ETV Bharat / business

ବଜାର ମଜବୁତ, ପ୍ରଫିଟ ସହ କମବ୍ୟାକ କଲା ସେନସେକ୍ସ

author img

By

Published : Jan 10, 2020, 7:13 PM IST

ତୃତୀୟ ତ୍ରୈୟମାସର ଫଳାଫଳା ସହ ଇମ୍ପୋସିସ ଓ ଏଚଡିଏଫସି ଭଳି କମ୍ପାନୀର ସେୟାରରେ ଅଭିବୃଦ୍ଧ ଦେଖାଦେଇଛି। ଶୁକ୍ରବାର ବିଏସଇ ସେନସେକ୍ସ 147 ପଏଣ୍ଟ ଉପରମୁହାଁ ରହିଛି।

sensex ends 147 points higher infosys up over 1 percent
ବଜାର ମଜବୁତ, ପ୍ରଫିଟ ସହ କମବ୍ୟାକ କଲା ସେନସେକ୍ସ

ମୁମ୍ବାଇ: ତୃତୀୟ ତ୍ରୈୟମାସର ଫଳାଫଳା ସହ ଇମ୍ପୋସିସ ଓ ଏଚଡିଏଫସି ଭଳି କମ୍ପାନୀର ସେୟାରରେ ଅଭିବୃଦ୍ଧ ଦେଖାଦେଇଛି। ଶୁକ୍ରବାର ବିଏସଇ ସେନସେକ୍ସ 147 ପଏଣ୍ଟ ଉପରମୁହାଁ ରହିଛି।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 147.37 ପଏଣ୍ଟ ବଢି 41599.72 କାରବାର ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 40.90 ପଏଣ୍ଟ ଅଭିବୃଦ୍ଧି ସହ 2256.80ରେ ପହଞ୍ଚିଛି।

ସେନସେକ୍ସ ଅନ୍ତର୍ଭୁକ୍ତ କମ୍ପାନୀ ମଧ୍ୟରେ ଇମ୍ଫୋସିସର ସେୟାରରେ ସର୍ବାଧିକ 1.47 ପ୍ରତିଶତ ବୃଦ୍ଧି ହୋଇଛି। ଅଲଟ୍ରାଟେକ ସିମେଣ୍ଟ, ମାରୁତି, କୋଟକ ବ୍ୟାଙ୍କ, ଏସିଆନ ପେଣ୍ଟସ ଓ ହିନ୍ତୁସ୍ତାନ ୟୁନିଲିଭର ସେୟାରରେ ପ୍ରଫିଟ ହୋଇଛି।

ସେପଟେ ଆଇସିଆଇସିଆଇ ବ୍ୟାଙ୍କ, ଇଣ୍ଡସାଇଣ୍ଡ ବ୍ୟାଙ୍କ, ଟାଇଟନ ଓ ଭାରତୀ ଏୟାରଟେଲର ସେୟାର 1.11 ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସିଛି।

ବେପାରୀଙ୍କ କହିବା ଅନୁସାରେ, ନିବେଶକ ଏବେ କମ୍ପାନୀର ତ୍ରୈୟମାସ ରେଜଲ୍ଟ ଓ ସାଧାରଣ ବଜେଟ ଉପରେ ଧାନ କେନ୍ଦ୍ରୀତ କରିଛନ୍ତି। ନିବେଶକଙ୍କ ଆଶା ରହିଛି ଯେ ସରକାର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଉଠାଇବେ। ସେହିପରି ଆମେରିକା ଓ ଇରାନ ତାତି ଥଣ୍ଡା ପଡିବା ଯୋଗୁଁ ମଧ୍ୟ ବଜାର ମଜବୁତ ହୋଇଛି।

ଏଥିମଧ୍ୟରେ ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା 0.31 ପ୍ରତିଶତ ହ୍ରାସ ପାଇ 65.17 ଡଲାରରେ ପହଞ୍ଚିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.