ETV Bharat / business

ପୁଣି ଘୁଞ୍ଚିଲା ମାଲ୍ୟା ମାମଲା ଶୁଣାଣୀ

author img

By

Published : Aug 2, 2019, 2:45 PM IST

ପୁଣି ଘୁଞ୍ଚିଲା ପଳାତକ ବିଜୟ ମାଲ୍ୟା ଯାଚିକାର ଶୁଣାଣି । ଶୁକ୍ରବାର ନୁହେଁ ଆସନ୍ତା 13 ରେ ସୁପ୍ରିମକୋର୍ଟରେ ନିଆଯିବ ନିଷ୍ପତ୍ତି । କିଙ୍ଗଫିସର ବ୍ୟତୀତ ନିଜ ପରିଜନ ତଥା ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଜବତ ନ କରିବା ପାଇଁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଶୁକ୍ରବାର ନୁହେଁ ଆସନ୍ତା 13 ରେ ହେବ ପଳାତକ ବିଜୟ ମାଲ୍ୟା ଯାଚିକାର ଶୁଣାଣି । ଜୁଲାଇ 29ରେ ହେବାକୁ ଥିବା ଏହି ମାମଲାର ଶୁଣାଣୀ ଲଗାତାର ଘୁଞ୍ଚିବାରେ ଲାଗିଛି। ନିଜ ପରିଜନ ତଥା ସେମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଜବତ ନ କରିବା ପାଇଁ ବିଜୟ ମାଲ୍ୟା ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ । ତେବେ ମାଲ୍ୟାଙ୍କ ଓକିଲ ଫାଲୀ ଏସ ନରୀମନ ଅସୁସ୍ଥ ଥିବା ଶୁଣାଣୀକୁ ଟାଳି ଦିଆଯାଇଛି ।

ସୋମବାର ମଧ୍ୟ ତାଙ୍କ ଓକିଲ ଏହି ମାମଲାର ଶୁଣାଣୀକୁ ଘୁଞ୍ଚାବାକୁ ଆବେଦନ କରିଥିଲେ । ପ୍ରକାଶ ଥାଉ ଯେ, ମାଲ୍ୟାଙ୍କ ସମ୍ପତ୍ତି ଜବତ ନେଇ ବିଶେଷ ଅଦାଲତରେ ଦୀର୍ଘସମୟ ଧରି ଶୁଣାଣି ହୋଇଆସୁଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଅପିଲ କରିଥିଲେ । ହେଲେ ଏହାକୁ ନାମଞ୍ଜୁର କରି ଗତ 11 ତାରିଖରେ ବମ୍ବେ ହାଇକୋର୍ଟ ମାଲ୍ୟାଙ୍କ ଅପିଲ ଖାରଜ କରିଦେଇଥିଲେ ।

ଚଳିତ ବର୍ଷ ଜାନୁଆରୀ 5ରେ ବିଶେଷ ଅଦାଲତ ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷିତ କରିଥିଲେ । ଏହା ପରେ ଅଦାଲତ ତାଙ୍କ ସମ୍ପତ୍ତି ଜବତ କାର୍ଯ୍ୟପ୍ରଣାଳୀ ଆରମ୍ଭ କରିସାରିଛି । ଭାରତୀୟ ବ୍ୟାଙ୍କରୁ ପ୍ରାୟ 9 ହଜାର କୋଟି ଟଙ୍କା ଠକିଥିବା ମାମାଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦେଶ ବିଦେଶରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରିବାରେ ଲାଗିଛି । ତେବେ ଏହା ଉପରେ ରୋକ ଲଗାଇବାକୁ ମାଲ୍ୟା ଏକ ଯାଚିକା କରି ଅନୁରୋଧ କରିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସ ବ୍ୟତୀତ ଅନ୍ୟ ପରିଜନ ଓ ସେମାନଙ୍କ ସମ୍ପତ୍ତି ଜବତ କରାନଯାଉ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.