ETV Bharat / business

ଟ୍ରାକରେ ଆରଆଇଏଲ ଓ ଆରକମ ଚୁକ୍ତି - ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ଫେସବୁକ ପରେ ଏବେ ଆରକମ ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିବେଶ କରିବାକୁ ଯାଉଛି । ତେବେ ଏହି ଚୁକ୍ତି ଏବେ ଟ୍ରାକରରେ ରହିଛି । ଖୁବଶୀଘ୍ର ସ୍ବାକ୍ଷରିତ ହେବା ଆଶା ରହିଛି ...

ril aramco deal on track
ଟ୍ରାକରେ ଆରଆଇଏଲ ଓ ଆରକମ ଚୁକ୍ତି
author img

By

Published : May 2, 2020, 12:47 AM IST

ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ କର୍ପୋରେଟ ହାଉସ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ(ଆରଆଇଏଲ) ଏବେ ଦୁନିଆର ସବୁଠୁ ବଡ ତେଲ ଉତ୍ପାଦନକାରୀ କମ୍ପାନୀ ଆରକମ ମଧ୍ୟରେ ଚୁକ୍ତି ହେବାକୁ ଯାଉଛି । ଆରଆଇଏଲର ଏକ କ୍ଷୁଦ୍ର ଅଂଶଧନ କିଣିବା ପାଇଁ ସାଉଦିର ଏହି କମ୍ପାନୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ପ୍ରୟାସ ଚଲାଇଛି ।

ଏହି ଚୁକ୍ତି କିଛି ଦିନ ଧରି ଚାଲିଛି । ତେବେ କୋଭିଡ-19 ପ୍ରକୋପ ଓ କଟକଣା ଯୋଗୁଁ ଏହା ଶୀଘ୍ର ପୂରଣ ନେଇ ସନ୍ଦେହ ଉପୁଜିଛି ।

ଆରଆଇଏଲ ନିଜ ଚତୁର୍ଥ ତ୍ରୈୟମାସ ରିପୋର୍ଟରେ ଜଣାଇଛି କି, କୋଭିଡ-19 ସଙ୍କଟ ଓ ଲକଡାଉନ ପରେ ବି O2C(ଅଏଲ ଟୁ କେମିକାଲ) ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ସାଉଦି ଆରମକୋ ପ୍ରୟାସ ଚଲାଇଛି । ତେବେ ଉଭୟପକ୍ଷ ପ୍ରତିବଦ୍ଧ ଏବଂ ସକ୍ରିୟ ଭାବରେ ଆଦାନ ପ୍ରଦାନ କରୁଛନ୍ତି ।

ରିଲାଏନ୍ସ ଓ ଆରମକୋ ମଧ୍ୟରେ ଏହି ଚୁକ୍ତି ଅନୁଯାୟୀ ଭାରତୀୟ ସଂସ୍ଥା ଦ୍ବାରା ଏକ ସ୍ପେଶାଲ ପ୍ୟାକେଜରେ ସର୍ବନିମ୍ନ 20 ପ୍ରତିଶତ ଅଂଶଧନ ସାମିଲ ରହିଛି । ଏହି ଏସପିଭିରେ ରିଫାଇନିଙ୍ଗ, ପେଟ୍ରୋକେମିକାଲ ଓ ମାର୍କେଟିଙ୍ଗ ମଧ୍ୟ ସାମିଲ ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.