ନୂଆଦିଲ୍ଲୀ: ଦୁନିଆର ଶ୍ରେଷ୍ଠ 100 ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତାଙ୍କ ବ୍ୟତୀତ ଆଉ 2 ଭାରତୀୟ ମହିଳା ଏହି ଲିଷ୍ଟରେ ସାମିଲ ହେବାକୁ ସଫଳ ହୋଇଛନ୍ତି । ଗୁରୁବାର ଫୋବର୍ସ ମାଗାଜିନ ପକ୍ଷରୁ ଏହି ଲିଷ୍ଟ ଜାରି କରାଯାଇଛି ।
ଏଥିରେ ନିର୍ମଳା ସୀତାରମଣ 34 ନମ୍ବରରେ ରହିଥିଲା ବେଳେ ଏଚସିଏଲ କର୍ପୋରେସନର ସିଇଓ ରୋଶନି ନଦାର ମହ୍ଲୋତ୍ରା 54ରେ ଓ Bioconର ମୁଖ୍ୟ କିରଣ ମଜୁମଦାର 65 ସ୍ଥାନରେ ଅଛନ୍ତି। ସେପଟେ ଜର୍ମାନ ଚାନ୍ସଲର ଆଞ୍ଜେଲ ମାର୍କେଲ ପ୍ରତି ଥର ଭଳି ଏଥର ବି ଶୀର୍ଷରେ ନିଜ ସ୍ଥାନ ବଜାୟ ରଖିଛନ୍ତି।


ଆଞ୍ଜେଲ ମାର୍କେଲ ଲଗାତାର ଷଷ୍ଠ ବର୍ଷ ଧରି ଏହି ଲିଷ୍ଟରେ ପ୍ରଥମରେ ରହିଆସୁଛନ୍ତି। ଫୋବର୍ସ 2004ରୁ ଦୁନିଆର 100 ପ୍ରଭାବଶାଳୀ ଓ ଶକ୍ତିଶାଳୀ ମହିଳାଙ୍କ ଲିଷ୍ଟ ଜାରି ହେଉଛି । ସେବେଠୁ ଆଞ୍ଜେଲ 12 ବର୍ଷରେ 11 ଥର ମୋଷ୍ଟ ପାୱରଫୁଲ ମହିଳା ରହିଛନ୍ତି ।
ଏମାନେ ହେଲେ ବିଶ୍ବର ଶ୍ରେଷ୍ଠ 10 ପ୍ରଭାବଶାଳୀ ମହିଳା
- Angela MerkelAngela Merkel
- Christine Lagardehttps://etvbharatimages.akamaized.net/etvbharat/prod-images/5360564_-.jpg
- Nancy PelosiNancy Pelosi
- Ursula von der LeyenUrsula von der Leyen
- Mary BarraMary Barra
- Melinda GatesMelinda Gates
- Abigail johnsonAbigail Johnson
- Ana Patricia BotínAna Patricia Botín
- Ginni RomettyGinni Rometty
- Marillyn HewsonMarillyn Hewson