ETV Bharat / business

ମାଗଣା ସର୍ଭିସ ଓ ୱାରେଣ୍ଟି ଅବଧି ବଢାଇଲା ସୁଜୁକି ମୋଟରସାଇକେଲ - ସୁଜୁକି ମୋଟରସାଇକେଲ

ସୁଜୁକି ମୋଟରସାଇକେଲ ଗ୍ରାହକଙ୍କ ପାଇଁ ଖୁସି ଖବର । ମାଗଣା ସର୍ଭିସ ସହ ୱାରେଣ୍ଟି ବଢାଇଲା ସୁଜୁକି ମୋଟରସାଇକେଲ । ଅଧିକ ପଢନ୍ତୁ..

ମାଗଣା ସର୍ଭିସ ଓ ୱାରେଣ୍ଟି ଅବଧି ବଢାଇଲା ସୁଜୁକି ମୋଟରସାଇକେଲ

author img

By

Published : May 20, 2021, 8:05 PM IST

ନୂଆଦିଲ୍ଲୀ: ବଜାଜ ଅଟୋ, ହୋଣ୍ଡା ପରେ ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (SMIPL) ଗ୍ରାହକଙ୍କୁ ଦେଖିଛି ଆଶ୍ବସ୍ତି । କମ୍ପାନୀ ଏହାର ଦୁଇଚକିଆ ଯାନ ଉପରେ ମାଗଣା ସର୍ଭିସ, ୱାରେଣ୍ଟି ଅବଧି ବୃଦ୍ଧି ଘୋଷଣା କରିଛି ।

ଭାରତରେ ସୁଜୁକି ଗ୍ରାହକଙ୍କ ସୁବିଧା ପାଇଁ କମ୍ପାନୀ କହିଛି କି, ଯେଉଁ ଗ୍ରାହକଙ୍କ ମାଗଣା ସର୍ଭିସ ବା ୱାରେଣ୍ଟିର ଅବଧି 2021 ଏପ୍ରିଲ ପହିଲାରୁ ମେ 31 ମଧ୍ୟରେ ଶେଷ ହେଉଛି, ସେମାନେ ଏବେ ଏହି ସେବାର ଲାଭ 2021 ଜୁଲାଇ 15 ଯାଏଁ ନେଇପାରିବେ ।

କୋରୋନା ମହାମାରୀ ପ୍ରତିହିତ ପାଇଁ ବହୁ ରାଜ୍ୟରେ ଲକଡାଉନ ଲାଗୁ ହୋଇଛି । ଫଳରେ ଯାତାୟତ ଠପ ରହିଛି । ଏଣୁ ଗ୍ରାହକଙ୍କ ପାଇଁ ସବୁ ସେବା ଲାଭ ଉଠାଇବା କଷ୍ଟକର ହୋଇଛି । ଏଣୁ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସୁଜୁକି ମୋଟରସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପ୍ରମୁଖ ସତୋଶୀ ଉଚିଦା ଏହି ସବୁ ସେବା ଅବଧି ବଢାଇବାକୁ କହିଛନ୍ତି ।

ପ୍ରକାଶ ଯେ, ପୂର୍ବରୁ ହୋଣ୍ଡା ଓ ବଜାଜ ଅଟୋ ପକ୍ଷରୁ ଗ୍ରାହକଙ୍କ ସୁବିଧା ଲାଗି ମାଗଣା ସର୍ଭିସ ଅବଧି ଓ ୱାରେଣ୍ଟିକୁ ବଢାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.