ETV Bharat / business

ବ୍ୟାଙ୍କକୁ CEA ସୁବ୍ରମଣ୍ୟମଙ୍କ ପରାମର୍ଶ,‘ ବନ୍ଧୁବାନ୍ଧବଙ୍କୁ ବାଣ୍ଟନି ଋଣ’ - Stay away from crony lending

ବନ୍ଧୁବାନ୍ଧବଙ୍କୁ ଋଣ ବାଣ୍ଟିବା ବନ୍ଦ କରନ୍ତୁ ବ୍ୟାଙ୍କ ତଥା ଆର୍ଥିକ ସଂସ୍ଥାନ । ମୁଖ୍ୟ ଆର୍ଥିକ ଉପଦେଷ୍ଟା (ସିଇଓ) କେ ଭି ସୁବ୍ରମଣ୍ୟମ ମଙ୍ଗଳବାର ଏ ନେଇ ଦେଇଛନ୍ତି ପରାମର୍ଶ । ଅଧିକ ପଢନ୍ତୁ..

ବ୍ୟାଙ୍କକୁ CEA ସୁବ୍ରମଣ୍ୟମଙ୍କ ପରାମର୍ଶ,‘ ବନ୍ଧୁବାନ୍ଧବଙ୍କୁ ବାଣ୍ଟନି ଋଣ’

author img

By

Published : Mar 9, 2021, 9:59 PM IST

ନୂଆଦିଲ୍ଲୀ: ବନ୍ଧୁବାନ୍ଧବଙ୍କୁ ଋଣ ବାଣ୍ଟିବା ବନ୍ଦ କରନ୍ତୁ ବ୍ୟାଙ୍କ ତଥା ଆର୍ଥିକ ସଂସ୍ଥାନ । ମୁଖ୍ୟ ଆର୍ଥିକ ଉପଦେଷ୍ଟା (ସିଇଓ) କେ ଭି ସୁବ୍ରମଣ୍ୟମ ମଙ୍ଗଳବାର ଏ ନେଇ ଦେଇଛନ୍ତି ପରାମର୍ଶ ।

ଆର୍ଥିକ ସଂସ୍ଥାନ ଋଣ ଦେବା ବେଳେ ଉଚ୍ଚ ଗୁଣବତ୍ତା ମାନଦଣ୍ଡ ଉପରେ ଧ୍ୟାନ ଦିଅନ୍ତୁ । ଯାହା ଫଳରେ ଦେଶକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା କରିବା ଲକ୍ଷ୍ୟରେ ସହଯୋଗ ମିଳିପାରିବ । ସେ ଜଣାଇଛନ୍ତି କି, 1990ର ଆରମ୍ଭରେ ଭାରତୀୟ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଦୁର୍ବଳ ଗୁଣବତ୍ତା ଋଣ ପ୍ରଦାନ ସମସ୍ୟା ସହ ଜୁଝିବାକୁ ପଡିଛି । ବିଶେଷ କରି ବିନା କୌଣସି ଗୁଣବତ୍ତା ମାନଦଣ୍ଡ ପାଳନ କରି ମୋଟା ଅଙ୍କର ଋଣ ଦିଆଯାଉଛି । ଆଉ ଏହି ଋଣକୁ ପୁଞ୍ଜିବାଦୀ ମିତ୍ରକୁ ଦିଆଯାଇଛି । ଯାହା ଦ୍ବରା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସମସ୍ୟା ବଢିଯାଇଛି ।

ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ ଫିକ୍କି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି କି, ‘‘ କୌଣସି ଆର୍ଥିକ ସଂସ୍ଥାନ ବିଶେଷତଃ ଖାସ ବ୍ୟକ୍ତିଙ୍କୁ ଋଣ ଦେବାକୁ ନିଷ୍ପତ୍ତି ନେଇଥାଏ , ଯଦିଓ ସେ ଋଣ ନେବା ଯୋଗ୍ୟ ହୋଇନଥାଏ) । କିନ୍ତୁ ସେ ଅଧିକ ନିକଟତର କିମ୍ବା ଘନିଷ୍ଠ ହୋଇଥାଏ । ଫଳରେ ଏହି ପୁଞ୍ଜି ଅଧିକ ଯୋଗ୍ୟ ଋଣ ନେଇଥିବା ବ୍ୟକ୍ତିଙ୍କ ନିକଟକୁ ଯାଏ ନାହିଁ, ଯାହାର ମୂଲ୍ୟ ବହନ କରିବାକୁ ପଡିଥାଏ । ”

ସେ କହିଛନ୍ତି କି ଆର୍ଥିକ କ୍ଷେତ୍ରର ଡ୍ୟୁଟି ରହିଛି କି ଅର୍ଥବ୍ୟବସ୍ଥାରେ ପୁଞ୍ଜିର ଉଚିତ ଆବଣ୍ଟନ ହେଉ । ହେଲେ ବ୍ୟାଙ୍କଗୁଡିକ ଇନଫ୍ରାଷ୍ଟକ୍ଚର କ୍ଷେତ୍ରକୁ ଅଧିକ ଋଣ ଦେଇଛି , ଯାହା ଦ୍ବାରା ଋଣ ଫସିବା ସମସ୍ୟା ଘନେଇବା ସହ ଅନାଦେୟ ଋଣ (ଏନପିଏ) ପରିମାଣ ବୃଦ୍ଧି ହେଉଛି ।

ତେବେ ବର୍ତ୍ତମାନ ସମୟରେ ଆର୍ଥିକ କ୍ଷେତ୍ର ଉଚ୍ଚ ଗୁଣବତ୍ତା ମାନଦଣ୍ଡକୁ ଦୃଷ୍ଟିରେ ରଖି ଋଣ ଦେବା ଦାୟିତ୍ବ ଉଠାଇଛନ୍ତି । ବିଶେଷକରି ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ ସେ ଏହାର ଯତ୍ନ ନେଉଛନ୍ତି ଏବଂ ଘନିଷ୍ଠ ବନ୍ଧୁମାନଙ୍କୁ ଋଣ ଦେବା ଠାରୁ ଦୂରେଇ ଯାଉଛନ୍ତି । ମୋର ବିଶ୍ବାସ ଯେ ଆର୍ଥିକ କ୍ଷେତ୍ରର ଉନ୍ନତି ପାଇଁ ଏହା ହେଉଛି ଏକମାତ୍ର ମନ୍ତ୍ର । ”

ଆର୍ଥିକ କ୍ଷେତ୍ରକୁ ଭଲ ଗୁଣବତ୍ତା ଋଣ ସୁନିଶ୍ଚିତ କରିବା ପାଇଁ ସୁବ୍ରମଣ୍ୟମ କର୍ପୋରେଟ ଗଭର୍ଣ୍ଣେସକୁ ମଜବୁତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହା ସହିତ ବରିଷ୍ଠ ପରିଚାଳକଙ୍କୁ ପ୍ରୋତ୍ସାହିତ ସହିତ ଉଚ୍ଚମାନର ଋଣ ବିତରଣକୁ ମିଶ୍ରଣ କରାଯିବା ଉଚିତ ବୋଲି ସେ ମଧ୍ୟ ପରାମର୍ଶ ଦେଇଛନ୍ତି । ସୁବ୍ରମଣ୍ୟମ କହିଛନ୍ତି ଯେ ଭିତ୍ତିଭୂମି ପ୍ରକଳ୍ପ କ୍ଷେତ୍ରରେ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି । କାରଣ ଏହିପରି ପ୍ରକଳ୍ପଗୁଡିକ ବିଶେଷ ଜ୍ଞାନ କୌଶଳ ଆବଶ୍ୟକ କରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.