ETV Bharat / business

‘ବଢୁଛି ଆୟ ‘ଅସମାନତା’ ପରିସର, ଧରାଶାୟୀ ହେବ ଅର୍ଥବ୍ୟବସ୍ଥା’

author img

By

Published : Jun 14, 2021, 10:32 PM IST

ଆୟ ଅସମାନତା କହୁଛି ବିପର୍ୟ୍ୟସ୍ତ ଅର୍ଥବ୍ୟବସ୍ଥାର କାହାଣୀ । ଧନୀଙ୍କ ବଢୁଛି ସମ୍ପତ୍ତି , କିନ୍ତୁ ଦେଶର ସିଂହଭାଗ ଲୋକଙ୍କ ଆୟ ହ୍ରାସ ଅଭିବୃଦ୍ଧିରେ ସାଜିବ ବାଧକ । ଏ ନେଇ ଚିନ୍ତିତ ପୂର୍ବତନ ଆରବିଆଇ ଗଭର୍ଣ୍ଣର । ଅଧିକ ପଢନ୍ତୁ..

ବଢୁଛି ଆୟ ‘ଅସମାନତା’ ପରିସର,  ଧରାଶାୟୀ ହେବ  ଅର୍ଥବ୍ୟବସ୍ଥା : Subba rao

ନୂଆଦିଲ୍ଲୀ: ଲୋକଙ୍କୁ ବେରୋଜଗାର କରିଛି କୋରୋନା । କଟକଣା ଓ ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ବହୁତ ରୋଜଗାର ହରାଇ ବେକାର ହେଉଥିଲା ବେଳେ କିଛି ଧନୀଙ୍କ ସମ୍ପତ୍ତି ବଢିଚାଲିଛି । ଫଳରେ ଧନୀ ଆହୁରୀ ଧନୀ ହେବାରେ ଲାଗିଛି , ଆଉ ଗରିବ , ଗରିବ ହୋଇଯାଉଛି । ଯାହା ଫଳରେ ଦେଶେର ଆୟ ଅସମାନତା ପରିସର ବଢିଚାଲିଛି । ଆଉ ଏହା ଅର୍ଥନୀତି ବିକାଶରେ ବଡ ବାଧକ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି. ସୁବାରାଓ ।

ଆୟରେ ବଡ ପାର୍ଥକ୍ୟ ଓ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାର ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ସୁବାରାଓ । ସେ ଚେତାବନୀ ଦେଇଛନ୍ତି କି, ଆଗାମୀ ଦିନରେ ଏଭଳି ସ୍ଥିତି ବିକାଶ ଆକଳନକୁ ଝଟକା ଦେବ ।

କିଛି ଲୋକଙ୍କ ସମ୍ପତ୍ତି ବଢୁଥିବା ବେଳେ ବୃହତ ଜନସଂଖ୍ୟାର ପଛୁଆ ହୋଇ ରହିଯାଉଛନ୍ତି । ଅସୁନ୍ତଳିତ ପୁନରୁଦ୍ଧାର ତଥ୍ୟଭିତ୍ତି ଅନୁସାରେ ଭୁଲ ଓ ରାଜନୈକ ଦୃଷ୍ଟିକୋଣରୁ କ୍ଷି ପହଞ୍ଚାଇପାରେ । ଘରୋଇ ବଜାରରେ ଲିକ୍ୟୁଡିଟି ଓ ବିଦେଶୀ ପୁଞ୍ଜି ପ୍ରବାହ ଯୋଗୁଁ ମହାମାରୀ ମଧ୍ୟରେ ବାଧକ ପରେ ବି କାରବାର ଦ୍ରୁତ ବେଗରେ ବଢୁଛି ।

ପୂର୍ବ ଗଭର୍ଣ୍ଣର ପୂର୍ବରୁ ଆଶା ପ୍ରକାଶ କରିଥିଲେ କି ଏ ବର୍ଷ ଅର୍ଥ ବ୍ୟବସ୍ଥାରେ ଜବରଦସ୍ତ ସୁଧାର ଦେଖିବାକୁ ମିଳିବ । କିନ୍ତୁ ମହାମାରୀ ନୂଆ ଲହର ଯୋଗୁଁ ଆକଳନ ଧରାଶାୟୀ ହୋଇଛି ।

‘‘ ଗତ ଆର୍ଥିକ ବର୍ଷ ବିକାଶ ହାର 7.3 ପ୍ରତିଶତ ହ୍ରାସ ହୋଇଛି । ଯାହାକି 4 ଦଶକର ସର୍ବନିମ୍ନ ସ୍ତର । ତେବେ ଏହି ସଂଖ୍ୟା ପୂର୍ବ ଆକଳନ ତୁଳନାରେ ସାମାନ୍ୟ ଭଲ ରହିଛି । କିନ୍ତୁ ଏହି ହ୍ରାସ ଏତେ ଗଭୀର କି ଏହା ଦ୍ବାରା ଅସଙ୍ଗଠିତ କ୍ଷେତ୍ରର ଲକ୍ଷାଧିକ ପରିବାର ପାଇଁ ବହୁତ ସମସ୍ୟା ସୃଷ୍ଟି କରିଛି । ଏ ବର୍ଷ ଅର୍ଥବ୍ୟବସ୍ଥାରେ ଜୋରଦାର ପୁନରୁଦ୍ଧାର ଆଶା ଥିଲା , ହେଲେ ମହାମାରୀର ଦ୍ବିତୀୟ ଲହର କାରଣରୁ ଏହି ଆଶାକୁ ଝଟକା ଲାଗିଛି । ’’ ଏ ନେଇ ମତ ପ୍ରକାଶ କରି ସୁବାରାଓ ଅସମାନତା ଆଗକୁ କେତେ ସମସ୍ୟା ସୃଷ୍ଟି କରିବ ତାର ସଙ୍କେତ ଦେଇଛନ୍ତି ।

ପ୍ରକାଶ ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ପାଇଁ ଏହାର ବୃଦ୍ଧି ଦର ଅନୁମାନକୁ ସଂଶୋଧିତ କରିଛି । ବିକାଶ ହାର 10.5 ପ୍ରତିଶତରୁ କମାଇ 9.5 ପ୍ରତିଶତ କରିଛି ଆରବିଆଇ । ପୂର୍ବ ଗଭର୍ଣ୍ଣର କହିଛନ୍ତି କି 9.5 ପ୍ରତିଶତ ବୃଦ୍ଧି ହାର ବି ବହୁତ ପ୍ରଭାବଶାଳୀ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.