ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2021-22 ପାଇଁ ସୋଭରେନ ଗୋଲ୍ଡ ବଣ୍ଡର ପ୍ରଥମ ବିକ୍ରି ମେ 17 ରୁ ଅର୍ଥାତ ସୋମବାରରୁ ଆରମ୍ଭ ହେବ । ଏହା ସୋମବାର ଠାରୁ 5 ଦିନ ଯାଏଁ ଜାରି ରହିବ ।
ବୁଧବାର ଅର୍ଥମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛି କି, ସୋଭରେନ ଗୋଲ୍ଡ ବଣ୍ଡ ମେ ମାସ ଠାରୁ ନେଇ ସେପ୍ଟେମ୍ବର ମଧ୍ୟରେ 6 କିସ୍ତିରେ ଜାରି କରାଯିବ । ଆର୍ଥିକ ବର୍ଷ 2021-22ର ପ୍ରଥମ କିସ୍ତି ଅଧିନରେ 17 ରୁ 21 ମେ ମଧ୍ୟରେ କ୍ରୟ କରାଯାଇପାରିବ । ଆଉ ମେ 25 ରେ ବଣ୍ଡ ଜାରି କରାଯିବ ।
ମନ୍ତ୍ରାଳୟ ମୁତାବକ ବଣ୍ଡ ଷ୍ଟକ ହୋଲ୍ଡି କର୍ପୋରେସ ଅଫ ଇଣ୍ଡିଆ ଲିମିଟେଡ , ନିର୍ଦ୍ଦିଷ୍ଟ ଡାକଘର ଏବଂ ମାନ୍ୟତାପ୍ରାପ୍ତ ଷ୍ଟକ ଏକ୍ସଚେଞ୍ଜ, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡ ମାଧ୍ୟମରେ ବିକ୍ରି ହେବ । କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ଏବଂ ପେମେଣ୍ଟ ବ୍ୟାଙ୍କ ଗୁଡ଼ିକୁ ବଣ୍ଡ ବିକ୍ରୟ ପାଇଁ ଅନୁମତି ଦିଆଯିବ ନାହିଁ ।
ଭାରତ ସରକାରଙ୍କ ପକ୍ଷରୁ ଏହି ବଣ୍ଡ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯିବ ।
ଅର୍ଥ ମନ୍ତ୍ରଣାଳୟ କହିଛି ଯେ ସୁନା ବଣ୍ଡର ମୂଲ୍ୟ ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନ୍ ଲିମିଟେଡ ଦ୍ବାରା ଜାରି ଦାମର ସାଧାରଣ ହାରାହାରି ମୂଲ୍ୟରେ ରହିବ । ଏହି ଦାମ ନିବେଶ ଅବଧି ପୂର୍ବରୁ ସପ୍ତାହର ଶେଷ ତିନି କାରବାର ଦିନରେ 999 ଶୁଦ୍ଧ ସୁନାର ହାରାହାରି ମୂଲ୍ୟ ହେବ । ବଣ୍ଡ କିଣିବା ପାଇଁ ଅନଲାଇନ୍ କିମ୍ବା ଡିଜିଟାଲ ମାଧ୍ୟମରେ ପେମେଣ୍ଟ କରିବା ବ୍ୟକ୍ତିମାନେ ବଣ୍ଡ ମୂଲ୍ୟରେ ଗ୍ରାମ ପିଛା 50 ଟଙ୍କା ରିହାତି ପାଇବେ ।
ସରକାର ସୋଭରେନ ଗୋଲ୍ଡ ବଣ୍ଡ ଯୋଜନା 2015 ନଭେମ୍ବରରୁ ଆରମ୍ଭ ହୋଇଥିଲା ।