ETV Bharat / business

ଏୟାରଇଣ୍ଡିଆର ଏକମାତ୍ର ପ୍ରତିଯୋଗୀ ଟାଟା ଗ୍ରୁପ - ଏୟାର ଇଣ୍ଡିଆ ନୀଲାମି

କୋଭିଡ-19 ସଙ୍କଟ ଓ ଲକଡାଉନ ପ୍ରଭାବରେ ବିମାନ ସେବାରେ ପଡିଥିବା ପ୍ରଭାବ ଓ ପର୍ଯ୍ୟଟନ କ୍ଷେତ୍ରର ସ୍ଥିତିକୁ ଦେଖି ଏୟାର ଇଣ୍ଡିଆ କିଣିବାକୁ ସଙ୍କୋଚ କରୁଛନ୍ତି ବିଡର । ହେଲେ ଏକମାତ୍ର ଦାବେଦାର ଟାଟା ଗ୍ରୁପ ଏୟାର ଇଣ୍ଡଆ କିଣିବା ପାଇଁ ଇଚ୍ଛୁକ ରହିଛି । ଅଧିକ ପଢନ୍ତୁ..

ଏୟାରଇଣ୍ଡିଆର  ଏକମାତ୍ର ପ୍ରତିଯୋଗୀ ଟାଟା ଗ୍ରୁପ

author img

By

Published : Jul 9, 2020, 1:22 PM IST

ନୂଆଦିଲ୍ଲୀ: ଏୟାରଇଣ୍ଡିଆ କିଣିବା ପାଇଁ ଏକମାତ୍ର ବିଡର ଟାଟା ଗ୍ରୁପ୍ ରହିଛି । ଏପଟେ ବିଡ ତାରିଖ ଦାଖଲ ସମୟସୀମା ଆଉ ମାତ୍ର 1 ମାସ ରହିଛି । ଏୟାରଲାଇନ ବ୍ୟବସାୟରେ ପୂର୍ବରୁ ହିଁ ଉପସ୍ଥିତ ଥିବା ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ କିଣିବାକୁ ଆଗ୍ରହ ଦେଖାଇଛି । ଯାହା ଏକଦା ଟାଟା ପାଖରେ ଥିଲା।

ଅନ୍ୟ ବିଡରମାନଙ୍କର ବିଷୟରେ ଅଧିକ ବିବରଣୀ ଧାର୍ଯ୍ୟ ପ୍ରକ୍ରିୟା ମାଧ୍ୟମରେ ଜଣା ପଡିବ । ତେବେ କୋଭିଡ -19 ମହାମାରୀ ଏବଂ ଲକଡାଉନ ମଧ୍ୟରେ ବିମାନ ଯାତ୍ରା ଠପ ଓ ପର୍ଯ୍ୟଟନରେ ବ୍ୟାଘାତ ହେତୁ ବିଶ୍ୱବ୍ୟାପୀ ବିମାନ କମ୍ପାନୀମାନେ ଗୁରୁତର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏୟାର ଇଣ୍ଡିଆ ବିଡରେ ଯୋଗଦେବାକୁ ବିଡର ମନା କରିଦେଇଛନ୍ତି।

ତେବେ ଟାଟା ଗ୍ରୁପ ବିଡକୁ ଆଗକୁ ବଢାଇପାରେ । ଯେତେବେଳେ କି ଏହାର ମିଳିତ ଉଦ୍ୟୋଗ ଏୟାରଲାଇନ ସିଙ୍ଗାପୁର ଏୟାରଲାଇନ୍ସ କୋଭିଡ -19 ଚିନ୍ତା କାରଣରୁ ଏୟାର ଇଣ୍ଡିଆର ବିଡରେ ଯୋଗଦେବାକୁ ମନା କରିଦେଇଛି । କିନ୍ତୁ ଏହି ଗ୍ରୁପ ଏବେ ଏୟାରଲାଇନ୍ସକୁ ଉଚିତ ମହତ୍ବ ଦେଉଛି ।

ବିଡର ଅନ୍ତିମ ସମୟସୀମା ଅଗଷ୍ଟ 31 ରହିଛି । ଏପେଟ ସରକାର ମଧ୍ୟ ଏହି ତାରିଖ ବୃଦ୍ଧି କରିବା ସପକ୍ଷରେ ନାହାନ୍ତି । କାରଣ ଏୟାରଇଣ୍ଡିଆ କୋଭିଡ-19 ର ବହୁତ ପୂର୍ବରୁ ଗୁରୁତର ଆର୍ଥିକ ସଙ୍କଟର ସାମ୍ନା କରୁଛି । ମହାମାରୀ ପ୍ରଭାବ , ବିଶେଷ କରି ବିମାନ କ୍ଷେତ୍ରରେ ଲାଗୁ ପ୍ରତିବନ୍ଧକ ଏବେ ଏହାର ସ୍ଥିତି ଆହୁରି ସଙ୍କଟାପନ୍ନ କରିଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.