ETV Bharat / business

ଆରମ୍ଭରୁ କାରବାର ମାନ୍ଦା, ସେନସେକ୍ସ ଖସିଲା 320 ପଏଣ୍ଟ

author img

By

Published : Jun 29, 2020, 11:24 AM IST

ବିଶ୍ବସ୍ତରୀୟ ଦୁର୍ବଳ ସୂଚକାଙ୍କ ସହ ସୋମବାର ମାନ୍ଦାରେ ଖୋଲିଛି ସେୟାର ବଜାର । ପ୍ରାରମ୍ଭିକ ବାଣିଜ୍ୟରେ ବିଏସଇ ସେନସେକ୍ସ 320 ପଏଣ୍ଟ ହ୍ରାସ ପାଇଛି। ଅଧିକ ଖବର ପଢନ୍ତୁ...

ଆରମ୍ଭରୁ କାରବାର ମାନ୍ଦା, ସେନସେକ୍ସ ଖସିଲା 320 ପଏଣ୍ଟ
ଆରମ୍ଭରୁ କାରବାର ମାନ୍ଦା, ସେନସେକ୍ସ ଖସିଲା 320 ପଏଣ୍ଟ

ନୂଆଦିଲ୍ଲୀ: ବିଶ୍ବସ୍ତରୀୟ ଦୁର୍ବଳ ସୂଚକାଙ୍କ ସହ ସୋମବାର ମାନ୍ଦାରେ ଖୋଲିଛି ସେୟାର ବଜାର । ପ୍ରାରମ୍ଭିକ ବାଣିଜ୍ୟରେ ବିଏସଇ ସେନସେକ୍ସ 320.00 ପଏଣ୍ଟ ହ୍ରାସ ପାଇଁ 34,851.27କୁ ଖସି ଆସିଥିବାବେଳେ ଏନଏସଇ ନିଫ୍ଟି 89.80 ପଏଣ୍ଟ ହ୍ରାସ ପାଇ 10,293.20 ରେ ପହଞ୍ଚିଛି।

ସେନସେକ୍ସ ପ୍ୟାକ୍ ର ପ୍ରମୁଖ ଲାଭକାରୀ ହେଉଛି ଆଇଟିସି, ଯାହା 1.95 ପ୍ରତିଶତକୁ ବୃଦ୍ଧି ପାଇଛି । ଜାନୁଆରୀ-ମାର୍ଚ୍ଚ ତ୍ରୌ ମାସିକରେ ଏଫଏମଏସ- ରୁ ଆତିଥ୍ୟ ପ୍ରମୁଖ ଏହାର 9.9 ପ୍ରତିଶତ ଅଭିବୃଦ୍ଧି ରିପୋର୍ଟ କରି 3,926.46 କୋଟି ଟଙ୍କା ହୋଇଛି। ପୂର୍ବ ଆର୍ଥିକ, ଏଫୟାଇ 2018-19 ର ସମାନ ତ୍ରୈ ମାସିକରେ, କମ୍ପାନୀ 3,592.80 କୋଟି ଟଙ୍କା ନିଟ୍ ଲାଭ କରିଥିବା ରିପୋର୍ଟ କରିଛି ।

ଅନ୍ୟ ଲାଭକାରୀମାନେ ହେଲେ ସନ୍ ଫାର୍ମା, ଏସିଆନ୍ ପେଣ୍ଟ୍, ମାରୁତି, ହଲ, ଏନଟିପିସି, ଏମ ଆଣ୍ଡ ଏମ, ପାୱାରଗ୍ରିଡ୍, ଏଚସିଏଲ ଏବଂ ଟିସିଏସ, ଯାହା 1.31 ପ୍ରତିଶତକୁ ବୃଦ୍ଧି ପାଇଛି । ପ୍ରମୁଖ ଲ୍ୟାଗାର୍ଡଗୁଡ଼ିକ ହେଲା, ବଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, ବଜାଜ ଫିନ୍ସର୍ଭ, ଆଇସିଆଇସିଆଇ, ଟାଇଟାନ, ଏସବିଆଇ, ଟେକ୍ ମହିନ୍ଦ୍ରା, ଟାଟା ଷ୍ଟିଲ, ଅଲଟ୍ରା କେମ ଏବଂ ଏଲଟି 3.47 ପ୍ରତିଶତକୁ ଖସି ଆସିଛି।

ଶୁକ୍ରବାର ପୂର୍ବ ଅଧିବେଶନରେ ଇକ୍ୱିଟି ବେଞ୍ଚମାର୍କ ସେନସେକ୍ସ 329 ପଏଣ୍ଟ ସଂଗ୍ରହ କରି ବିଶ୍ୱ ବଜାରରୁ ସକରାତ୍ମକ ସୂତ୍ର ମଧ୍ୟରେ ଇନଫୋସିସ୍, ଏଚଡିଏଫଏସି ବ୍ୟାଙ୍କ, ଟିସିଏସ୍ ଲାଭ କରିଛି। 30-ସେୟାର ସୂଚକାଙ୍କ 329.17 ପଏଣ୍ଟ 5,171.27 ରେ ସ୍ଥିର ହୋଇଥିବାବେଳେ ଏନଏସଇ ନିଫ୍ଟି 94.10 ପଏଣ୍ଟ ବୃଦ୍ଧି ପାଇ 10,383 ରେ ପହଞ୍ଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.