ମୁମ୍ବାଇ: ପୁଞ୍ଜି ବଜାରରେ ଜବରଦସ୍ତ ଅଭିବୃଦ୍ଧି । ସେନସେକ୍ସର ଲମ୍ବା ଲମ୍ଫ । ଫାଇନାନ୍ସ ସେୟାରକୁ ମିଳିଲା ବିପୁଳ ସମର୍ଥନ । ପ୍ରଫିଟ କମାଇ ଉତ୍ସାହରେ ନାଚିଲେ ନିବେଶକ ।
ବୁଧବାର କାରବାର ଆରମ୍ଭରୁ ପ୍ରବଳ ବୃଦ୍ଧି ଦେଖିବାକୁ ମିଳିଛି । ପରେ କାରବାର ଶେଷ ସୁଦ୍ଧା ସେନସେକ୍ସ 1,147.76 ପଏଣ୍ଟ ଉଛୁଳି 51,444.65 ରେ ବନ୍ଦ ହୋଇଛି । ଆଜିର କାରବାରରେ ସନେସେକ୍ସ ସର୍ବୋଚ୍ଚ ସ୍ତର 51,539.89 ଓ ସର୍ବନିମ୍ନ 50,512.84 ପଏଣ୍ଟ ଛୁଇଁଥିଲା ।
ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 326.50 ପଏଣ୍ଟ ବୃଦ୍ଧି ହୋଇ 15,245.60 ପଏଣ୍ଟରେ ପହଞ୍ଚିଛି । ପୁରା ଦିନର କାରବାରରେ ନିଫ୍ଟି 15,273.15 ପଏଣ୍ଟର ସର୍ବୋଚ୍ଚ ସ୍ତର ଓ ସର୍ବନିମ୍ନ 14,995.80 ପଏଣ୍ଟ ଛୁଇଁଛି ।
ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ 0.64 ପ୍ରତିଶତ ବଢି ବ୍ୟାରେଲ ପ୍ରତି 63.02ରେ କାରବାର କରୁଛି ।