ନୂଆଦିଲ୍ଲୀ: ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଆଜି ବନ୍ଦ ରହିଛି ସେୟାର ବଜାର । ସପ୍ତାହର ପ୍ରଥମ ଦିନରୁ କାରବାର ବନ୍ଦ ରହିବା ସହ ମୁଦ୍ରା ବଜାର, ଦିଲ୍ଲୀ ସରଫରା ବଜାର ସମେତ ଦେଶର ପ୍ରମୁଖ ବାଣିଜ୍ୟିକ ବଜାରରେ ତାଲା ପଡିଛି।
ଶୁକ୍ରବାର ଭାରତୀୟ ସେୟାର ବଜାରରେ କାରବାର ଭଲ ରହିଥିଲା । ସେନସେକ୍ସ ଓ ନିଫ୍ଟି ସବୁଜ ସଂକେତ ସହ ବନ୍ଦ ହୋଇଥିଲା ।
ଶୁକ୍ରବାର ପ୍ରମୁଖ ସେନସେକ୍ସ 196 ପଏଣ୍ଟ ବୃଦ୍ଧି ପାଇ 36,063.81ରେ ରହିଥିବା ବେଳେ ନିଫ୍ଟି ମଧ୍ୟ ଏହି ସମୟରେ 71 ପଏଣ୍ଟ ଅଭିବୃଦ୍ଧି ସହ 10,863.50ରେ ବନ୍ଦ ହୋଇଥିଲା ।