ETV Bharat / business

ତାମିଲନାଡୁ ଲାଗୁ କଲା ‘ୱାନ ନେସନ ୱାନ ରାସନ କାର୍ଡ’ ସଂସ୍କାର - ଏକ ଦେଶ ଏକ ରାସନ କାର୍ଡ

ତାମିଲନାଡୁ ବ୍ୟୟ ବିଭାଗ ଦ୍ବାରା ନିର୍ଦ୍ଧାରିତ ସାର୍ବଜନୀକ ବିତରଣ ପ୍ରଣାଳୀ (ପିଡିଏସ) ସୁଧାରକୁ ସଫଳତାପୂର୍ବକ ପୂରା କରିଥିବା ଦେଶର 11 ତମ ରାଜ୍ୟ ହୋଇଛି । ଅର୍ଥମନ୍ତ୍ରାଳୟ ଏ ନେଇ ସୂଚନା ଦେଇଛି । ଅଧିକ ପଢନ୍ତୁ..

ତାମିଲନାଡୁ ଲାଗୁ କଲା ‘ୱାନ ନେସନ ୱାନ ରାସନ କାର୍ଡ’  ସଂସ୍କାର

author img

By

Published : Jan 15, 2021, 9:08 PM IST

ନୂଆଦିଲ୍ଲୀ: ଆଶ୍ବସ୍ତିକର ଖବର ! ଆଉ ଏକ ରାଜ୍ୟ ଲାଗୁ କଲା ‘ ୱାନ ନେସନ ୱାନ ରାସନ କାର୍ଡ ’ ବା ଏକ ଦେଶ ଏକ ରାସନ କାର୍ଡ ସୁଧାରକୁ । ଏଭଳି ସଂସ୍କାରକୁ ଆପଣାଇଛି ତାମିଲନାଡୁ । ଏହାକୁ ମିଶାଇ 11 ଟି ରାଜ୍ୟ ୱାନ ନେସନ ୱାନ ରାସନ କାର୍ଡ ସଂସ୍କାରକୁ ଗ୍ରହଣ କଲେଣି ।

ତେବେ କେନ୍ଦ୍ର ସରକାର ଏହି ସଂସ୍କାରକୁ ପୂରା କରୁଥିବା ରାଜ୍ୟକୁ 30,709 କୋଟି ଟଙ୍କା ଋଣ ଅତିରିକ୍ତ ଏକତ୍ର ପାଇଁ ଅନୁମତି ଦେଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଏ ନେଇ ସୂଚନା ଦେଇଛି ।

ଅର୍ଥମନ୍ତ୍ରାଳୟ କହିଛି ଯେ, ତାମିଲନାଡୁ ବ୍ୟୟ ବିଭାଗ ଦ୍ବାରା ନିର୍ଦ୍ଧାରିତ ସାର୍ବଜନୀକ ବିତରଣ ପ୍ରଣାଳୀ (ପିଡିଏସ) ସୁଧାରକୁ ସଫଳତାପୂର୍ବକ ପୂରା କରିଥିବା ଦେଶର 11 ତମ ରାଜ୍ୟ ହୋଇଛି । ଏହା ପରେ ରାଜ୍ୟ ଖୋଲା ବଜାରରୁ 4,813 କୋଟି ଟଙ୍କା ଅତିରିକ୍ତ ଆର୍ଥିକ ସମ୍ପଦ ଏକତ୍ର ପାଇଁ ଯୋଗ୍ୟ ହୋଇଛି । ବ୍ୟୟ ବିଭାଗ ରାଜ୍ୟକୁ ଏହାର ଅନୁମତି ଦେଇଦେଇଛି ।

ତେବେ ପୂର୍ବରୁ ଯେଉଁ ସବୁ ଅନ୍ୟ ରାଜ୍ୟ ଏହି ସୁଧାରକୁ ସଫଳତାର ସହ ସମ୍ପୁର୍ଣ୍ଣ କରିଛି ସେଥିରେ ଆନ୍ଧ୍ର ପ୍ରଦେଶ, ଗୋଆ, ଗୁଜୁରାତ, ହରିୟାଣା , କର୍ଣ୍ଣାଟକ, କେରଳ , ମଧ୍ୟପ୍ରଦେଶ, ତେଲେଙ୍ଗାନା, ତ୍ରିପୁରା ଓ ଉତ୍ତରପ୍ରଦେଶ ସାମିଲ ଅଛି ।

ଏହାର ସବୁଠୁ ଅଧିକ ଫାଇଦା ଉତ୍ତରପ୍ରଦେଶକୁ ମିଳିଛି । ରାଜ୍ୟକୁ ଏହାର ସୁବିଧା ଅଧିନରେ 4,851 କୋଟି ଟଙ୍କାର ଅତିରିକ୍ତ ଋଣ ଏକତ୍ର ପାଇଁ ଅନୁମତି ମିଳିଛି । କର୍ଣ୍ଣାଟକକୁ 4,509 କୋଟି ଟଙ୍କା ତଥା ଗୁଜୁରାଟକୁ 4,352 କୋଟି ଟଙ୍କା ଅତିରିକ୍ତ ଋଣ ଏକତ୍ର ପାଇଁ ଅନୁମତି ମିଳିଛି ।

କୋଭିଡ-19 ମହାମାରୀ ଚ୍ୟାଲେଞ୍ଜ ମଧ୍ୟରେ କେନ୍ଦ୍ର ସରକାର ମେ ମାସରେ ରାଜ୍ୟର ଋଣ ନେବା ସୀମାକୁ ମୋଟ ଘରୋଇ ଉତ୍ପାଦ (ଜିଏସଡିପି)ର 2 ପ୍ରତିଶତ ଯାଏଁ ବଢାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.