ETV Bharat / business

ପୁଣି ଜବତ ହେଲା ନୀରବର ଆକାଉଣ୍ଟ - bank

ନୀରବ ମୋଦିଙ୍କୁ ଇଡିର ପ୍ରହାର । ପୁଣି ଜବତ ହେଲା ବ୍ୟାଙ୍କ ଆକାଉଣ୍ଟ । ସିଙ୍ଗାପୁରରେ ଥିବା 44 କୋଟିର ଆକାଉଣ୍ଟ ଫ୍ରିଜ କରାଯାଇଛି ।

ଫାଇଲ ଫଟୋ
author img

By

Published : Jul 2, 2019, 4:25 PM IST

ନୂଆଦିଲ୍ଲୀ: ପିଏନବି ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିଙ୍କୁ ଲଗାତାର ଝଟକା ଦେଇଚାଲିଛି ଇଡି । ଗୋଟିଏ ପରେ ଗୋଟିଏ ଆକାଉଣ୍ଟ ଜବତ କରି ଟଙ୍କା ଅକ୍ତିହାର କରୁଛି । ମଙ୍ଗଳବାର ସିଙ୍ଗାପୁର ହାଇକୋର୍ଟ ନୀରବ, ଭଉଣୀ ପୂରବୀ ଓ ମାନକ ମେହତାଙ୍କ ବ୍ୟାଙ୍କ ଖାତାକୁ ସିଲ କରିଦେଇଛି । ଏଥିରେ 6.122 ମିଲିୟନ(44.41 କୋଟି ଟଙ୍କା) ଡଲାର ରହିଥିବା ଜଣାପଡିଛି ।

ଗତ 5 ଦିନ ତଳେ ଇଡିଙ୍କ କହିବା କ୍ରମେ ସ୍ବିଜରଲ୍ୟାଣ୍ଡ ଅଧିକାରୀମାନେ ନିରବ ଓ ତାଙ୍କ ଭଉଣୀ ପୂର୍ବୀ ମୋଦିଙ୍କ ୪ଟି ଆକାଉଣ୍ଟ ସିଜ କରିଥିଲେ । ସେଥିରେ ପ୍ରାୟ 6 ମିଲିୟନ ଡଲାର ରହିଥିଲା । ଆଜି ପୁଣି ଥରେ ଇଡି ପକ୍ଷରୁ ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଜବତ କରି ମନି ଲଣ୍ଡ୍ରିଙ୍ଗ ଆଇନ ଅଧିନରେ ତାହାକୁ ଅନ୍ତର୍ଭୁକ୍ତ କରାଯାଇଛି ।

ଇଡି ଅନୁଯାୟୀ, ସିଙ୍ଗାପୁରର ଏହି ବ୍ୟାଙ୍କ ଆକାଉଣ୍ଟ ନୀରବଙ୍କ ଭଉଣୀ ପୁରବୀ ମୋଦି ଓ ମାନକ ମେହତାଙ୍କ ନାଁରେ ରହିଛି । ଏଥିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନିଆଯାଇଥିବା ଲୋନର 44.41 କୋଟି ଟଙ୍କା ବେଆଇନ ଭାବେ ଏହି ଆକାଉଣ୍ଟରେ ରଖାଯାଇଥିବା ନେଇ ଯାଞ୍ଚରୁ ଜଣାପଡିଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.