ETV Bharat / business

ଟାଟାର ଟୋକେଇରେ ବିଗ ବାସ୍କେଟ, ରିଟେଲ ମାର୍କେଟରେ ଅମ୍ବାନୀଙ୍କ ସହ ସିଧା ଟକ୍କର - ବିଗ ବାସ୍କେଟ

ବିଗବାସ୍କେଟର ବଡ ଅଂଶ ଅଧିଗ୍ରହଣ କରିଲା ଟାଟା ଗ୍ରୁପ । ଏହି ଡିଲ ସହିତ ରିଲାଏନ୍ସ ରିଟେଲ, ଆମାଜନ, ଫ୍ଲିପକାର୍ଟ ଭଳି ବଡ କମ୍ପାନୀ ସହ ଟକ୍କର ଦେବାର ରାସ୍ତା ପ୍ରଶସ୍ତ ହୋଇଛି । ଅଧିକ ପଢନ୍ତୁ..

ଟାଟାର ଟୋକେଇରେ ବିଗବାସ୍କେଟ, ରିଟେଲ ମାର୍କେଟରେ ଅମ୍ବାନୀଙ୍କ ସହ ସିଧା ଟକ୍କର

author img

By

Published : May 28, 2021, 10:10 PM IST

ନୂଆଦିଲ୍ଲୀ: ଅନଲାଇନ ଗ୍ରୋସରୀ ବିଗବାସ୍କେଟରେ ବୃହତ ଅଂଶ ତଥା ମେଜୋରିଟି ଷ୍ଟକ ଅଧିଗ୍ରହଣ କରିଛି ଟାଟା ସନ୍ସ ପ୍ରାଇଭେଟ ଲିମିଟେଡର ଟାଟା ଡିଜିଟାଲ । ଏହି ଡିଲ୍‌ ସହିତ ଟାଟା ପାଇଁ ଦେଶର ସବୁଠୁ ବଡ ଉଦ୍ୟୋଗ ସଂସ୍ଥା ଟାଟା ଗ୍ରୁପ ଏବେ ରିଟେଲ ସେକ୍ଟରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ, ଆମାଜନ, ଫ୍ଲିପକାର୍ଟ ଭଳି ବଡ କମ୍ପାନୀ ସହ ଟକ୍କର ଦେବାର ରାସ୍ତା ପ୍ରଶସ୍ତ ହୋଇଛି ।

ଟାଟା ଡିଜିଟାଲ ଆର୍ଥିକ ଚୁକ୍ତି ନେଇ କୌଣସି ସୂଚନା ଦେଇନାହିଁ । ହେଲେ ରେଗୁଲେଟରୀ ଫାଇଲିଙ୍ଗ ଅନୁଯାୟୀ କମ୍ପାନୀ ବିଗବାସ୍କେଟରେ ପାଖାପାଖି 64 ପ୍ରତିଶତ ଅଂଶଧନ କ୍ରୟ କରିଛି ।

ସୂଚନା ଅନୁଯାୟୀ, ଚଳିତ ସପ୍ତାହ ଏହି ଡିଲ୍‌କୁ ମଞ୍ଜୁରୀ ଦେଇଥିଲା ବିଗବାସ୍କେଟ । ଆଉ ଟାଟା ଡିଜିଟାଲ ବେଙ୍ଗାଲୁରୁର ଏହି ଷ୍ଟାର୍ଟଅପ କମ୍ପାନୀରେ ପ୍ରଥମ ପର୍ଯ୍ୟାୟରେ 20 କୋଟି ଡଲାରର ନିବେଶ କରିଛି ।

ବିଗବାସ୍କେଟରେ ସର୍ବାଧିକ ଶେୟାର ହୋଲ୍ଡର ଚୀନର ଅଲୀବାବା ଗ୍ରୁପ ଓ ଏକ୍ଟିସ ଏଲଏଲପି ଏଥିରୁ ବାହାରିଯାଇଛନ୍ତି । ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ(CCI) ଗତ ମାସ ଏହି ଡିଲ୍‌କୁ ମଞ୍ଜୁରୀ ପ୍ରଦାନ କରିଥିଲା ।

ଡିଜିଟାଲ ବିଜନେସ ଉପରେ ଏବେ ଜୋର ଦେଉଛି ଟାଟା କମ୍ପାନୀ । ବିଗବାସ୍କେଟ ଓ ଅନଲାଇନ ଫାର୍ମାସି 1mg ପରେ ଟାଟା ଗ୍ରୁପର ନଜର ଏବେ ଫିଟନେସ ଷ୍ଟାର୍ଟଅପ କ୍ୟୁଓରଫିଟ

ଉପରେ ରହିଛି । ସୂଚନା ଅନୁଯାୟୀ, Curefit ପ୍ରତିଷ୍ଠାତା ମୁକେଶ ବଂସଲଙ୍କ ସହ ଟାଟା ଗ୍ରୁପର ଆଲୋଚନା ଚାଲିଛି । ତାଙ୍କୁ ଟାଟାର ଡିଜିଟାଲ ବିଜନେସରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ହସ୍ତାନ୍ତର କରାଯାଇପାରେ । ବଂସଲ ଅନଲାଇନ ରିଟେଲର ମିନ୍ତ୍ରାର କୋଫୋଉଣ୍ଡର ମଧ୍ୟ ଅଛନ୍ତି ।

ଟାଟାର ନିଜ ଡିଜିଟାଲ ବିଜନେସକୁ ଏକ ପ୍ଲଟଫର୍ମକୁ ଆଣିବା ପାଇଁ ସୁପର ଆପ ଲଞ୍ଚ କରିବାର ଯୋଜନା ରହିଛି । ଗ୍ରୋସୋରୀ ଇ-କମର୍ସରେ ଏକ ବଡ ଗୋଟି ଚାଳନା କରିବା ସହିତ ଟାଟା ଗ୍ରୁପ ହେଲ୍‌ଥ କେୟାର ଓ ଫିଟନେସରେ ମଧ୍ୟ ନିବେଶ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.