ନୂଆଦିଲ୍ଲୀ: ବିଭିନ୍ନ ମଡେଲର କାର ଦାମ ବଢାଇଲା ଟାଟା ମୋଟର୍ସ । ଶନିବାର ଠାରୁ ନୂଆ ଦାମ ଲାଗୁ ହୋଇଛି । କାର ନିର୍ମାତା କମ୍ପାନୀର ଅଫିସିଆଲ ୱେବସାଇଟରେ ବି ନୂଆ ଦାମ ଅପଡେଟ କରିଛନ୍ତି ।
ଟାଟା ମୋଟର୍ସ ଭାରତ ବଜାରକୁ ଆଣିଥିବା ସମସ୍ତ ପ୍ରକାରର କାର ବୃଦ୍ଧି କରିବାକୁ ଘୋଷଣା କରିଥିଲା । ମୂଲ୍ୟ ବୃଦ୍ଧି 10,000 ରୁ 36,000 ଟଙ୍କା ମଧ୍ୟରେ ରହିଛି । ତେବେ ବିଗତ କିଛି ଦିନରେ କିଛି ସ୍ବତନ୍ତ୍ର ମଡେଲଗୁଡିକରେ ମୂଲ୍ୟ ବୃଦ୍ଧି କରିବାକୁ ଅନ୍ୟ କାର ନିର୍ମାତାଙ୍କ ନିଷ୍ପତ୍ତି ମଧ୍ୟରେ ଟାଟା ମୋଟର୍ସର ଏଭଳି ଘୋଷଣା ହୋଇଛି ।
ଟାଟା ମୋଟର୍ସ ଏହାର ନିଷ୍ପତ୍ତି ପଛରେ ଏକ ପ୍ରମୁଖ କାରଣ ପାଇଁ କଞ୍ଚାମାଲ ମୂଲ୍ୟ ବୃଦ୍ଧିକୁ ଦାୟୀ କରିଛି । ତେବେ କମ୍ପାନୀ କହିଛି ଯେ ମେ 7ରୁ କିମ୍ବା ଏହା ପୂର୍ବରୁ ହୋଇଥିବା ବୁକିଂ ଉପରେ ବର୍ଦ୍ଧିତ ଦାମ ପ୍ରଭାବିତ ହୋଇନାହିଁ ।
ଟାଟା ନେକ୍ସନ , ଟାଟା ଟିୟାଗୋ , ଟାଟା ଅଲ୍ଟ୍ରୋଜ , ଟାଟା ହାରିଅର ଏସୟୁଭି , ଟାଟା ସଫାରୀ ଏସୟୁଭି , ଟାଟା ଟିଗୋର ଆଦି ମଡେଲ ଦାମ ବୃଦ୍ଧି ହୋଇଛି ।