ETV Bharat / business

ସେପ୍ଟେମ୍ବର 30 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

author img

By

Published : Aug 31, 2020, 2:51 PM IST

ସେପ୍ଟେମ୍ବର 30 ଯାଏଁ ବନ୍ଦ ରହିବ ଅନ୍ତର୍ଜାତୀୟ ଯାତ୍ରୀବିମାନ ସେବା । ହେଲେ ଡିଜିଏସ ଦ୍ବାରା ଅନୁମୋଦିତ ବିମାନ ଓ କୋର୍ଗୋ ବିମାନ ଚଳାଚଳ କଟକଣାମୁକ୍ତ ରହିବ । ଅଧିକ ପଢନ୍ତୁ...

ସେପ୍ଟେମ୍ବର 30 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ
ସେପ୍ଟେମ୍ବର 30 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବାତିଲ

ନୂଆଦିଲ୍ଲୀ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଯାତ୍ରୀ ବିମାନ ସେବା ନିଲମ୍ବନ ଅବଧିକୁ ବଢାଯାଇଛି । ସେପ୍ଟେମ୍ବର 30 ଯାଏଁ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ଯାତ୍ରୀ ବିମାନ ଉଡାଣ ବନ୍ଦ ରହିବ । ସୋମବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏ ନେଇ ସୂଚନା ଦେଇଛି ।

ତେବେ କେସ୍-ଟୁ-କେସ ଆଧାରରେ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ମନୋନୀତ ରୁଟରେ ନିର୍ଦ୍ଧାରିତ ଆନ୍ତର୍ଜାତିକ ବିମାନକୁ ଅନୁମତି ଦିଆଯାଇପାରେ। ଏ ନେଇ ଡିଜିସିଏର ସର୍କୁଲାରରେ ଦର୍ଶାଇଛି ।

କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ 23ରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ସରକାର କଟକଣା ଲଗାଇଛନ୍ତି ।

ତେବେ ଏହି ସମୟ ମଧ୍ୟରେ ବନ୍ଦେ ଭାରତ ମିଶନ ଅଧୀନରେ ଏବଂ ଜୁଲାଇ ମାସରୁ ଅନ୍ୟ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ଏୟାର ବବଲ ବ୍ୟବସ୍ଥା ମାଧ୍ୟମରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ ଚାଲିଛି ।

ଏଥିସହ ସର୍କୁଲାରରେ କୁହାଯାଇଛି କି, ସମସ୍ତ ଅନ୍ତର୍ଜାତୀୟ କାର୍ଗୋ ଅପରେସରେ ଏହି କଟକଣା ଲାଗୁ ହେବ ନାହିଁ । ଏଥିସହ ଡିଜିସିଏ ଦ୍ବାରା ଅନୁମୋଦିତ ସ୍ବତନ୍ତ୍ର ବିମାନ ପାଇଁ ମଧ୍ୟ ଏହି ପ୍ରତିବନ୍ଧକ ଲାଗୁ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.