ଲୀ: ଅନଧିକୃତ ଆୟକର ସର୍ବେକ୍ଷଣ ଏବଂ ଚଢାଉ ଉପରେ ଲଗାମ କଷିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ଆଦେଶ ଜାରି କରିଛନ୍ତି । ଏହା ଅନୁଯାୟୀ କେବଳ ଆୟକର ମହାନିର୍ଦ୍ଦେଶ ଇନଭେଷ୍ଟିଗେସନ୍) ଏବଂ ଆୟକର କମିଶନର (TDS) ଆଇଟି ଚଢାଉକୁ ମଞ୍ଜୁରୀ ଦେଇପାରିବେ ।

ଏକ ଆଦେଶରେ , କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ନିର୍ଦ୍ଦେଶ ଦେଇଛି କି ଯାଞ୍ଚ ନିର୍ଦ୍ଦେଶାଳୟ ଓ ଟିଡିଏସର କମିଶନରେଟ ଭାବେ ପୋଷ୍ଟ ହୋଇଥିବା ଅଧିକାରୀ କେବଳ ଆଇଟି ଆକ୍ଟ 133 ଏ ଅଧିନରେ ସର୍ଭେ ପାୱାର ଉଦ୍ଦେଶ୍ୟରେ ଆୟକର ଅଥରିଟି ଭାବେ କାର୍ଯ୍ୟ କରିବେ ।

ଆଦେଶରେ ଦର୍ଶାଯାଇଛି ଯେ, ଏହିପରି ସର୍ଭେ ଆକ୍ସନ u/s 133A ଅନୁମୋଦନ ପାଇଁ ଦକ୍ଷ କର୍ତ୍ତୃପକ୍ଷ ଯାଞ୍ଚ ୱିଙ୍ଗ ଓ ପିଆର ପାଇଁ ଡିଜିଟି (ଅନୁସନ୍ଧାନ) ଓ ଟିଡିଏସ ଚାର୍ଜ ପାଇଁ CCIT / CCIT (TDS) ଭାବେ ମାମଲା ହୋଇପାରେ ।

ଏହା ଲକ୍ଷ୍ୟ କରାଯାଇଛି କି, ଅଧିନିୟମର ଧାରା 133A ଅଧିନରେ ସର୍ଭେ ଆକ୍ସନ ଏକ ଅନୁପ୍ରବେଶକାରୀ କାର୍ଯ୍ୟ । ଏହା ସମ୍ପୂର୍ଣ୍ଣ ଦାୟିତ୍ବ ଏବଂ ଉତ୍ତରଦାୟିତ୍ୱ ସହିତ କରାଯିବା ଉଚିତ ବୋଲି ଆଶା କରାଯାଉଛି ।

ଆୟକର ଅଧିନିୟମର ଧାରା 133A ଅନୁଯାୟୀ, ଜଣେ ଆୟକର ଅଧିକାରୀ କିମ୍ବା ଆୟକରର କୌଣସି ଅଥରିଟି ଇନ୍ସପେକ୍ଟର ଙ୍କୁ ପ୍ରଦାନ ସୀମା ମଧ୍ୟରେ ସେ କୌଣସି ସ୍ଥାନକୁ ପ୍ରବେଶ କରିପାରିବେ ।

ସମ୍ବନ୍ଧିତ ଅଧିରକାରୀ ଖାତା ବା ଅନ୍ୟ ଦସ୍ତାବିଜଦକୁ ମଧ୍ୟ ନିରୀକ୍ଷଣ କରିପାରିବ ।

ଅନ୍ୟ ଏକ ଆଦେଶରେ ସିବିଡିଟି ନିର୍ଦ୍ଦେଶ ଦେଇଛି ଯେ ଫେସଲେସ ଆସେସମେଣ୍ଟ ସ୍କିମ୍ 2019 ମାଧ୍ୟମରେ ସମସ୍ତ ମୂଲ୍ୟାଙ୍କନ ଆଦେଶ ଜାତୀୟ ଇ-ଆସେସମେଣ୍ଟ ସେଣ୍ଟର ଦ୍ୱାରା ପାରିତ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.