ETV Bharat / business

ଅସ୍ଥିର ଇକ୍ୟୁଟି ମାର୍କେଟ, 14 ହଜାର 700 ତଳକୁ ଖସିଲା ନିଫ୍ଟି

author img

By

Published : May 14, 2021, 6:43 PM IST

କୋଭିଡ-19 ମହାମାରୀର ଦ୍ବିତୀୟ ଲହର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ଚିନ୍ତା ଓ ବୈଶ୍ବିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଆଜି କାରବାର ହ୍ରାସ ବୃଦ୍ଧିରେ ହୋଇଛି ବନ୍ଦ । ଅଧିକ ପଢନ୍ତୁ..

Sensex ends marginally higher; Nifty stays below 14,700

ମୁମ୍ବାଇ: ଅସ୍ଥିର ଘରୋଇ ଇକ୍ୟୁଟି ମାର୍କେଟ । ସାମାନ୍ୟ ବୃଦ୍ଧିରେ ବନ୍ଦ କାରବାର । ସେପଟେ ନିଫ୍ଟି ହ୍ରାସ ହୋଇ 14,700 ପଏଣ୍ଟ ତଳେ ପହଞ୍ଚିଛି ।

କାରବାର ସପ୍ତାହର ଶେଷ ଦିନ ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 41.75 ପଏଣ୍ଟ ବଢି 48,732.55 ପଏଣ୍ଟରେ ପହଞ୍ଚିଛି । ସେପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 18.70 ପଏଣ୍ଟ ହ୍ରାସ ହୋଇ 14,677.80 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସରେ ଏସିଆନ ପେଣ୍ଟ ସବୁଠୁ ଅଧିକ ଲାଭରେ ରହିଛି । ଏଥିରେ 8 ପ୍ରତିଶତ ଉଛୁଳିଛି । ଆଇଟିସି , ନେସଲେ ଇଣ୍ଡିଆ , ଏଲଆଣ୍ଡଟି, ଏଚୟୁଏଲ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ବି ଲାଭରେ ରହିଛି । ଏହାର ବିପରୀତ ଇଣ୍ଡସଇଣ୍ଡ ବ୍ୟାଙ୍କ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା , ଡ. ରେଡ୍ଡୀଜ , ଏସବିଆଇ ଓ ଏନଟିପିସି ଭଳି ପ୍ରମୁଖ ସେୟାର କ୍ଷତି ସହିଛି ।

କୋଭିଡ-19 ମହାମାରୀର ଦ୍ବିତୀୟ ଲହର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି । ଏହି ଚିନ୍ତା ଓ ବୈଶ୍ବିକ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ମଧ୍ୟରେ ଆଜି କାରବାର ଅନିଶ୍ଚିତ ରହିଛି । ସେପେଟ କମୋଡିଟି ବଜାରରେ ବ୍ରେଣ୍ଟ କ୍ରୁଡ 0.92 ପ୍ରତିଶତ ବୃଦ୍ଧି ସହ ବ୍ୟାରେଲ ପ୍ରତି 67.67 ଡଲାର ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.