ନୂଆଦିଲ୍ଲୀ: ଚାପଗ୍ରସ୍ଥ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସମର୍ଥନ ଦେବା ପାଇଁ 50,000 କୋଟି ଟଙ୍କାର ଇକ୍ୟୁଟି ସମର୍ଥନ ଉପଲବ୍ଧ ହେବ । ଏଥିପାଇଁ ଆତ୍ମନିର୍ଭର ପ୍ୟାକେଜରେ ଘୋଷିତ ‘ ଫଣ୍ଡ ଅଫ ଫଣ୍ଡସ’ର ପରିଚାଳନା ଶୀଘ୍ର ଆରମ୍ଭ କରାଯିବ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର ସୋମବାର ଏ ନେଇ ସୂଚନା ଦେଇଛି ।
ଏଭଳି ପାଣ୍ଠି ସେୟାରପୁଞ୍ଜି ନିବେଶ କରୁଥିବା ପାଣ୍ଠିକୁ ସାହାଯ୍ୟ କରିଥାଏ । ଏହି 10,000 କୋଟି ଟଙ୍କାର ପାଣ୍ଠି ଯୋଜନାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନର କଠିନ ସମୟରେ ଉନ୍ନତ ଅଭିବୃଦ୍ଧି ସମ୍ଭାବନା ସହିତ ଏମଏସଏମଇକୁ ସହାୟତା ଯୋଗାଇବା ।
କୋରୋନା କଟକଣା ଯୋଗୁଁ କ୍ଷୁଦ୍ର ୟୁନିଟଗୁଡିକର କାରବାର ଧୀମେଇଯାଇଥିବାରୁ ରାଜସ୍ବ ଓ ଇକ୍ୟୁଟି ପୁଞ୍ଜି ହ୍ରାସ ପାଉଛି । କମ୍ପାନୀ ସବୁ ଆର୍ଥିକ ସଙ୍କଟ ଦେଇ ଜୁଝୁଛନ୍ତି । ଏଭଳି ସମୟରେ ଏମଏସଏମଇକୁ ଭିଟାମିନ ପାଇଁ ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଦର୍ଶାଇ ରଜନୀଶ କୁମାର କହିଛନ୍ତି କି, କୋଭିଡ-19 ମହାମାରୀରେ ପ୍ରଭାବିତ ଏଭଳି ବ୍ୟବସାୟୀଙ୍କୁ ନଗଦ ଯୋଗାଇବା ପାଇଁ ବ୍ୟାଙ୍କ ଋଣ ସୁବିଧାର ଘୋଷଣା କରିଛି ।
ଫିକ୍କି ଦ୍ବାରା ଆୟୋଜିତ ହୋଇଥିବା ଭର୍ଚୁଆଲ ଇଭେଣ୍ଟରେ କୁମାର କହିଛନ୍ତି କି, ‘ଫଣ୍ଡ ଅଫ ଫଣ୍ଡସ’ ଶୀଘ୍ର କାର୍ଯ୍ୟକ୍ଷମ ହେବ । ଆଉ ଏଭଳି ପଦକ୍ଷେପ ଆର୍ଥନୀତି ସୁଧାରରେ ସହାୟକ ହେବ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମେ ମାସରେ 20 ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ଫଣ୍ଡ ଅଫ ଫଣ୍ଡସର ଘୋଷଣା କରିଛନ୍ତି । ଏହା ଅଧିନରେ କୋରୋନାରେ କ୍ଷତିଗ୍ରସ୍ଥ ଏମଏସଏମଇକୁ ସେମାନଙ୍କ କାରବାର ବିସ୍ତାର କରିବା ପାଇଁ ସହାୟତା ଦିଆଯିବ ।