ETV Bharat / business

ମହଙ୍ଗା ହେବ ମୋବାଇଲ ସେବା !

author img

By

Published : Aug 25, 2020, 12:50 PM IST

ମିତ୍ତଲ କହିଛନ୍ତି ଯେ ଡିଜିଟାଲ ସାମଗ୍ରୀର ବ୍ୟବହାର ଉପରେ ଉପଭୋକ୍ତା ପ୍ରତି ହାରାହାରି ଆୟ (ARPU) ଆସନ୍ତା ଛଅ ମାସ ମଧ୍ୟରେ 200 ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ ରହିଛି। ଅଧିକ ପଢନ୍ତୁ..

ମହଙ୍ଗା ହେବ ମୋବାଇଲ ସେବା !
ମହଙ୍ଗା ହେବ ମୋବାଇଲ ସେବା !

ନୂଆଦିଲ୍ଲୀ: ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ମିତ୍ତଲ ଆସନ୍ତା 6 ମାସରେ ମୋବାଇଲ ସେବା ଶୁଳ୍କ ବୃଦ୍ଧି ନେଇ ସଙ୍କେତ ଦେଇଛନ୍ତି । କମ ଦାମରେ ଇଣ୍ଟରନେଟ ଲମ୍ବା ସମୟ ଧରି ଉପଲବ୍ଧ କରିବା ଦୂରସଞ୍ଚାର ଉଦ୍ୟୋଗ ପାଇଁ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।

ମାସିକ 160 ଟଙ୍କାରେ 16 ଜିବି ଇଣ୍ଟନେଟ ଡାଟା ବ୍ୟବହାର ହେଉଛି । ଏଭଳି ଶସ୍ତା ଦରକୁ ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି । ଭାରତୀ ଏଣ୍ଟରପ୍ରାଇଜେସ୍ କାର୍ଯ୍ୟନିର୍ବାହୀ ଅଖିଲ ଗୁପ୍ତାଙ୍କ ଏକ ପୁସ୍ତକ ପ୍ରକାଶନରେ ଯୋଗଦେଇ ଏ ନେଇ ମତ ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି, ‘‘ଏତେ କମ ମୂଲ୍ୟରେ ଆପଣ 1.6 ଜିବି ଇଣ୍ଟରନେଟ କ୍ଷମତା ଉପଭୋଗ କରନ୍ତୁ କିମ୍ବା ଅଧିକ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତୁତ ରୁହନ୍ତୁ। ଆମେ ଚାହୁନୁ କି ଆପଣ ଆମେରିକା ଓ ୟୁରୋପ ଭଳି 50 ରୁ 60 ଟଙ୍କା ଖର୍ଚ୍ଚ କରନ୍ତୁ, କିନ୍ତୁ ଗୋଟିଏ ମାସରେ ଦୁଇ ଡଲାରରେ 16 ଜିବି ଇଣ୍ଟରନେଟ ଯେକୌଣସି ପରିସ୍ଥିତିରେ ବି ଶିଳ୍ପ ପାଇଁ ସମ୍ଭବ ନୁହେଁ।

ମିତ୍ତଲ କହିଛନ୍ତି ଯେ ଡିଜିଟାଲ ସାମଗ୍ରୀର ବ୍ୟବହାର ଉପରେ ଉପଭୋକ୍ତା ପ୍ରତି ହାରାହାରି ଆୟ (ARPU, Average revenue per user) ଆସନ୍ତା ଛଅ ମାସ ମଧ୍ୟରେ 200 ଟଙ୍କା ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ARPU ହେଉଛି ଏକ ଟେଲିକମ କମ୍ପାନୀଙ୍କୁ ଉପଭୋକ୍ତା ପ୍ରତି ହେଉଥିବା ରାଜସ୍ୱର ମାପ ।

"ଆମକୁ 300 ଟଙ୍କା ଏଆରପିୟୁ ଦରକାର, ଏହି ସିଷ୍ଟମରେ ମଧ୍ୟ ଆପଣଙ୍କ ପାଖରେ ପ୍ରତି ମାସରେ 100 ଟଙ୍କାରେ ଯଥେଷ୍ଟ ପରିମାଣର ଇଣ୍ଟରନେଟ ମିଳିବ। କିନ୍ତୁ ଯଦି ଆପଣ ଅଧିକାଂଶ ସମୟ ଟିଭି, ଚଳଚ୍ଚିତ୍ର, ମନୋରଞ୍ଜନ ଏବଂ ଅନ୍ୟାନ୍ୟ ସବୁ ଦେଖିବାରେ ଏହାକୁ ଖର୍ଚ୍ଚ କରନ୍ତି, ତେବେ ଆପଣଙ୍କୁ ଅଧିକ ପେମେଣ୍ଟ କରିବାକୁ ହେବ ବୋଲି ମିତ୍ତଲ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.