ETV Bharat / business

ଟ୍ରେଡୱାର ଇଫେକ୍ଟ: ଚୀନରୁ ମୁହଁ ଫେରାଇଲା ସାମସଙ୍ଗ - ବାଣିଜ୍ୟିକ ଯୁଦ୍ଧ

ଚୀନରୁ ମୁହଁ ଫେରାଇ ଭାରତ ଆଡକୁ ଆକୃଷ୍ଟ ହେଲାଣି ସାମସଙ୍ଗ । ଚୀନର ମହଙ୍ଗା ଶ୍ରମ ଶକ୍ତି ଯୋଗୁଁ ବହୁ ବଡ ବଡ କମ୍ପାନୀ ଏବେ ଚୀନରେ ଉତ୍ପାଦନ ବନ୍ଦ କରିଦେଲଣି। ବିକଳ୍ପରେ ଭାରତ ଓ ଭିଏତନାମ ଆଡକୁ ଆକୃଷ୍ଟ ହେଲଣି । ଫଳରେ ଚୀନକୁ ଭାରୀ କ୍ଷତି ସହିବାକୁ ପଡୁଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 5, 2019, 2:31 PM IST

ନୂଆଦିଲ୍ଲୀ: ଆମେରିକା ସହ ବାଣିଜ୍ୟିକ ଯୁଦ୍ଧ ଯୋଗୁଁ ଧୀମେଇପଡିଥିବା ଚୀନ ଅର୍ଥନୀତିକୁ ଆଉ ଏକ ଚଡକ। କୋରିଆର ଜଣାଶୁଣା ଇଲେକ୍ଟ୍ରୋନିକ କମ୍ପାନୀ ସାମସଙ୍ଗ ଏବେ ଚୀନରେ ଉତ୍ପାଦନ ବନ୍ଦ କରିଦେଇଛି । ଚୀନର ମହଙ୍ଗା ଶ୍ରମଶକ୍ତି ଯୋଗୁଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି।

କମ୍ପାନି ଏବେ ଭାରତ ଏବଂ ଭିଏତନାମକୁ ପ୍ଲାଣ୍ଟ ସ୍ଥାନାନ୍ତର କରିବା ପାଇଁ ବିଚାର କରୁଛି । ଜୁନରେ ସାମସଙ୍ଗ ଚୀନର ଦକ୍ଷିଣାଞ୍ଚଳର ହୁଇଝୋସ୍ଥିତ ପ୍ଲାଣ୍ଟରେ ଉତ୍ପାଦନ କମାଇଥିଲା । ସେହିପରି ଗତବର୍ଷ ଅନ୍ତରେ ଏହା ଆଉ ଏକ ଫ୍ୟାକ୍ଟ୍ରି ବନ୍ଦ କରିଥିଲ । କେବଳ ସାମସଙ୍ଗ ନୁହେଁ ଏପରି ବହୁ କମ୍ପାନି ଏବେ ଚୀନରୁ ମୁହଁ ଫେରାଇ ଅନ୍ୟ ଦେଶରେ କାରବାର ପାଇଁ ପ୍ରସ୍ତୁତ ହେଲେଣି । କାରଣ ଚୀନରେ ଚାଲିଥିବା ମାନ୍ଦାବସ୍ଥା ଯୋଗୁଁ ଶ୍ରମ ଖର୍ଚ୍ଚ ଅଧିକ ବଢୁଛି। ଫଳରେ ଏଠାରେ କାରବାର କ୍ଷତିଦାୟକ ବୋଲି କମ୍ପାନୀ ଚିନ୍ତା କଲେଣି।

ଏହାର ଫାଇଦା ନେଇ ଭାରତ ବି ଏହି ସବୁ କମ୍ପାନୀକୁ ଆକୃଷ୍ଟ କରିବାକୁ ଲାଗିପଡିଛି । କର୍ପୋରେଟ ଟିକସ ହ୍ରାସ କରି ନିବେଶ ପାଇଁ ସୁଯୋଗ ସୃଷ୍ଟି କରୁଛି । ଏହା ବ୍ୟତୀତ କମ୍ପାନୀକୁ ପ୍ରୋତ୍ସାହିତ କରିବାକୁ ଇଲେକ୍ଟ୍ରୋନିକ ମ୍ୟାନୁଫ୍ୟାକ୍ଚରିଂ ଉପରେ ବଡ ରିହାତି ଦେବାକୁ ସରକାର ଯୋଜନା କରୁଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.