ETV Bharat / business

ବିକ୍ରି ହେବ ମାଲ୍ୟାର ସମ୍ପତ୍ତି, ଅନୁମତି ଦେଲେ PMLA କୋର୍ଟ - ବିଜୟ ମାଲ୍ୟା ସମ୍ପତ୍ତି

ବିକ୍ରି ହେବ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାର ଜବତ ସମ୍ପତ୍ତି । ଏନେଇ ଗ୍ରୀନ ସିଗନାଲ ଦେଇଛି ପିଏମଏଲଏ ସ୍ପେଶାଲ କୋର୍ଟ ।

Special court allows banks to utilise seized assets of Vijay Mallya
ବିକ୍ରି ହେବ ମାଲ୍ୟା ସମ୍ପତ୍ତି, ଅନୁମତି ଦେଲେ PMLA କୋର୍ଟ
author img

By

Published : Jan 1, 2020, 4:38 PM IST

ନୂଆଦିଲ୍ଲୀ: ବିକ୍ରି ହେବ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଜବତ ସମ୍ପତ୍ତି । ଏନେଇ ଗ୍ରୀନ ସିଗନାଲ ଦେଇଛି ପିଏମଏଲଏ ସ୍ପେଶାଲ କୋର୍ଟ । କୋଟି କୋଟି ବକେୟା ବାବଦରେ ମାଲ୍ୟାଙ୍କ ସମ୍ପତ୍ତି ବିକ୍ରି କରି ଟଙ୍କା ଆଦାୟ ପାଇଁ ଏସବିଆଇ ଓ ଅନ୍ୟ ବ୍ୟାଙ୍କକୁ ଅନୁମତି ଦେଇଛି ପିଏମଏଲଏ କୋର୍ଟ । ଏପଟେ ଏଥିଲାଗି କୌଣସି ଆପତ୍ତି ନଥିବା ନେଇ କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ।

କୋର୍ଟର ଏହି ନିଷ୍ପତ୍ତିରେ ପ୍ରତିବାଦ କରି ମାଲ୍ୟାଙ୍କ ଓକିଲ କହିଛନ୍ତି ଯେ ଏହା କେବଳ ଡେଟ ରିକଭରି ଟ୍ରାଇବ୍ୟୁନାଲ ହିଁ ସ୍ଥିର କରିପାରିବ । ତେବେ ସ୍ପେଶାଲ ପିଏମଏଲଏ କୋର୍ଟ ଏହି ନିର୍ଣ୍ଣୟ ଉପରେ ଜାନୁଆରୀ 18 ପର୍ଯ୍ୟନ୍ତ ରହିତାଦେଶ ଜାରି କରିଛନ୍ତି । ଫଳରେ ମାଲ୍ୟା ଏହି ଆଦେଶ ବିରୋଧରେ ବମ୍ବେ ହାଇକୋର୍ଟରେ ଅପିଲ କରିବେ ।

ପାଖାପାଖୀ 9 ହଜାର କୋଟି ଟଙ୍କା ଋଣ ଖିଲାପ, ଜାଲିଆତି ଓ ମନି ଲଣ୍ଡ୍ରିଂ ମାଲାରେ ବ୍ରିଟେନ କୋର୍ଟ ଦୌଡୁଛନ୍ତି ମାଲ୍ୟା ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.