ETV Bharat / business

ବଜାରକୁ ସୁହାଇଛି ବଜେଟ, ସର୍ବୋଚ୍ଚରେ ସେୟାର ସୂଚକାଙ୍କ: ସୀତାରମଣ

author img

By

Published : Feb 9, 2021, 8:56 PM IST

ପୁଞ୍ଜି ବଜାରକୁ ସୁହାଇଛି ବଜେଟ 2021 । ବଜେଟ ଘୋଷଣା ନିବେଶକଙ୍କ ଧାରଣା ମଜବୁତ କରିବା ଦ୍ବାରା ସେୟାର ସୂଚକାଙ୍କ ଲଗାତାର ଉଛୁଳିଛି । ଅଧିକ ପଢନ୍ତୁ..

ବଜାରକୁ ସୁହାଇଛି ବଜେଟ, ସର୍ବୋଚ୍ଚରେ  ସେୟାର ସୂଚକାଙ୍କ : ସୀତାରମଣ

ନୂଆଦିଲ୍ଲୀ: ସାଧାରଣ ବଜେଟ 2021-22 କୁ ସକରାତ୍ମକ ରୂପରେ ଗ୍ରହଣ କରିଛି ପୁଞ୍ଜି ବଜାର । ଗତ 1 ସପ୍ତାହ ଦୈନିକ ଇକ୍ୟୁଟିରେ 11 ପ୍ରତିଶତ ବୃଦ୍ଧି ହୋଇଥିବା ରେକର୍ଡ ହୋଇଛି । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ଫେବୃଆରୀ ପହିଲାରେ ଆଗତ କରାଯାଇଥିବା ବଜେଟ ଘରୋଇ କ୍ଷେତ୍ରରେ ଅଧିକ ଯୋଗଦାନ ପାଇଁ ରାସ୍ତା ପ୍ରସ୍ତୁତ କରିଛି । ଉଦ୍ୟୋଗୀଙ୍କ ପାଇଁ ବାଟା ଖୋଲିଛି । ଖର୍ଚ୍ଚ ଲକ୍ଷ୍ୟରେ ସ୍ପଷ୍ଟତା ଆସିଛି । ଆଉ ଯେଉଁ କ୍ଷେତ୍ରରୁ ସକାର ଦୂରେଇବାକୁ ଚାହାନ୍ତି ସେ ନେଇ ମଧ୍ୟ ସ୍ପଷ୍ଟ କରାଯାଇଛି।

ବଜେଟ ଘୋଷଣାକୁ 10 ଦିନ ପରେ ଅର୍ଥମନ୍ତ୍ରୀ ନିଜ ବିବୃତ୍ତିରେ ଜଣାଇଛନ୍ତି କି ମୁଁ ବୁଝୁଛି କି ପ୍ରଥମ ଥର ବଜାର ପୂରା 1 ସପ୍ତାହ ପର୍ଯ୍ୟନ୍ତ ସକାରତ୍ମକ ଦିଶାରେ ବଜାର ରହିଛି । ପୂର୍ବରୁ ଯଦି ବଜାର ସକରାତ୍ମକ ହେଉଥିଲା, କିଛି ଘଣ୍ଟା ପାଇଁ ଉପରକୁ ଉଛୁଳିଥିଲା, ତେବେ ତାହାକୁ ଏକ ଭଲ ସଙ୍କେତ ବୁଝାଯାଉଥିଲା । ଆଉ ଏବେ ଲଗାତାର ବୃଦ୍ଧି ସକରାତ୍ମକ ସଙ୍କେତ ଦେଖାଇଛି ।

ସୀତାରମଣ ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ର ବଜେଟ-ପର ସମ୍ବୋଧନରେ ଆହୁରୀ ମଧ୍ୟ ଜଣାଇଛନ୍ତି କି, ‘‘ ଏବେ ମୁଁ ଭାବୁଛି କି ବଜାରର ସମସ୍ତ ପଦକ୍ଷେପ ବଜେଟକୁ ଉତ୍ସାହର ସହ ଆପଣାଇଛି । ଆଉ ଏହି ଧାରଣା ଜାରି ରହିବା ଯୋଗୁଁ ସେନସେକ୍ସ ରେକର୍ଡ ସୃଷ୍ଟି କରିଛି ।

ସରକାର ବଜେଟରେ କରଦାତାଙ୍କର ବିଶ୍ବାସ ମଜବୁତ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ଭଲ ଅନୁପାଳନ ଦ୍ବାରା କର ଆଧାରକୁ ବ୍ୟାପକ କରିବାରେ ସହଯୋଗ ମିଳିବ । ତେବେ ପ୍ରୋତ୍ସାହନ ବଢାଇବା ପାଇଁ କରଦାତାଙ୍କ ଉପରେ କୌଣସି ଅତିରିକ୍ତ ବୋଝ ପଡିବ ନାହିଁ । ସରକାର ନିଜ କରଦାତାଙ୍କ ଉପରେ ବିଶ୍ବାସ କରୁଛନ୍ତି ବୋଲି କହିଛନ୍ତି ନିର୍ମଳା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.