ETV Bharat / business

ଉଛୁଳୁଛି ସେୟାର ବଜାର, ସେନସେକ୍ସ ନିଫ୍ଟି ଆକାଶ ଛୁଆଁ

author img

By

Published : Dec 29, 2020, 9:12 PM IST

ବିଏସ୍ଇ ସେନ୍ସେକ୍ସ 228.73 ପଏଣ୍ଟ ବୃଦ୍ଧି ପାଇ 47,582.48 ର ଏକ ନୂତନ ରେକର୍ଡ କରିଥିବା ବେଳେ ନିଫ୍ଟି 66.50 ପଏଣ୍ଟ ବୃଦ୍ଧି ପାଇ 13,939.70ରେ ପହଞ୍ଚିଛି। ଅଧିକ ପଢନ୍ତୁ...

ଉଛୁଳୁଛି ସେୟାର ବଜାର, ସେନସେକ୍ସ ନିଫ୍ଟ ଆକାଶ ଛୁଆଁ

ମୁମ୍ୱାଇ: ଗତ କିଛି ଦିନ ହେବ ଉଛୁଳୁଛି ସେୟାର ବଜାର। ବେଞ୍ଚମାର୍କ ଇଣ୍ଡେକ୍ସ ସେନସେକ୍ସ ଏବଂ ନିଫ୍ଟି ମଙ୍ଗଳବାର ରେକର୍ଡ ସେଟିଂ ଜାରି ରଖିଛି। ଘରୋଇ ତଥା ବିଶ୍ବସ୍ତରୀୟ ସୂତ୍ର ମଧ୍ୟରେ ନିବେଶକଙ୍କ ମନୋବଳ ବଢିଚାଲିଛି। ବିଏସ୍ଇ ସେନସେକ୍ସ 228.73 ପଏଣ୍ଟ ବୃଦ୍ଧି ପାଇ 47,582.48 ର ଏକ ନୂତନ ରେକର୍ଡ କରିଥିବାବେଳେ ନିଫ୍ଟି 66.50 ପଏଣ୍ଟ ବୃଦ୍ଧି ପାଇ 13,939.70ରେ ପହଞ୍ଚିଛି।

ସେନସେକ୍ସ ଚାର୍ଟରେ ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, ଏଚ୍ସିଏଲ ଟେକ୍, କୋଟାକ୍ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଏବଂ ବଜାଜ ଅଟୋ ସର୍ବାଧିକ ଲାଭକାରୀ ଥିଲେ। ନେଷ୍ଟଲେ, ଏସିଆନ୍ ପେଣ୍ଟସ୍ ଏବଂ ପାୱାରଗ୍ରିଡ୍ କୁ ବାଦ୍ ଦେଇ ସମସ୍ତ ସେୟାର ସେନସେକ୍ସ ସବୁଜ ରଙ୍ଗରେ କାରବାର କରୁଥିଲା ।

ସୋମବାର, ସେନ୍ସେକ୍ସ 380.21 ପଏଣ୍ଟରେ ସ୍ଥିର ହୋଇ ଏହାର ସର୍ବକାଳୀନ ବନ୍ଦ 47,353.75ରେ ପହଞ୍ଚିଛି; ଏବଂ ନିଫ୍ଟି ମଧ୍ୟ 123.95 ପଏଣ୍ଟ ବୃଦ୍ଧି ପାଇ 13,873.20ରେ କାରବାର ବନ୍ଦ କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିରାଟ 2.3 ଟ୍ରିଲିୟନ ଡଲାର ଖର୍ଚ୍ଚ ବିଲରେ ସ୍ବାକ୍ଷର କରିଛନ୍ତି, ଯେଉଁଥିରେ 900 ବିଲିୟନ ଡଲାରର କୋରୋନାଭାଇରସ ରିଲିଫ ପ୍ୟାକେଜ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.