ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ରୋକିବାକୁ କମ୍ପାନୀ କରୁଥିବା ଖର୍ଚ୍ଚ ଗୁଡିକ କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି (ସିଏସଆର) ଶ୍ରେଣୀଭୁକ୍ତ ହେବ ବୋଲି କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି ।
କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କୋରୋନା ସଂପର୍କିତ ସଚେତନତା, ପ୍ରଚାର,ସ୍ବଚ୍ଛତା ଓ ବିପର୍ଯ୍ୟୟ ପରିଚାଳନା ପାଇଁ କମ୍ପାନୀ ଯେଉଁ ଅର୍ଥ ଖର୍ଚ୍ଚ କରିଛି ତାହା ସିଏସଆର ଶ୍ରେଣୀଭୁକ୍ତ କରାଯିବ । ଫଣ୍ଡ ବୃହତ ସ୍ବାର୍ଥପାଇଁ ହୋଇଥିବା ଓ ଏହା ସ୍ବାଧୀନ ଭାବେ ଖର୍ଚ୍ଚ କରାଯାଇଥିବା କାରଣରୁ ଏହାକୁ ସିଏସଆର ଅଧୀନରେ ନିଆଯିବ ।
ଭାରତ ବିଶ୍ବର ପ୍ରଥମ ଦେଶ ଭାବରେ ସିଏସଆରକୁ ବାଧ୍ୟତାମୂଳକ କରିଛି । ଏଥିପାଇଁ ସରକାର 2013ରେ କମ୍ପାନୀ ସମୂହ ଆକ୍ଟକୁ ସଂଶୋଧନ କରିଥିଲେ ।
@ANI