ETV Bharat / business

ବିଜୟ ମାଲ୍ୟାଙ୍କ  ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ - ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କ ପୁର୍ନବିଚାର ଆବେଦନ

ଅବମାନନା ମାମଲାରେ ବିଜୟ ମାଲ୍ୟାଙ୍କ ପୁର୍ନବିଚାର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଏହି ଯାଚିକାରେ କୋର୍ଟ ଅବମାନନା ମାମଲାରେ 2017ରେ ଶୁଣାଯାଇଥିବା ଆଦେଶର ପୁର୍ନବିଚାର ପାଇଁ ମାଲ୍ୟା ଅନୁମୋଧ କରିଥିଲେ । ଅଧିକ ପଢନ୍ତୁ..

ବିଜୟ ମାଲ୍ୟା  ଯାଚିକା ଖାରଜ କଲେ  ସୁପ୍ରିମକୋର୍ଟ

author img

By

Published : Aug 31, 2020, 12:22 PM IST

ନୂଆଦିଲ୍ଲୀ: ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟାଙ୍କୁ ସୁପ୍ରିମକୋର୍ଟଙ୍କ ବଡ ଝଟକା । ମାଲ୍ୟଙ୍କ ପୁର୍ନବିଚାର ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ । କୋର୍ଟଙ୍କ ଆଦେଶକୁ ଅବମାନନା କରି ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ବିରୋଧରେ ସେ ଏକ ପୁର୍ନବିଚାର ଯାଚିକା ଦାଖଲ କରିଥିଲେ ।

ଜଷ୍ଟିସ ୟୁୟୁ ଲଲିତ ଓ ଅଶୋକ ଭୂଷଣ ମାଲ୍ୟା ଯାଚିକାକୁ ଖାରଜ କରିଛନ୍ତି । ଗତ ଶୁଣାଣିରେ ସୁପ୍ରିମକୋର୍ଟ ଏନେଇ ନେଇଥିବା ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ପ୍ରକାଶ ଯେ, ମାଲ୍ୟ କୋର୍ଟଙ୍କ ଆଦେଶର ଅବମାନନା କରି ନିଜ ପିଲାଙ୍କୁ 4 କୋଟି ଡଲାର ଟ୍ରାନ୍ସଫର କରିଥିଲେ ।

ମାଲ୍ୟା ସୁପ୍ରିମକୋର୍ଟଙ୍କ 2017 ମେ 9 ଆଦେଶ ନେଇ ପୁର୍ନବିଚାର ଯାଚିକା ଦାଖଲ କରିଥିଲେ । ଯେଉଁଥିରେ ବାରମ୍ବାର ନିର୍ଦ୍ଦେଶ ପରେ ବି ବ୍ୟାଙ୍କକୁ 9,000 କୋଟି ଟଙ୍କା ପୈଠ କରିନଥିବା ନେଇ ମାଲ୍ୟାଙ୍କୁ ଅବମାନନା ଦୋଷୀ ସାବ୍ୟସ୍ତ କରାଯାଇଥିଲା । କାରଣ ମାଲ୍ୟା ସୁପ୍ରିମକୋର୍ଟ ଆଦେଶ ବିରୋଧରେ ଯାଇ ନିଜ ସମ୍ପତ୍ତି ପରିବାର ନାଁକୁ ଟ୍ରାନ୍ସଫର କରିଥିଲେ । ଏହା କୋର୍ଟର ଅବମାନନା ଦର୍ଶାଇ ମେ 2017 ରେ ସର୍ବୋଚ୍ଚ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.