ETV Bharat / business

2020-21ରେ GSDP 1.4 ରୁ 14.3 ପ୍ରତିଶତ ହ୍ରାସ ଆଶଙ୍କା , ବାଦ ପଡିବନି ଓଡିଶା

author img

By

Published : Jun 29, 2020, 7:17 PM IST

5ଟି ରାଜ୍ୟ କର୍ଣ୍ଣାଟକ, ଝାରଖଣ୍ଡ, ତାମିଲନାଡୁ, କେରଳ ଏବଂ ଓଡିଶାର ମୋଟ ଘରୋଇ ଉତ୍ପାଦରେ ଲକଡାଉନ ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ । ପଢନ୍ତୁ, କେଉଁ ରାଜ୍ୟର ଅଭିବୃଦ୍ଧି ଦରରେ କିପରି ରହିବ ଲକଡାଉନର ପ୍ରଭାବ ..

2020-21ରେ GSDP 1.4 ରୁ 14.3 ପ୍ରତିଶତ ହ୍ରାସ ଆଶଙ୍କା

ମୁମ୍ବାଇ: କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଲାଗୁ ଲକଡାଉନ ପ୍ରଭାବ ଚଳିତ ଆର୍ଥିକ ବର୍ଷର ଅଭିବୃଦ୍ଧି ହାରରେ ଜଳଜଳ ଦୃଶ୍ୟମାନ । ଏହି ଅବଧିରେ ଆର୍ଥିକ ଗତିବିଧି ଠପ ଯୋଗୁଁ ରାଜ୍ୟଗୁଡିର ମୋଟ ରାଜ୍ୟ ଘରୋଇ ଉତ୍ପାଦ (GSDP)ରେ 14.3 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ । ଏକ ରିପୋର୍ଟରେ ଏ ନେଇ କୁହାଯାଇଛି ।

ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚ୍ଚ ପକ୍ଷରୁ ସେମାବାର ଜାରି ଏକ ରିପୋର୍ଟରେ କୁହାଯାଇଛି କି, ଆସାମ, ଗୋଆ, ଗୁଜୁରାଟ ଓ ସିକିମ ଭଳି ରାଜ୍ୟରେ GSDPର ହ୍ରାସ ଦୁଇ ଅଙ୍କରେ ହୋଇପାରେ ।

ରିସର୍ଚ୍ଚରେ ଦର୍ଶାଯାଇଛି କି , ‘‘ ଅନୁମାନ ରହିଛି କି 2020-21 ଆର୍ଥିକ ବର୍ଷରେ ରାଜ୍ୟଗୁଡିକର ମୋଟ ଘରୋଇ ଉତ୍ପାଦରେ ହ୍ରାସ ଘଟିବ । ଏହି ହ୍ରାସ 1.4 ପ୍ରତିଶତରୁ 14.3 ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ । ’’

5ଟି ରାଜ୍ୟ କର୍ଣ୍ଣାଟକ, ଝାରଖଣ୍ଡ, ତାମିଲନାଡୁ, କେରଳ ଏବଂ ଓଡିଶାର ମୋଟ ଘରୋଇ ଉତ୍ପାଦରେ ଲକଡାଉନ ସବୁଠୁ ଅଧିକ ପ୍ରଭାବ ଦେଖିବାକୁ ମିଳିପାରେ । ସେହିପରି ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଆନ୍ଧ୍ରାପ୍ରଦେଶ ଓ ଉତ୍ତପରପ୍ରଦେଶରେ ଏହାର ପ୍ରଭାବ ସବୁଠୁ କମ ରହିପାରେ ।

ଲକଡାଉନର ପ୍ରଭାବ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ରହିଛି । କୃଷି, ଉଦ୍ୟୋଗ ଓ ସେବା କ୍ଷେତ୍ରରେ ଏହାର ପ୍ରଭାବ ଅଲଗା ରହିଛି ।

ରିପୋର୍ଟ ମୁତାବକ, ‘‘ ଲକଡାଉନର ପ୍ରଭାବ କୃଷି କ୍ଷେତ୍ରରେ କମ ଦେଖିବାକୁ ମିଳିଛି । ଏଥିଯୋଗୁଁ ଯେଉଁସବୁ ରାଜ୍ୟର ଜିଡିପିରେ କୃଷି ସେକ୍ଟର ଯୋଗଦାନ ଅଧିକ , ସେଠାରେ ଅନ୍ୟ ରାଜ୍ୟ ତୁଳନାରେ କମ କ୍ଷତିର ଆଶା ରହିଛି ।

ସେହିଭଳି, ସେବା କ୍ଷେତ୍ର ଅଧୀନରେ ଥିବା କେତେକ କ୍ଷେତ୍ରରେ ଲକଡାଉନର ପ୍ରଭାବ କମ୍ ହୋଇଛି । ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସେବା ଉପରେ ଏହି ପ୍ରଭାବ କମ୍ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି କ୍ଷେତ୍ରଗୁଡିକ ସେମାନଙ୍କର କାର୍ଯ୍ୟକଳାପକୁ ଅନୁକୂଳ କରିଥିଲେ ଏବଂ ବୃହତ ପରିମାଣର କର୍ମଚାରୀମାନେ ଘରୁ କାର୍ଯ୍ୟରତ ଥିଲେ ।

ତେବେ ଯେଉଁ ରାଜ୍ୟରେ ମୋଟ ରାଜସ୍ବରେ ନିଜ ଅଧିକ ଭାଗ ରହିଥାଏ , ସେମାନଙ୍କ ଉପରେ ଲକଡାଉନ କଟକଣାର ଅଧିକ ପ୍ରଭାବ ପଡିବ ।

ଏହିପରି ରାଜ୍ୟଗୁଡିକର ବର୍ତ୍ତମାନ ମୂଲ୍ୟ ଉପରେ ଜିଏସଡିପି ପରିମାଣ ଏବଂ ବଜେଟ ଆକଳନ ମଧ୍ୟରେ ପାର୍ଥକ୍ୟ ଅଧିକ ହେବ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁ, କେରଳ, ତେଲେଙ୍ଗାନା ଏବଂ ହରିୟାଣା ଅଧିକ ସମ୍ବେଦନଶୀଳ ରାଜ୍ୟ ହୋଇପାରେ।

ଏହି ରାଜ୍ୟଗୁଡିକରେ 2020-21 ଆର୍ଥିକ ବର୍ଷରେ ନିଜସ୍ୱ କର ରାଜସ୍ୱର ବଜେଟ ଆକଳନ ସେମାନଙ୍କ ଆନୁମାନିକ ରାଜସ୍ୱର 57 ରୁ 64 ପ୍ରତିଶତ ମଧ୍ୟରେ ରହିଛି। ଏହି ରାଜ୍ୟଗୁଡିକର GSDP ପରିମାଣ ସେମାନଙ୍କ ବଜେଟ ଆକଳନ ତୁଳନାରେ 15 ରୁ 24 ପ୍ରତିଶତ କମ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.