ETV Bharat / business

ବଜେଟ ପରେ ଏସବିଆଇର ଭେଟି, ଶସ୍ତା ହେଲା ଲୋନ - SBI MCLR

ବଜେଟ ପରେ ଗ୍ରାହକଙ୍କୁ ଏସବିଆଇର ଉପହାର । ଋଣ ଉପରୁ କମିଲା ସୁଧ ହାର । 7.85କୁ ଖସିଲା ଏମସିଏଲଆର । ନୂତନ ଦର ଆସନ୍ତା 10ରୁ ଲାଗୁ । ଅଧିକ ଖବର ପଢନ୍ତୁ...

SBI cuts MCLR by 5 bps across tenors
ବଜେଟ ପରେ ଏସବିଆଇର ଭେଟି, ଶସ୍ତା ହେଲା ଲୋନ
author img

By

Published : Feb 7, 2020, 2:28 PM IST

ନୂଆଦିଲ୍ଲୀ: ବଜେଟ ପରେ ଗ୍ରାହକଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ଭେଟି । ଲଗାତାର ନବମ ଥର ହ୍ରାସ କଲା ସୁଧଦର । ଶୁକ୍ରବାର ଏସବିଆଇ ମାର୍ଜିନାଲ କାଷ୍ଟ ଅଫ ଲେଣ୍ଡିଂ ରେଟ (ଏମସିଏଲଆର)କୁ 0.05 ପ୍ରତିଶତ ହ୍ରାସ କରିଛି । ଫଳରେ ଏମସିଏଲଆର ଏବେ 7.85 ପ୍ରତିଶତରେ ପହଞ୍ଚିଛି । ଫେବୃଆରୀ 10ରୁ ଏହି ନୂତନ ଦର ଲାଗୁ ହେବ ।

ତେବେ ଆରବିଆଇର ମୁଦ୍ରାନୀତି ବୈଠକର ରେପୋରେଟ ଦର ହ୍ରାସ ହୋଇନଥିଲେ ବି ଏସବିଆଇ ତାର ସୁଧ ଦର କମାଇଛି । ଏ ନେଇ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିଛି । ପୂର୍ବରୁ ଏମସିଏଲଆର 7.90 ପ୍ରତିଶତ ରହିଥିଲା ।

ପ୍ରକାଶ ଯେ, ଗୁରୁବାର(ଫେବୃଆରୀ6) ଆରବିଆଇର ମୁଦ୍ରାନୀତି ବୈଠକର ରିପୋର୍ଟ ପ୍ରକାଶ ପାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ତାର ରେପୋରେଟ ଦରକୁ 5.15 ପ୍ରତିଶତରେ ଅପରିବର୍ତ୍ତିତ ରଖିଛି । ହେଲେ 1 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ରାଶି ପାଇଁ ଦୀର୍ଘ କାଳୀନ ରେପୋର ଘୋଷଣା କରାଯାଇଛି । ଏଥିଯୋଗୁଁ ବାଣିଜ୍ୟିକ ବ୍ୟାଙ୍କ ପାଇଁ ଋଣ ଏକଜୁଟ କରିବା ଶସ୍ତା ହୋଇଯାଇଛି ।

ଏସବିଆଇର ଖୁଚୁରା ଜମା ପାଇଁ ସୁଧ ଦର 0.1ରୁ 0.5 ପ୍ରତିଶତ ଓ ରିଟେଲ ଜମା ପାଇଁ 0.25ରୁ 0.50 ପ୍ରତିଶତ ପର୍ଯ୍ୟନ୍ତ କାଟ୍‌ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.