ETV Bharat / business

ଚାଷୀଙ୍କୁ ମିଳିବ ଭିଟାମିନ, ଜାରି ହୋଇଛି 86 ହଜାର କୋଟି ଟଙ୍କାର ଋଣ

author img

By

Published : May 14, 2020, 7:51 PM IST

2.5 କୋଟି କୃଷକଙ୍କୁ ମିଳିବ କ୍ରେଡିଟ କାର୍ଡ । ଏହି ସ୍କିମ ଜରିଆରେ ସରକାର 2 ଲକ୍ଷ କୋଟି ଟଙ୍କାର ଶସ୍ତା ଋଣ ବାଣ୍ଟିବେ । ଏହି ସୁବିଧା ଜମିରେ କାମ କରୁଥିବା ଚାଷୀ ବ୍ୟତିତ ପଶୁପାଳକ, ମତ୍ସଜୀବିଙ୍କୁ ମଧ୍ୟ ଦିଆଯିବ । ଅଧିକ ପଢନ୍ତୁ..

Kisan Credit Card
ଚାଷୀଙ୍କୁ ମିଳିବ ଭିଟାମିନ

ନୂଆଦିଲ୍ଲୀ: ଦେଶ ଅର୍ଥନୀତିର ମେରୁଦଣ୍ଡ କୃଷକଙ୍କ ପାଇଁ ବଡ ଘୋଷଣା । 3 କୋଟି ଚାଷୀଙ୍କୁ 4.2 ଲକ୍ଷ କୋଟିର ଋଣ ଦିଆଯାଇଛି । ଏଥିପାଇଁ ଋଣ କିସ୍ତି ପରିଶୋଧକୁ 3 ମାସ ବୃଦ୍ଧି କରାଯାଇଛି ।

ସେହିପରି 2.5 କୋଟି କୃଷକଙ୍କୁ ମିଳିବ କ୍ରେଡିଟ କାର୍ଡ । ଏହି ସ୍କିମ ଜରିଆରେ ସରକାର 2 ଲକ୍ଷ କୋଟି ଟଙ୍କାର ଶସ୍ତା ଋଣ ବାଣ୍ଟିବେ । ଏହି ସୁବିଧା ଜମିରେ କାମ କରୁଥିବା ଚାଷୀ ବ୍ୟତିତ ପଶୁପାଳକ, ମତ୍ସଜୀବିଙ୍କୁ ମଧ୍ୟ ଦିଆଯିବ । ପଶୁ କିଶାନ କ୍ରେଡିଟ କାର୍ଡ ଜରିଆରେ ସେମାନଙ୍କୁ ଏହି ଲାଭ ମିଳିବ ।

ସେହିପରି 25 ଲକ୍ଷ ନୂଆ କିଶାନ କ୍ରେଡିଟ କାର୍ଡଧାରୀଙ୍କୁ 25 ହଜାର କୋଟି ଋଣ ଦେବାକୁ ମଞ୍ଜୁର ହୋଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମାର୍ଚ୍ଚ ପହିଲାରୁ ଏପ୍ରିଲ 30 ମଧ୍ୟରେ 63 ଲକ୍ଷ କୃଷକଙ୍କୁ 86,600 କୋଟି ଋଣ ଦିଆଯାଇଛି । ଏଥିପାଇଁ 86,600 କୋଟି ଟଙ୍କା ଜାରି କରାଯାଇଛି ।

କ୍ଷୁଦ୍ର ଓ ସୀମାନ୍ତ କୃଷକଙ୍କ ପାଇଁ 30 ହଜାର କୋଟିର ପ୍ୟାକେଜ ଅଣାଯାଇଛି । ଏହି ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯିବ । ଯେଉଁଥିରୁ କୃଷକଙ୍କୁ ଲାଭ ମିଳିବ ।

ସରକାର କହିଛନ୍ତି ଯେ କିଶାନ କ୍ରେଡିଟ କାର୍ଡ କେବଳ ତିନୋଟି କାଗଜରେ ତିଆରି ହେବ। ଏଥିପାଇଁ ବ୍ୟାଙ୍କଗୁଡିକ ପିଏମ କିଶାନ ସମ୍ମାନ ନିଧି ତଥ୍ୟ ମଧ୍ୟ ବ୍ୟବହାର କରିପାରିବେ। ଆବେଦନ କରିବାର 15 ଦିନ ମଧ୍ୟରେ କିଶାନ କ୍ରେଡିଚ କାର୍ଡ ପ୍ରଦାନ କରିବାକୁ କୁହାଯାଇଛି। ଏହା ଜରିଆରେ କୃଷକଙ୍କୁ କମ ସୁଧରେ ଋଣ ମିଳିପାରିବେ । ଏବେ ସୁଦ୍ଧା 9.13 କୋଟି କିଶାନ ପିଏମ କିଶାନ ଯୋଜନା ସହ ଯୋଡି ହୋଇଛନ୍ତି । ଏମାନଙ୍କୁ କ୍ରେଡିଟ କାର୍ଡ ଦେବା ପାଇଁ ପିଏଣ ମୋଦି ଫେବୃଆରୀ 14ରେ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.