ETV Bharat / business

ଗ୍ରାହକଙ୍କୁ SBIର ଆଶ୍ବସ୍ତି, ଶସ୍ତା ହେଲା ଲୋନ - ଏସବିଆଇ ଇଏମଆଇ

ଆରବିଆଇର ରୋପୋ ରେଟ ଦର ହ୍ରାସର ପୂରା ଫାଇଦା ଗ୍ରାହକଙ୍କୁ ଦେଲା ଏସବିଆଇ । ଶସ୍ତା କଲା ଲୋନ । ଏବେ ଆପଣଙ୍କ ଇଏମଆଇ ଉପରେ ହେବ ଏତିକି ସଞ୍ଚୟ...ଅଧିକ ପଢନ୍ତୁ

SBI cut interest rate
ଗ୍ରାହକଙ୍କୁ ଏସବିଆଇର ଆଶ୍ବସ୍ତି, ଶସ୍ତା ହେଲା ଲୋନ
author img

By

Published : Mar 28, 2020, 5:31 PM IST

ନୂଆଦିଲ୍ଲୀ: କୋରୋନା ପ୍ରଭାବିତ ଅର୍ଥନୀତିକୁ ଆର୍ଥିକ ସଂସ୍ଥାଙ୍କ ଆଶ୍ବସ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ବୁଷ୍ଟର ପରେ ସୁଧ ହାର ଶସ୍ତା କଲା ଭାରତର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ । ରୋପୋରେଟ ଦର ହ୍ରାସର ପୁରା ଫାଇଦା ଗ୍ରାହକଙ୍କୁ ଦେଇ ଏସବିଆଇ ତାର ସୁଧ 75 ବେସିସ ପଏଣ୍ଟ ହ୍ରାସ କରିଛି । ନୂଆ ଦର ଏପ୍ରିଲ 1ରୁ ଲାଗୁ ହେବ ।

ଏସବିଆଇର ସୁଧ ହାର ଶସ୍ତା ସହ ଖୁଚୁରା ଏବଂ ମୁକ୍ତ ଜମା ରାଶି ଉପରେ ସୁଧ ଦର 0.20ରୁ ନେଇ 1 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଏସବିଆଇ ଏକ ବିବୃତ୍ତିରେ କହିଛି ଯେ, ଏହାର ନୂତନ ହ୍ରାସ ଦର ବାହ୍ୟ ମାନକ ସହ ଜଡିତ ଋଣ ହାର (EBR) ଏବଂ ରେପୋ ରେଟ୍ ସହ ଜଡିତ ଋଣ ହାର (ଆରଏଲଆରଏଲ୍) ଅନୁଯାୟୀ ଋଣ ନେଉଥିବା ଗ୍ରାହକଙ୍କ ପାଇଁ ପ୍ରଯୁଜ୍ୟ ହେବ। ଆରବିଆର ବାର୍ଷିକ 7.80 ପ୍ରତିଶତରୁ ହ୍ରାସ ପାଇ 7.05 ପ୍ରତିଶତ ହୋଇ ଥିବାବେଳେ ଆରଏଲଏଲଆର 7.40 ପ୍ରତିଶତରୁ 6.65 ପ୍ରତିଶତକୁ ଖସିଛି । ଏସବିଆଇ ଏହା ମଧ୍ୟ କହିଛି ଯେ, EBR ଏବଂ RLLR ସହିତ ସଂଯୁକ୍ତ 30 ବର୍ଷର ଋଣ ଉପରେ ସୁଧ ହାର ହ୍ରାସ କରିବା ପରେ ସମାନ ମାସିକ କିସ୍ତି (EMR) ପ୍ରତି 1 ଲକ୍ଷ ଟଙ୍କା ପିଛା 52 ଟଙ୍କା ହ୍ରାସ ପାଇବ।

ସେହିପରି ଆରବିଆଇ ଦ୍ବାରା 3 ମାସର ଇଏମଆଇ କିସ୍ତି ସ୍ଥଗିତ ଘୋଷଣା ପରେ ଏସବିଆଇ କହିଛି ଯେ, 3 ମାସର ଋଣର କିସ୍ତି ଆଦାୟ ନ ହେବା ଦ୍ବାରା ବ୍ୟାଙ୍କର ପ୍ରାୟ 60,000 କୋଟି ଟଙ୍କାର ଆଦାୟ ଅଟକିଯିବ । ଏ ନେଇ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି ଯେ, ‘ଆମର ଟର୍ମ ଲୋନ ସଂଖ୍ୟା ବହୁତ ଅଧିକା । ଏହି ଲୋନ ଉପରୁ ପ୍ରତି ବର୍ଷ ପାଖାପାଖୀ 2ରୁ ଅଢେଇ ଲକ୍ଷ କୋଟି ଆଦାୟ ହୁଏ । ଏହି ପ୍ରକାରରେ 3 ମାସର ପରିମାଣ ଦେଖିବାକୁ ଗଲେ ଏହା 50ରୁ 60000 କୋଟି ଟଙ୍କା ହେବ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.