ETV Bharat / business

ବକେୟା ଦେଉନି ସାହାରା, ସୁପ୍ରିମକୋର୍ଟ ଦ୍ବାରସ୍ଥ ସେବି - undefined

ସାହାରା ମାଲିକ ସୁବ୍ରତ ରାୟ ନିବେଶକଙ୍କ 62 ହଜାର କୋଟି ଟଙ୍କା ଶୀଘ୍ର ପୈଠ କରନ୍ତୁ । ଏନେଇ ସୁପ୍ରିମକୋର୍ଟରେ ପହଞ୍ଚିଛି ସେବି । ଅଧିକ ପଢନ୍ତୁ..

SEBI moves SC seeking direction to Saharas Subrata Roy to pay Rs 62,600 cr dues

author img

By

Published : Nov 20, 2020, 6:41 PM IST

ନୂଆଦିଲ୍ଲୀ: ସାହାରା ଗ୍ରୁପର 2 କମ୍ପାନୀକୁ 62,602.90 କୋଟି ଟଙ୍କା ପେମେଣ୍ଟ ନିର୍ଦ୍ଦେଶ ପାଇଁ ବଜାର ନିୟାମକ ସେବି ଉଚ୍ଚତମ ନ୍ୟାୟଳୟରେ ଆବେଦନ ଦାଖଲ କରିଛି ।

ସେବି କହିଛି କି , ଯଦି ଏହି କମ୍ପାନୀ କୋର୍ଟଙ୍କ ପ୍ରଥମ ଆଦେଶକୁ ମାନି ଏହି ଟଙ୍କା ପୈଠ ପାଇଁ ବିଫଳ ହୁଅନ୍ତି , ତେବେ ସାହାରା ଗ୍ରୁପର ପ୍ରମୁଖ ସୁବ୍ରତ ରାୟଙ୍କୁ ହେପାଜତରେ ନିଆଯିବା ଆବଶ୍ୟକ ।

ଅବମାନନାକାରୀ ରାୟ ଏବଂ ତାଙ୍କର ଦୁଇ କମ୍ପାନୀ - ସାହାରା ଇଣ୍ଡିଆ ରିଏଲ ଇଷ୍ଟେଟ କର୍ପୋରେସନ ଲିମିଟେଡ ଏବଂ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ - ନିବେଶକଙ୍କଠାରୁ ନେଇଥିବା ସମସ୍ତ ଟଙ୍କାକୁ ସୁଧ ସହ ଜମା କରିବା ନେଇ କୋର୍ଟଙ୍କ ବିଭିନ୍ନ ଆଦେଶକୁ 'ଉଲ୍ଲଂଘନ କରିଛି । ଏପରି କି ସୁବ୍ରତ ରାୟ ଓ ତାଙ୍କ କମ୍ପାନୀକୁ ଅନେକ ଥର ରିଲିଫ ପ୍ରଦାନ କରାଯିବା ପରେ ବି ସେ ଏହି ନ୍ୟାୟଳର ଆଦେଶର ଅବହେଳା କରିଛନ୍ତି । ଏଥିସହ ତାଙ୍କର ଅନୁପାଳନରେ ବିଫଳ ରହିଛନ୍ତି ।

ନ୍ୟାୟଳୟରେ ପଡିରହିଥିବା ମାମଲାରେ ହସ୍ତକ୍ଷେପ ପାଇଁ ନଭେମ୍ବର 18କୁ ଦାଖଲ ଆବେଦନରେ ସେବି କହିଛି କି , ‘‘ ଅବମାନନାକାରୀ ଲମ୍ବା କୋହଳ ପରେ ବି କୋର୍ଟଙ୍କ ଆଦେଶକୁ ମାନି ନାହିଁ । ଯାହା ଫଳରେ ସେମାନଙ୍କ ବେକୟା ଦିନକୁ ଦିନ ବଢିଚାଲିଛି ।

ଆବେଦନରେ କୁହାଯାଇଛି କି ନ୍ଯାୟଳୟ ଦ୍ବାରା 2016 ମେ 6 ଆଦେଶକୁ ସମୟ ସମୟରେ ବଢାଚାଲିଛି । ଏପଟେ ଅବମାନନାକାରୀ ହେପାଜତରେ ମିଳିଥିବା ରିଲିଫର ଆନନ୍ଦ ନେଉଛନ୍ତି । କିନ୍ତୁ ତାଙ୍କୁ ଏହି ନ୍ୟାୟଳର ଆଦେଶ ଉପରେ ଅମଳ ପାଇଁ କୌଣସି ପ୍ରୟାସ କରାଯାଇନାହିଁ ।

ଚଳିତ ବର୍ଷ ସେପ୍ଟେମ୍ବର 30 ସୁଦ୍ଧା ସେବି-ସାହାରା ରିଫଣ୍ଡ ଆକାଉଣ୍ଟରେ 62,602.90 କୋଟି ଟଙ୍କା ଜମା କରିବାକୁ ସାହାରାଙ୍କୁ ନିର୍ଦ୍ଦେଶ ଦେବାକୁ ସେବି କୋର୍ଟଙ୍କୁ ଅନୁରୋଧ କରିଛି।

For All Latest Updates

TAGGED:

BLNAK
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.