ETV Bharat / business

ଆର୍ଥିକବର୍ଷର ପ୍ରଥମ ଦିନ, ରେକର୍ଡ ଭାଙ୍ଗିଲା ସେନସେକ୍ସ - ସେନସେକ୍ସ

ନୂଆ ଆର୍ଥିକ ବର୍ଷ (2019-20)ର ପ୍ରଥମ ଦିନରେ ରେକର୍ଡ କଲା ସେୟାର ମାର୍କେଟ । ପ୍ରଫିଟ ପାଇ ପାର୍ଟି ମୁଡରେ ନିବେଶକ।

ପ୍ରତିକାତ୍ମକ ଫଟୋ
author img

By

Published : Apr 1, 2019, 1:11 PM IST

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ (2019-20)ର ପ୍ରଥମ ଦିନରୁ ରେକର୍ଡ ସୃଷ୍ଟି କଲା ସେୟାର ମାର୍କେଟ । ପ୍ରଫିଟ ପାଇ ପାର୍ଟି ମୁଡ୍‌ରେ ନିବେଶକ। ସୋମବାର ପ୍ରଥମଥର ପାଇଁ ସେନସେକ୍ସ 39000 ଟପଛି । ଏଥିଯୋଗୁଁ କାରବାରୀ ତୀର ସବୁଜ ସଂଙ୍କେତର ସହ ଆଗକୁ ବଢିଚାଲିଛି ।

ପ୍ରମୁଖ ସେନସେକ୍ସ ସକାଳ 10.25 ମିନିଟରେ 349 ପଏଣ୍ଟ ମଜବୁତ ହୋଇଥିବା ବେଳେ ନିଫ୍ଟି 88 ପଏଣ୍ଟ ପାର କରିଛି । ସମୟ ଗଡିବା ସହ ସେୟାରରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଉଛି ।

ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 39,017 ପହଞ୍ଚିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଚି 11,712 କାରବାର କରୁଥିବା ଦେଖାଦେଇଛି।

ଆସନ୍ତା 4 ତାରିଖରେ ହେବାକୁ ଥିବା ଆରବିଆଇର ମୁଦ୍ରାନୀତି ବୈଠକରେ ରେପୋ ରେଟ ଦର ହ୍ରାସ ନେଇ ସୂଚନାର ପ୍ରଭାବ ବଜାରରେ ଦେଖାଦେଇଛି। ଏଣୁ 2019-20 ଆର୍ଥିକ ବର୍ଷ ଲାଗୁ ହେଉ ହେଉ ସେୟାର ମାର୍କଟରେକାରବାର ବୃଦ୍ଧି ପାଇବାରେ ଲାଗିଛି । ଏହି ଅଭିବଦ୍ଧି ସମସ୍ତ ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରକୁ ଛୁଇଁଥିବା ଲକ୍ଷ୍ୟ ହେଉଛି।

ଗତ ଆର୍ଥିକ ବର୍ଷ ସେନସେକ୍ସ 17 ପ୍ରତିଶତ ଅଧିକ ସୁଦୃଢ ରହିଥିବା ବେଳେ ନିଫ୍ଟି 14 ପ୍ରତିଶତ ବଢିଛି।

Intro:Body:

dfgbd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.