ETV Bharat / business

ସେନସେକ୍ସ 465 ପଏଣ୍ଟ ହ୍ରାସ, ଟଙ୍କା 10 ପଇସା ମଜବୁତ

author img

By

Published : May 4, 2021, 10:19 PM IST

ମଙ୍ଗଳବାର କାରବାରରେ ବିଏସଇ ସେନସେକ୍ସ 465 ପଏଣ୍ଟ ହ୍ରାସ ହୋଇଛି । ସେପଟେ ଆମେରିକା ଡଲାର ତୁଳନାରେ ଟଙ୍କା 10 ପଇସା ମଜବୁତ ହୋଇ 73.85 ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

ସେନସେକ୍ସ 465 ପଏଣ୍ଟ ହ୍ରାସ,  ଟଙ୍କା 10 ପଇସା ମଜବୁତ
ସେନସେକ୍ସ 465 ପଏଣ୍ଟ ହ୍ରାସ, ଟଙ୍କା 10 ପଇସା ମଜବୁତ

ମୁମ୍ବାଇ: ସେୟାର ବଜାରରେ ଲଗାତାର ତୃତୀୟ ଦିବସରେ କାରବାର ତଳମୁହାଁ । ବିଏସଇ ସେନସେକ୍ସ 465 ପଏଣ୍ଟ ହ୍ରାସ ହୋଇଛି । ପ୍ରମୁଖ ସେୟାରରେ ସେଲଅଫ ଯୋଗୁଁ ବଜାରରେ ପ୍ରାରମ୍ଭିକ ବୃଦ୍ଧି ବଜାୟ ରହିପାରିଲା ନାହିଁ । ଶେଷରେ କାରବାର ପ୍ରବଳ ହ୍ରାସ ହୋଇଛି ।

କାରୋବାରୀଙ୍କ ଅନୁସାରେ କୋଭିଡ-19 ଗମ୍ଭୀର ସ୍ଥିତି ତଥା ବିଦେଶୀ କୋଷର ଲଗାତାର ସେଲଅଫ ଯୋଗୁଁ ବଜାର ଉପରେ ପ୍ରଭାବ ପଡିଛି । ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚତାଙ୍କ 465.01 ପଏଣ୍ଟ ହ୍ରାସ ହୋଇ 48,253.51 ରେ ବନ୍ଦ ହୋଇଛି । ସେହିଭଳି ଏନଏସଏଇ ନିଫ୍ଟି 137.65 ପଏଣ୍ଟ କମି 14,496.50 ରେ ପହଞ୍ଚିଛି ।

ସେନସେକ୍ସରେ ସାମିଲ ସେୟାରରେ ସର୍ବାଧିକ 2.26 ପ୍ରତିଶତ ହ୍ରାସ ହୋଇ ଡ. ରେଡ୍ଡିଜରେ ହୋଇଛି । ଏହା ବ୍ୟତିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ସନଫାର୍ମା , ଏଚଡିଏଫସି ବ୍ୟାଙ୍କ, ଏଚଡିଏଫସି ଲିମିଟେଡ , ଇମ୍ଫୋସିସ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ଭାରତୀ ଏୟାରଲେଟ ବି କ୍ଷତିରେ ରହିଛି । ଅନ୍ୟପଟେ ଓଏନଜିସି, ବଜାଜ ଫାଇନାନ୍ସ, ଟିସିଏସ , ନେସଲେ ଇଣ୍ଡିଆ , ଏସବିଆଇ ଓ କୋଟାକ ବ୍ୟାଘଙ୍କ ଆଦି ଲାଭରେ ରହିଛି । ଏଥିରେ 1.86 ପ୍ରତିଶତ ଯାଏଁ ବଢିଛି ।

ଏଥିମଧ୍ୟରେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.79 ପ୍ରତିଶତ ବଢି ବ୍ୟାରେଲ ପ୍ରତି 68.77 ଡଲାର ରହିଛି । ସେପଟେ ଆମେରିକା ଡଲାର ତୁଳନାରେ ଟଙ୍କା 10 ପଇସା ମଜବୁତ ହୋଇ 73.85 ରେ ବନ୍ଦ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.