ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ ବ୍ୟାଙ୍କ ଏସବିଆଇ ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହାର ଏହାର ସ୍ଥାୟୀ ଜମା ଉପରେ ସୁଧହାର 15 ବେସିସ ପଏଣ୍ଟ ହ୍ରାସ କରିଛି । ଜାନୁଆରୀ 10ରୁ ଏହାକୁ ଲାଗୁ କରାଯାଇଛି । 2 କୋଟି ଟଙ୍କାରୁ କମ ଦୀର୍ଘକାଳୀନ(ସ୍ଥାୟୀ) ଜମା ପାଇଁ ଏହା କାର୍ଯ୍ୟକାରୀ ହେବ ।
ଭାରତୀୟ ଷ୍ଟେଟ ବ୍ୟାଙ୍କର ୱେବସାଇଟ ଅନୁଯାୟୀ, 1 ବର୍ଷରୁ 10 ବର୍ଷ ଅବଧି ଥିବା ଦୀର୍ଘମିଆଦୀ ସ୍ଥାୟୀ ଜମା ଉପରେ ସୁଧ ହାର ଏବେ 6.10 ପ୍ରତିଶତ କରାଯାଇଛି । ପୂର୍ବରୁ ଏହା 6.25 ପ୍ରତିଶତ ରହିଥିଲା । ସେପେଟ ବରିଷ୍ଠ ନାଗରିକଙ୍କ ପାଇଁ ଏହା 6.6 ପ୍ରତିଶକୁ ହ୍ରାସ ପାଇଛି । ଯାହା 6.75 ପ୍ରତିଶତ ଥିଲା ।
7ରୁ 45 ଦିନ ଓ 46 ଦିନରୁ 179 ଦିନର ଅବଧିର ସ୍ଥାୟୀ ଜମା ରାଶି ଉପରେ ବ୍ୟାଙ୍କ କ୍ରମଶଃ 4.50 ପ୍ରତିଶତ ଓ 5.50 ପ୍ରତିଶତ ସୁଧ ଦେବେ । ସେହିପରି 180 ଦିନରୁ ବର୍ଷେକୁ କମ ଅବଧିର ସ୍ଥାୟୀ ଜମା ଉପରେ ସୁଧ ଦର 5.80 ପ୍ରତିଶତ ରହିବ ।