ETV Bharat / business

ଆମେରିକା-ଇରାନ ବିବାଦ: ଦୁର୍ବଳ ଟଙ୍କା ମୂଲ୍ୟ, ହନ୍ତସନ୍ତ ସାଧାରଣ ଲୋକ - gold record high

ଆମେରିକା-ଇରାନ ବିବାଦ। ପ୍ରଭାବିତ ବିଶ୍ବ କାରବାର। ଅଶୋଧିତ ତୈଳରେ ଲାଗିଛି ନିଆଁ। ବ୍ୟାରେଲ ପିଛା ତେଲ ଦାମ 70 ଡଲାର ନିକଟତର। ସେପଟେ ଭୌଗୋଳିକ ରାଜନୀତି ଟେନସନରେ ନିବେଶକ ଆତଙ୍କିତ। ଏଣୁ ସେୟାର ବଜାରରୁ ମୁହଁ ଫେରାଇ ସୁନାରେ ଲଗାଇଲେ ଟଙ୍କା। ଫଳରେ ସୁନା ଦାମ ରେକର୍ଡ ଭାଙ୍ଗି 40 ହଜାର ପାର କରିଛି। ଏହା ଯୋଗୁଁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡିଛି। ଏହି କାରଣରୁ ପ୍ରଭାବିତ ହେବେ ସାଧାରଣ ଲୋକ।

Rupee plunges 42 paise against US dollar
ଆମେରିକା-ଇରାନ ବିବାଦ
author img

By

Published : Jan 3, 2020, 8:02 PM IST

ନୂଆଦିଲ୍ଲୀ: ଆମେରିକା-ଇରାନ ବିବାଦ। ପ୍ରଭାବିତ ବିଶ୍ବ କାରବାର। ଅଶୋଧିତ ତୈଳରେ ଲାଗିଛି ନିଆଁ। ବ୍ୟାରେଲ ପିଛା ତେଲ ଦାମ 70 ଡଲାର ନିକଟତର। ସେପଟେ ଭୌଗୋଳିକ ରାଜନୀତି ଟେନସନରେ ନିବେଶକ ଆତଙ୍କିତ। ଏଣୁ ସେୟାର ବଜାରରୁ ମୁହଁ ଫେରାଇ ସୁନାରେ ଲଗାଇଲେ ଟଙ୍କା। ଫଳରେ ସୁନା ଦାମ ରେକର୍ଡ ଭାଙ୍ଗି 40 ହଜାର ପାର କରିଛି। ଏହା ଯୋଗୁଁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇପଡିଛି। ଏହି କାରଣରୁ ପ୍ରଭାବିତ ହେବେ ସାଧାରଣ ଲୋକ।

ଶୁକ୍ରବାର ଡଲାର ତୁଲନାରେ ଟଙ୍କାର ବିନିମୟ ମୁଲ୍ୟ 42 ପଇସା ବୃଦ୍ଧି ପାଇ 71.80 ଟଙ୍କା ରହିଛି। ନୂଆ ବର୍ଷ ଆରମ୍ଭରୁ ଏଭଳି ମାନ୍ଦାବସ୍ଥା ଦେଶ ଅର୍ଥନୀତିକୁ ହୁଲସ୍ତୁଲ କରିଦେଇଛି।

ଟଙ୍କା ମୁଲ୍ୟ ଦୁର୍ବଳ ଯୋଗୁଁ ବିଦେଶରୁ ଦ୍ରବ୍ୟ ଆମଦାନୀ ମହଙ୍ଗା ସହ ନିତିଦିନିଆ ବ୍ୟବହାର ସାମଗ୍ରୀ ଦାମ ବଢିବା ଆଶଙ୍କା ରହିଛି। ବିଶେଷ କରି ପେଟ୍ରୋଲ-ଡିଜେଲ ଦାମ ଅଧିକ ପରିମାଣରେ ବଢିପାରେ। କାରଣ ଭାରତ ତାର ଆବଶ୍ୟକତାର 80 ପ୍ରତିଶତ ଆମଦାନୀ କରିଥାଏ। ହେଲେ ଟଙ୍କାର ବିନିମୟ ମୂଲ୍ୟ କମିବା ଦ୍ବାରା ଆମଦାନୀ ମହଙ୍ଗା ହେବ। ଫଳରେ ତେଲ କମ୍ପାନୀ ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି କରିବେ।

ତେଲ ବଢିଲେ ଯାତାୟତ ଠାରୁ ପରିବହନ ଖର୍ଚ୍ଚ ବଢିବ। ଏହା ସହ ଖାଇବା ତେଲ ଡାଲିର ଦାମ ବି ବଢିବ। ଫଳରେ ମୁଦ୍ରାସ୍ପୀତି ଉପରମୁହାଁ ରହିପାରେ। ସେହିପରି ବିଦେଶରେ ପଢିବା ଠାରୁ ବିଦେଶ ଯାତ୍ରା ମଧ୍ୟ ଅଧିକ ରହିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.