ନୂଆଦିଲ୍ଲୀ: ଗାଡି କିଣିବାକୁ ଇଚ୍ଛୁକ ଥିଲେ ଜଲଦି କରନ୍ତୁ । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଆଣିଛି ସୁବର୍ଣ୍ଣ ସୁଯୋଗ । ଏସବିଆଇର ଏହି ବମ୍ପର ଅଫରରେ ଗାଡି ବୁକ କଲେ ମିଳିପାରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ । ଏ ନେଇ ଏସବିଆଇ ତାର ଅଫିସିଆଲ ଟ୍ବିଟର ପେଜରେ ସୂଚନା ଦେଇଛି ।
ତେବେ ଜାଣନ୍ତୁ କ’ଣ ଏହି ଅଫର
ଭାରତର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ ତାର ଗ୍ରାହକଙ୍କୁ ଦିପାବଳୀ ଭେଟି ଦେଉଛି । ଏହି ଅଫରରେ ଯଦି କୌଣସି ଗ୍ରାହକ ଏସବିଆଇର ୟୋନୋ ଆପରେ କାର୍ଡର ଇକୋସ୍ପୋର୍ଟ((Ford EcoSport) ବୁକ କରନ୍ତି ତେବେ ତାଙ୍କୁ 50 ପ୍ରତିଶତ କ୍ୟାସବ୍ୟାକ ଜିତିବାର ସୁଯୋଗ ମିଳିବ । ଏହି କ୍ୟାସବ୍ୟାକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଗ୍ରାହକ ଏହି ଅଫରର ଫାଇଦା ଉଠାଇପାରିବେ ।
କିପରି କରିବେ Ford EcoSport ବୁକିଙ୍ଗ
ଏହି ଅଫର ପାଇଁ ଆପଣ ନିଜ ସ୍ମାର୍ଟଫୋନରେ SBI Yono ଆପ ଡାଉନଲୋଡ କରିବେ । ଏହା ପରେ ଆପରେ ରେଜିଷ୍ଟ୍ରେସନ କରିବେ । ଯଦି ଆପଣ ଏସବିଆଇର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ବ୍ୟବହାର କରୁଛନ୍ତି, ତେବେ ୟୁଜର ନାଁ, ପାସୱାର୍ଡ ଓ ରେଫରାଲ କୋଡ ଦିଅନ୍ତୁ । ଆଉ ଯଦି ଇଣ୍ଟରନେଟ ବ୍ୟାଙ୍କିଙ୍ଗର ବ୍ୟବହାର କରୁନାହାନ୍ତି, ତାହାହେଲେ ଏଟିଏମ କାର୍ଡର ସମ୍ପୁର୍ଣ୍ଣ ବିବରଣୀ ଦେବାକୁ ହେବ । ଶେଷରେ ୟୁନୋ ଆପରେ ରେଜିଷ୍ଟ୍ରେସନ ହୋଇଯିବ । ଏହା ପରେ ଆପଣ Ford EcoSport ବୁକିଙ୍ଗ କରିପାରିବେ ।
କ୍ୟାସବ୍ୟାକ ବ୍ୟତୀତ କଣ ରହିଛି ଅଫର
ଏସବିଆଇର ଏହି ଅଫର କେବଳ କ୍ୟାସବ୍ୟାକରେ ସୀମିତ ନାହିଁ । ଏଥିରେ କାର ଲୋନର ମଧ୍ୟ ସୁବିଧା ରହିଛି । ଯଦି କୌଣସି ଗ୍ରାହକ ଲୋନ ନେଇ କାର ନେବାକୁ ଚାହୁଁଛି , ତେବେ ଏଥିପାଇଁ ପ୍ରୋସେସିଙ୍ଗ ଫି (ପ୍ରକ୍ରିୟା ଦେୟ) ମଧ୍ୟ ଦେବାକୁ ପଡିବ ନାହିଁ । ଅର୍ଥାତ ଜିରୋ ପ୍ରୋସେସିଙ୍ଗ ଫିରେ ଏସବିଆଇ ଆପଣଙ୍କୁ କାର କିଣିବାରେ ସହଯୋଗ କରିବ । ଏହି ଅଫର ମାତ୍ର ଅକ୍ଟୋବର 31 ପର୍ଯ୍ୟନ୍ତ ରହିଛି ।
ଏହା ବ୍ୟତୀତ ଗ୍ରାହକଙ୍କୁ 8,536 ଟଙ୍କାର ମାଗଣା ଏକ୍ସେସିରୀଜ(କାର ଏକ୍ସସିରିଜ) ମଧ୍ୟ ମିଳୁଛି । ଏହି ଅଫର ନଭେମ୍ବର 30 ଯାଏଁ ଅଛି ।