ETV Bharat / business

ଦସ୍ତାବିଜରେ 4.7 ଲକ୍ଷ କୋଟି ଟଙ୍କା କୃଷିଋଣ ଛାଡ, ହେଲେ ବାସ୍ତବରେ...

author img

By

Published : Jan 13, 2020, 8:57 AM IST

ଚାଷୀଙ୍କୁ ଋଣ ବୋଝରୁ ଆଶ୍ବସ୍ତି ଓ ଆତ୍ମହତ୍ୟା କବଳରୁ ରକ୍ଷା ପାଇଁ 10 ପ୍ରମୁଖ ରାଜ୍ୟରେ ଗତ 10 ବର୍ଷରେ 4.7 ଲକ୍ଷ କୋଟି ଟଙ୍କା କୃଷିଋଣ ଛାଡ ହୋଇଛି ସତ। ହେଲେ ବାସ୍ତବରେ ଏହା 60 ପ୍ରତିଶତ କମ ରହିଛି।

Rs 4.7 lakh crore farm loan write-offs in 10 years
ଦସ୍ତାବିଜରେ 4.7 ଲକ୍ଷ କୋଟି ଟଙ୍କା କୃଷି ଋଣ ଛାଡ, ହେଲେ ବାସ୍ତବରେ...

ନୂଆଦିଲ୍ଲୀ: ଗତ 10 ବର୍ଷରେ ବିଭିନ୍ନ ରାଜ୍ୟ ମୋଟ 4.7 ଲକ୍ଷ କୋଟି ଟଙ୍କାର କୃଷିଋଣ ଛାଡ କରିଛି । ଏହା ଉଦ୍ୟୋଗ ଜଗତ ସହ ଜଡିତ ଅନାଦେୟ ଋଣ(ଏନପିଏ)ର 82 ପ୍ରତିଶତ। ଏକ ରିପୋର୍ଟରେ ଏନେଇ ଜଣାପଡିଛି।

ଏସବିଆଇ ରିସର୍ଚ୍ଚ ପ୍ରକାଶ କରିଥିବା ଏକ ରପୋର୍ଟ ଅନୁସାରେ, 2018-19ରେ 1.1 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି। ଯାହାକି ମୋଟ 8.79 ଲକ୍ଷ କୋଟି ଟଙ୍କା ଏନପିଏର ପ୍ରାୟ 12.4 ପ୍ରତିଶତ ରହିଛି। ଆର୍ଥିକ ବର୍ଷ 2015-16ରେ ମୋଟ ଏନପିଏ 5.66 ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ କୃଷି ଋଣ ପ୍ରାୟ 8.6 ପ୍ରତିଶତ ଅର୍ଥାତ 48,800 କୋଟି ଟଙ୍କା ରହିଥିଲା।

ରିପୋର୍ଟରେ ରହିଛି ଯେ, ଯଦିଓ 2018-19ରେ ମୋଟ ଏନପିଏରେ କେବଳ 1.1 ଲକ୍ଷ କୋଟି ଟଙ୍କା ରହିଛି, ହେଲେ ଗତ 10 ବର୍ଷରେ ଚାଷୀଙ୍କୁ 3.14 ଲକ୍ଷ କୋଟି ଟଙ୍କାର କୃଷିଋଣ ଛାଡ କରାଯାଇଛି। ଯଦି ଋଣକୁ ଯୋଡାଯାଏ, ତାହେଲେ ରାଜକୋଷରେ ଏହାର ବୋଝ 4.2 ଲକ୍ଷ କୋଟି ରହିଛି। ସେହିପରି ଯଦି ମହାରାଷ୍ଟ୍ରରେ 45ରୁ 51 ହଜାର କୋଟି ଟଙ୍କାର ଋଣ ମାଫକୁ ଯୋଡାଯାଉଛି, ତେବେ ଏହା 4.7 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ଯାହାକି ଉଦ୍ୟୋଗ ଜଗତର ଏନପିଏର 82 ପ୍ରତିଶତ ।

ଆର୍ଥିକ ବର୍ଷ 2014-15 ପରଠୁ 10ଟି ବଡ ରାଜ୍ୟ 3,00,240 କୋଟି ଟଙ୍କାର କୃଷିଋଣ ଛାଡ କରିଛନ୍ତି। ସେଥିରୁ 2 ଲକ୍ଷ କୋଟି ଟଙ୍କା କେବଳ 2017 ପରେ ଦିଆଯାଇଛି। ଆଉ ଯଦି ମନମୋହନ ସିଂହଙ୍କ ସରକାରରେ ଘୋଷଣା ହୋଇଥିବା କୃଷିଋଣ ଛାଡକୁ ମିଶାଇବା ତେବେ ଏହି ପରିମାଣ 4 ଲକ୍ଷ କୋଟି ଟଙ୍କା ଛୁଇଁବ।

ଆନ୍ଧ୍ର ପ୍ରଦେଶ ସରକାର 2014-15ରେ 24 ହଜାର କୋଟି ଟଙ୍କାର କୃଷିଋଣ ଛାଡ କରିଛନ୍ତି। ଏହି ସମୟରେ ତେଲେଙ୍ଗାନାରେ ମଧ୍ୟ 17 ହଜାର କୋଟି ଟଙ୍କାର କୃଷିଋଣ ଛାଡ ନେଇ ଘୋଷଣା ହୋଇଛି। ସେହିପରି ତାମିଲନାଡୁରେ 2016-17ରେ 5280 କୋଟି, ମହାରାଷ୍ଟ୍ରରେ 2017-18ରେ 34,020 କୋଟି, ଉତ୍ତରପ୍ରଦେଶରେ 36,360 କୋଟି, ପଞ୍ଜାବରେ 10 ହଜାର କୋଟି, କର୍ଣ୍ଣାଟକରେ 18 ହଜାର କୋଟି ଟଙ୍କାର କୃଷିଋଣ ଛାଡ ହୋଇଛି। ଏହା ପରେ ପୁଣି କର୍ଣ୍ଣାଟକରେ 2018-19ରେ 44 ହଜାର କୋଟି ଟଙ୍କାର ଋଣ ମାଫ ହୋଇଛି।

ରିପୋର୍ଟ ଅନୁଯାୟୀ ଏହି ଋଣ ଛାଡ ଅଧିକ କେବଳ କାଗଜ, କଲମରେ ରହିଛି। ଏଥିରୁ 60 ପ୍ରତିଶତରୁ ଉର୍ଦ୍ଧ୍ବ ଋଣ ମାଫ କରାଯାଇନାହିଁ । ସବୁଠାରୁ ଖରାପ ପ୍ରଦର୍ଶନ ମଧ୍ୟପ୍ରଦେଶର ରହିଛି। ଏଠାରେ ମାତ୍ର 10 ପ୍ରତିଶତ ଋଣ ଛାଡ ହୋଇଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.