ନୂଆଦିଲ୍ଲୀ: ବଜାର ପୁଞ୍ଜିକରଣରେ ଲଗାତାର ରେକର୍ଡ ସୃଷ୍ଟି କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏକ ବଡ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି । ଖୁଚୁରା କାରବାରକୁ ସୁଦୃଢ କରିବା ପାଇଁ ମୁକେଶ ଅମ୍ବାନୀ କିଶୋର ବିୟାନୀଙ୍କ ନେତୃତ୍ବଧୀନ ଫ୍ୟୁଚର ଗ୍ରୁରର ଅଂଶଧନ କିଣିବାକୁ ଯାଉଛନ୍ତି । ଏ ନେଇ ଉଭୟଙ୍କ ମଧ୍ୟରେ ଚୁକ୍ତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।
ଏହି 2 କମ୍ପାନୀ ମଧ୍ୟରେ ନିୟମ ଓ ସର୍ତ୍ତକୁ ନେଇ ସହମତି ପ୍ରକାଶ ପାଇଛି । ତେବେ ଶୀଘ୍ର ଏହି ଚୁକ୍ତି ନେଇ ଘୋଷଣା ହୋଇପାରେ । ନିକଟରେ ରିଲାଏନ୍ସ ନିଜର ପ୍ଲାର୍ଟଫର୍ମରେ ଜିଓ ମାର୍ଟ ଆରମ୍ଭ କରିଛି । ଆଉ ଏହି ଚୁକ୍ତି ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଗ୍ରୋସରୀ, ଫ୍ୟାସନ, ଦୈନିକ ସାମଗ୍ରୀର ବଜାରରେ ନିଜର ସ୍ଥାୟିତ୍ବ ବଜାୟ ରଖିପାରିବ ।
ଅମ୍ବାନୀ ଓ ବିୟାନୀଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ପରେ ଫ୍ୟୁଚର ରିଟେଲ, ଫ୍ୟୁଚର ଲାଇଫଷ୍ଟାଇଲ, ଫ୍ୟାସନ ଓ ଫ୍ୟୁଚର ସପ୍ଲାଏ ଚେନ ସଲ୍ୟୁସନର ବିକଳ୍ପ ହୋଇପାରେ । ଏହା ପରେ ଏସବୁ ମୁକେଶ ଅମ୍ବାନୀଙ୍କ ମାଲିକାନାରେ ଆସିଯିବ ।
ତେବେ କେବଳ ମୁକେଶ ଅମ୍ବାନୀ ନୁହେଁ ଫ୍ୟୁଚର ରିଟେଲ ଉପରେ ଆମାଜନର ମଧ୍ୟ ନଜର ରହିଛି । ଫ୍ୟୁଚର ଗ୍ରୁପକୁ କିଣିବା ପାଇଁ ବିଶ୍ବର ଦିଗ୍ଗଜୟ କମ୍ପାନୀ ଆମଜାନ ମଧ୍ୟ ପ୍ରସ୍ତୁତି କରୁଛି । ତେବେ ବର୍ତ୍ତମାନ କମ୍ପାନୀର ନିବେଶକ ଭାବେ ଆମଜାନ, ପ୍ରେମଜି ଇନଭେଷ୍ଟ ରହିଛନ୍ତି ।