ETV Bharat / business

ସାନିଟାଇଜରରେ ଲାଗିବ 18% ଜିଏସଟି: ଅର୍ଥମନ୍ତ୍ରଣାଳୟ

ସାନିଟାଇଜର ମଧ୍ୟ ସାବୁନ, କୀଟାଣୁରୋଧ ତରଳ ପଦାର୍ଥ, ଡେଟଲ ସମେତ ଅନ୍ୟ ଭଳି କୀଟାଣୁନାଶକ । ଯାହା ଉପରେ ଜିଏସଟି ବ୍ୟବସ୍ଥା ଅଧିନରେ 18 ପ୍ରତିଶତ ଶୁଳ୍କ ଲାଗିବ । ଅଧିକ ପଢନ୍ତୁ..

author img

By

Published : Jul 16, 2020, 1:02 PM IST

ସାନିଟାଇଜରରେ ଲାଗିବ 18% ଜିଏସଟି : ଅର୍ଥମନ୍ତ୍ରାଳୟ

ନୂଆଦିଲ୍ଲୀ: ସାବୁନ ଓ ଡେଟଲ ଭଳି ସାନିଟାଇଜର ବି କୀଟାଣୁନାଶକ । ଏଣୁ ଦ୍ରବ୍ୟ ଓ ସେବା କର ( ଜିଏସଟି) ଅଧିନରେ ଏଥିରେ 18 ପ୍ରତିଶତ ଶୁଳ୍କ ଲାଗିବ । ଏ ନେଇ ବୁଧବାର ସରକାର ସ୍ପଷ୍ଟ କରି କହିଛନ୍ତି ।

ଅର୍ଥମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, ସାନିଟାଇଜର ପ୍ରସ୍ତୁତିରେ ବିଭିନ୍ନ ରସାୟନ, ପ୍ୟାକିଂଯୁକ୍ତ ସାମଗ୍ରୀ ଏବଂ କଞ୍ଚାମାଲ ବ୍ୟବହୃତ ହୁଏ । ଆଉ ସେ ସବୁଥିରେ ମଧ୍ୟ 18 ପ୍ରତିଶତ ଜିଏସଟି ଲାଗିବ ।

ମନ୍ତ୍ରଣାଳୟ କହିଛି କି ‘‘ ସାନିଟାଇଜର ମଧ୍ୟ ସାବୁନ, କୀଟାଣୁରୋଧ ତରଳ ପଦାର୍ଥ , ଡେଟଲ ସମେତ ଅନ୍ୟ ଭଳି କୀଟାଣୁନାଶକ । ଯାହା ଉପରେ ଜିଏସଟି ବ୍ୟବସ୍ଥା ଅଧିନରେ 18 ପ୍ରତିଶତ ଶୁଳ୍କ ଲାଗିବ । ସାନିଟାଇଜର ଓ ତା ଭଳି ଅନ୍ୟ ସାମଗ୍ରୀ ଉପରେ ଜିଏସଟି ଦର କମ କରିବାର ଓଲଟା ଢାଞ୍ଚାକୁ ପ୍ରସ୍ତୁତ କରାଯିବ । ଅର୍ଥାତ କଞ୍ଚାମାଲରେ ପ୍ରସ୍ତୁତ ପ୍ରଡକ୍ଟ ତୁଳନାରେ ଅଧିକ ଶୁଳ୍କ ଲାଗିବ ।

ତେବେ ଏହା ଦ୍ବାରା ହ୍ୟାଣ୍ଡ ସାନିଟାଇଜର ତିଆରି କରୁଥିବା ଘରୋଇ ନିର୍ମାତାଙ୍କ ସହ ଆମଦାନୀକାରୀଙ୍କୁ କ୍ଷତି ହେବ । ଏ ନେଇ ଅର୍ଥମନ୍ତ୍ରାଳୟ କହିଛି କି, ଜିଏସଟି ଦର କମ କରିବା ଦ୍ବାରା ଆମଦାନୀ ଶସ୍ତା ହୋଇଯିବ । ଆଉ ଯଦି ପ୍ରସ୍ତୁତ ଉତ୍ପାଦଠାରୁ ତୁଳନାରେ କଞ୍ଚାମାଲ ଉପରେ ଅଧିକ ଟିକସ ଲଗାଯାଏ, ତେବେ ଏଥିରେ ଘରୋଇ ଉଦ୍ୟୋଗକୁ କ୍ଷତି ହେବ ।

ବିବୃତ୍ତି ଅନୁସାରେ ‘‘ଜିଏସଟି ଦର ହ୍ରାସ ଦ୍ବାରା ଆମଦାନୀ ଶସ୍ତା ହେବ । ଏହା ଦେଶର ଆତ୍ମନିର୍ଭର ଭାରତ ନୀତିକ ବିରୋଧ ହେବ । ଓଲଟା ଶୁଳ୍କ ସରଞ୍ଚନା ଦ୍ବାରା ଯଦି ଉତ୍ପାଦକଙ୍କୁ କ୍ଷତି ହେବ, ତେବେ ଗ୍ରାହକଙ୍କୁ ମଧ୍ୟ ଲାଭ ମିଳିବନି ।

ନିକଟରେ ଏଏଆର (Authority for Advance Rulings)ର ଗୋଆ ବେଞ୍ଚ ସମସ୍ତ ଆଲକହଲ ଯୁକ୍ତ ହ୍ୟାଣ୍ଡ ସାନିଟାଇଜର ଉପରେ 18 ପ୍ରତିଶତ ଜିଏସଟି ଲାଗୁ ନେଇ ବ୍ୟବସ୍ଥା କରିଛି । ଯଦିଓ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ହ୍ୟାଣ୍ଡ ସାନିଟାଇଜରକୁ ଆବଶ୍ୟକ ବସ୍ତୁ ରୂପେ ଶ୍ରେଣୀଭୁକ୍ତ କରିଛି । କିନ୍ତୁ ଜିଏସଟି ଆଇନରେ ଛାଡ ସାମଗ୍ରୀ ଓ ବସ୍ତୁର ଅଲଗା ସୂଚୀ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.