ETV Bharat / business

ଟେଲିକମ୍ କମ୍ପାନୀକୁ ଶକ୍ତ ଝଟକା, 3ମାସରେ ଭରିବେ 92ହଜାର କୋଟି

ବକେୟା ଭରିବାକୁ ଟେଲିକମ କମ୍ପାନୀଙ୍କୁ 3 ମାସ ସମୟ ଦେଲେ ସୁପ୍ରିମକୋର୍ଟଙ୍କ । ଦୂରସଞ୍ଚାର ବିଭଗକୁ ତୁରନ୍ତ ଦିଆଯାଉ 92 ହଜାର କୋଟି ଟଙ୍କା ।

ପ୍ରତିକାତ୍ମକ ଫଟୋ
author img

By

Published : Oct 26, 2019, 5:18 PM IST

ନୂଆଦିଲ୍ଲୀ: ଘରୋଇ ଟେଲିକମ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ । 3 ମାସ ଭିତରେ ଦୂରସଞ୍ଚାର ବିଭାଗର ବକେୟା 92 ହଜାର କୋଟି ଟଙ୍କା ଭରିବାକୁ ହେବ । ସର୍ବୋଚ୍ଚ କୋର୍ଟଙ୍କ ଏହି ଆଦେଶରେ ଭୋଡାଫୋନ , ଆଇଡିଆ ଓ ଏୟାରଟେଲ ଭଳି କମ୍ପାନୀଙ୍କୁ ଶକ୍ତ ଝଟକା ଲାଗିଛି ।

ଭୋଡାଫୋନ ଓ ଆଇଡିଆ 39 ହଜାର କୋଟି ଦେବାକୁ ଥିବା ବେଳେ ଏୟାରଟେଲ ଉପରେ ଲାଇସେନ୍ସ ଫି ଓ ସ୍ପେକ୍ଟ୍ରମ ୟୁଜର୍ସ ଚାର୍ଜ (SUC) ଲାଗି 41 ହଜାର କୋଟି ଟଙ୍କା ବାକି ରହିଛି । ତେବେ ବାକି ସୁଝିବାକୁ ନେଇ ଦିଆଯାଇଥିବା ଡେଡଲାଇନ ଉପରେ କିଛି ମଧ୍ୟ ନ କହିବାକୁ କିମ୍ବା ସଫେଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ରୋକଠୋକ ମନା କରିଦେଇଛନ୍ତି ।

ସେହିପରି ଟାଟା ଟେଲିସର୍ଭିସ ଉପରେ 13 ହଜାର କୋଟି ଟଙ୍କାର ବକେୟା ରହିଛି । କିନ୍ତୁ ଅଧିକ କ୍ଷତି ସହିବା ପରେ କମ୍ପାନୀ ତାର ସବୁ ଅଂଶଧନ ଏୟାରଟେଲକୁ ବିକ୍ରି କରିଦେଇଥିଲା ।

ତେବେ କେନ୍ଦ୍ର ସରକାର ଏନେଇ ଡିମାଣ୍ଡ ନୋଟିସ ଜାରି କରିବେ । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ମାମଲା କୋର୍ଟରେ ଥିଲା । ଆଉ ଏହାର ନିଷ୍ପତ୍ତି ମଧ୍ୟ ସୁପ୍ରିମକୋର୍ଟଙ୍କ । ଏଥିଯୋଗୁଁ ଏ ନେଇ ସରକାର କିଛି ମଧ୍ୟ କରିପାରିବେ ନାହିଁ । ପ୍ରଥମରୁ ଟେଲିକମ ଇଣ୍ଡ୍ରଷ୍ଟ୍ରି ଉପରେ 7 ଲକ୍ଷ କୋଟି ଟଙ୍କା ଋଣ ରହିଛି । ଏଥିଯୋଗୁଁ ସରକାର ମଧ୍ୟ ଚାହୁଁନାହାନ୍ତି ଯେ, ବର୍ତ୍ତମାନ ସମୟରେ ସେମାନଙ୍କ ଉପରେ ଅଚାନକ ଏତେ ବଡ ବୋଝ ପଡୁ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.