ETV Bharat / business

‘ମାନ୍ଦାବସ୍ଥା ଅସ୍ଥାୟୀ, ଏହି ଦଶକ ପାଇଁ ରହିଛି ଐତିହାସିକ ସୁଯୋଗ’

author img

By

Published : Feb 29, 2020, 6:19 PM IST

ଅର୍ଥବ୍ୟବସ୍ଥାକୁ ନେଇ ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସକରାତ୍ମକ ମତ । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈୟମାସର ଜିଡିପି ରିପୋର୍ଟକୁ ଦେଖିବାକୁ ଗଲେ ଆଗକୁ ସ୍ଥିତି ସୁଧୁରିବ । ଅଧିକ ପଢନ୍ତୁ...

Slowdown temporary, next decade presents historic opportunity: Mukesh Ambani
‘ମାନ୍ଦାବସ୍ଥା ଅସ୍ଥାୟୀ, ଆସନ୍ତା ଦଶକରେ ରହିଛି ଐତିହାସିକ ସୁଯୋଗ’

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାକୁ ନେଇ ଏସିଆର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସକରାତ୍ମକ ମତ । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈୟମାସର ଜିଡିପି ରିପୋର୍ଟକୁ ଦେଖିବାକୁ ଗଲେ ଆଗକୁ ସ୍ଥିତି ସୁଧୁରିବ । ଅର୍ଥାତ ମାନ୍ଦାବସ୍ଥା ଅସ୍ଥାୟୀ । ଆଗାମୀ 10 ବର୍ଷରେ କାରବାର ଓ ବିକାଶ ପାଇଁ ଐତିହାସିକ ସୁଯୋଗ ସୃଷ୍ଟି ହେବ ବୋଲି କହିଛନ୍ତି ମୁକେଶ ଅମ୍ବାନୀ ।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ନିଜ ଉଦବୋଧରେ ଅର୍ଥବ୍ୟବସ୍ଥାର ସୁଧାର ନେଇ ବିଶ୍ବାସ ଦେଖାଇଛନ୍ତି । ସେ କହିଛନ୍ତି ଯେ, ଭାରତ ଦୁନିଆର ସର୍ବବୃହତ୍ତ 3 ଅର୍ଥବ୍ୟବସ୍ଥା ମଧ୍ୟରେ ସାମିଲ ହେବ ।

ମୁକେଶ କହିଛନ୍ତି ଯେ, ‘ ମତେ ଲାଗୁଛି କି ଆମେ ଅସ୍ଥାୟୀ କଷ୍ଟ ଉଠାଇଛୁ । ହେଲେ ଆଗକୁ ଅର୍ଥମନ୍ତ୍ରୀ ଯେଉଁ ନେତୃତ୍ବ ନେଉଛନ୍ତି , ସେଥିଯୋଗୁଁ ଆମକୁ ଆଶ୍ବସ୍ତି ମିଳିବ । ବିଦେଶୀ ଉଠାଣୀ-ଗଡାଣୀ (ଦୁର୍ବଳ ଅନ୍ତର୍ଜାତୀୟ ବଜାର ) ଆମକୁ ପ୍ରଭାବିତ କରିଛି । ହେଲେ ମୁଁ ବହୁତ ଆଶାବାଦୀ ରହିଛି ।

ମୁକେଶ ଅମ୍ବାନୀଙ୍କୁ CNBC-TV18 ଦ୍ବାରା ଆୟୋଜିତ ‘ବିଜନେସ ଲିଡର ଅଫ ଦି ଡିକେଡ’ ପୁରସ୍କାର ପ୍ରଦାନ କରାଯିବା ପରେ ସେ ଏ ନେଇ ସମ୍ବୋଧନ କରିଥିଲେ ।

ପିଟିଆଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.