ETV Bharat / business

ବିମାନ ଟିକେଟ ରିଫଣ୍ଡ ମାମଲା: କେନ୍ଦ୍ରକୁ ସ୍ପଷ୍ଟିକରଣ ମାଗିଲେ ସୁପ୍ରିମକୋର୍ଟ

author img

By

Published : Sep 9, 2020, 7:45 PM IST

ବାତିଲ ହୋଇଥିବା ବିମାନ ଟିକେଟର ରିଫଣ୍ଡ ଉପରେ ଷ୍ଟକହୋଲ୍ଡର ସେମାନଙ୍କ ମତାମତ ଦାଖଲ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଶୁଣାଣି ସେପ୍ଟେମ୍ବର 23ରେ ହେବ । ଅଧିକ ପଢନ୍ତୁ..

ବିମାନ ଟିକେଟ ରିଫଣ୍ଡ  ମାମଲା: କେନ୍ଦ୍ରକୁ ସ୍ପଷ୍ଟିକରଣ ମାଗିଲେ ସୁପ୍ରିମକୋର୍ଟ
ବିମାନ ଟିକେଟ ରିଫଣ୍ଡ ମାମଲା: କେନ୍ଦ୍ରକୁ ସ୍ପଷ୍ଟିକରଣ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକଡାଉନ ସମୟରେ ବିମାନରେ ଯାତ୍ରା କରିବା ପାଇଁ ବୁକ କରାଯାଇଥିବା ଟିକେଟ ଭଡାର ସମ୍ପୂର୍ଣ୍ଣ ରିଫଣ୍ଡ ଯାଚିକା ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାତିଲ ବିମାନ ଟିକେଟର ସମ୍ପୂର୍ଣ୍ଣ ରିଫଣ୍ଡ କରିବାକୁ ଇଚ୍ଛୁକ କି ନାହିଁ ତାହା ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ରକୁ କହିଛନ୍ତି ।

ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶରେ କେନ୍ଦ୍ରକୁ କହିଛନ୍ତି ଯେ ଲକଡାଉନ୍ ସମୟରେ ଉଡାଣ ପାଇଁ ବୁକ୍ ହୋଇଥିବା ଟିକେଟର ସମ୍ପୂର୍ଣ୍ଣ ଫେରସ୍ତ ଉପରେ ଆବେଦନକାରୀଙ୍କ ସ୍ପଷ୍ଟୀକରଣର ଜବାବ ଦିଆଯାଉ । ରିଫଣ୍ଡ ନେଇ ଏୟାରଲାଇନଙ୍କୁ କେନ୍ଦ୍ର ପ୍ରସ୍ତାବର ଜବାବ ଦେବାକୁ ମଧ୍ୟ କୁହାଯାଇଛି । ଅଧିକାଂଶ ବିମାନ ସେବା କେନ୍ଦ୍ରର ପ୍ରସ୍ତାବରେ ସହମତ ହୋଇଥିବାବେଳେ କିଛି ଉତ୍ତର ଦେବାକୁ ସମୟ ମାଗିଛନ୍ତି।

ଆବେଦନକାରୀଙ୍କ ମଧ୍ୟରେ ଜଣେ ଦାବି କରିଛି କି, ଲକଡାଉନ ଯୋଗୁଁ ଯାହାର ଉଡାଣ ରଦ୍ଦ କରିଦିଆଗଲା, ସେମାନଙ୍କୁ ରିଲିଫ ଦେବା ଆବଶ୍ୟକ । ଏହି ମାମଲାରେ ନିଜ ପକ୍ଷ ରଖି କେନ୍ଦ୍ର ସ୍ପଷ୍ଟ କରିଛି କି ରିଫଣ୍ଡ କେବଳ ଭାରତରୁ ବୁକ କରାଯାଇଥିବା ଟିକେଟ ଉପରେ ଲାଗୁ ହେବ । ଆଉ ଯଦି ବିଦେଶୀ ଏୟାରଲାଇନ୍ସ ବିଦେଶରୁ ବୁକ କରନ୍ତି, ତେବେ ଏହା ଭାରତ ଅଧିନରେ ଆସିବ ନାହିଁ । ମାମଲାର ଆସନ୍ତା ଶୁଣାଣୀ ସେପ୍ଟେମ୍ବର 23ରେ ହେବ ।

ଏହା ପୂର୍ବରୁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆଫିଡେଭିଟରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ଲକଡାଉନ ସମୟରେ ବୁକ ହୋଇଥିବା ଟିକେଟ ବାତିଲ ପାଇଁ 15 ଦିନ ମଧ୍ୟରେ ଏୟାରଲାଇନ୍ସ ଦ୍ୱାରା ସମସ୍ତ ଟଙ୍କା ଫେରସ୍ତ କରାଯିବା ଉଚିତ । ଆଉ ଯଦି କୌଣସି ବିମାନ କମ୍ପାନୀ ଆର୍ଥିକ ସଙ୍କଟରେ ଅଛନ୍ତି ଏବଂ ରିଫଣ୍ଡ କରିବାରେ ଅସମର୍ଥ, ତେବେ ସେ 2021 ମାର୍ଚ୍ଚ 31 ସୁଦ୍ଧା ଯାତ୍ରୀଙ୍କ ପସନ୍ଦର ଟ୍ରାଭେଲ କ୍ରେଡିଟ ସେଲ ପ୍ରଦାନ କରାଯିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.