ETV Bharat / business

ନରମୁଛି ଆରବିଆଇ, କୋହଳ ହେଲା ପିଏମସିରୁ ଟଙ୍କା ଉଠାଣ କଟକଣା - pmc withdrawal

ପିଏମସି ବ୍ୟାଙ୍କ ଜମାକର୍ତ୍ତାଙ୍କୁ ମିଳିଛି ସାମନ୍ୟ ଆଶ୍ବସ୍ତି।

ଫଟୋ ସୌଜନ୍ୟ-ପିଟିଆଇ
author img

By

Published : Nov 5, 2019, 7:31 PM IST

ନୂଆଦିଲ୍ଲୀ: ପିଏମସି ବ୍ୟାଙ୍କ ଜମାକର୍ତ୍ତାଙ୍କୁ ସାମନ୍ୟ ଆଶ୍ବସ୍ତି । ଟଙ୍କା ଉଠାଣ ନିୟମରେ କୋହଳ କରିଛି ଆରବିଆଇ। ଏଣିକି ଗ୍ରାହକ ଆକାଉଣ୍ଟରୁ 6 ମାସରେ ସର୍ବାଧିକ 50 ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ପୂର୍ବରୁ ଏହାର ପରିମାଣ 40 ହଜାରରେ ସୀମିତ ଥିଲା।

ପ୍ରକାଶ ଯେ, ପିଏମସି ବ୍ୟାଙ୍କର 4355 କୋଟି ଟଙ୍କା ଦୁର୍ନୀତି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଟଙ୍କା ସେପ୍ଟମ୍ବର 23ରେ ଟଙ୍କା ଉଠାଣ ନିୟମରେ କଟକଣା ଲଗାଇଥିଲା । 6 ମାସ ଭିତରେ ଗ୍ରାହକ କେବଳ 1 ହଜାର ଟଙ୍କା ଉଠାଇପାରିବେ ବୋଲି ଆରବିଆଇ ନିର୍ଦ୍ଦେଶ ଦେଇଥିଲା। ପରେ ଏହା ବୃଦ୍ଧି ପାଇଁ 25 ହଜାର ଟଙ୍କା ହୋଇଥିଲା ।

ପୁଣି ପରବର୍ତ୍ତୀ ସମୟରେ ଗ୍ରାହକଙ୍କ ସମସ୍ୟାକୁ ନଜରର ରଖି ଏହି ପରିମାଣକୁ ବୃଦ୍ଧି କରି 40 ହଜାର କରାଯାଇଥିଲା । ଆଉ ଏବେ ଏହା 50 ହଜାର ହୋଇଛି । ଏହା ଫଳରେ ମୋଟ 78 ପ୍ରତିଶତ ଖାତାଧାରକ ଏବେ ନିଜ ପୂରା ଟଙ୍କା ଫେରିପାଇବେ। କାରଣ 78% ଲୋକଙ୍କ ଆକାଉଣ୍ଟରେ 50 ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରହିଥିଲା।

ଏପଟେ ଏତେ ବଡ ଘୋଟାଲାର ତଦନ୍ତ ପାଇଁ ରିଜର୍ଭ ବ୍ୟାଙ୍କ ଦ୍ବାରା ନିଯୁକ୍ତ ଆର୍ଥିକ ଅପରାଧ ଶାଖା ପ୍ରଶାସକ ଅଧିନରେ କାମ କରୁଛି। 11,600 କୋଟି ଟଙ୍କାରୁ ଉର୍ଦ୍ଧ୍ବ ଜମା ସହ ପିଏମସି ଦେଶର ଶୀର୍ଷ 10 ସହକାରୀ ବ୍ୟାଙ୍କ ଭିତରୁ ଗୋଟିଏ। ହାଉସିଂ ଡେଭଲପମେଣ୍ଟ ଆଣ୍ଡ ଇନଫ୍ରାଷ୍ଟକଚର (ଏଚଡିଆଇଏଲ) ନାମକ ଏକ ରିଅଲ ଇଷ୍ଟେଟ କମ୍ପାନୀକୁ ପିଏମସି ବ୍ୟାଙ୍କ ନିଜ ମୋଟ ଋଣର ପ୍ରାୟ 73 ପ୍ରତିଶତ ଦେଇଛି। ଯାହାକି ଏବେ ଅନାଦେୟ ଋଣ ଭାବେ ପଡିରହିଛି। ଏହି ଘଟଣା ପ୍ରଘଟ ପରେ ଏବେ ସୁଦ୍ଧାରେ 7ଜଣ ଜମାକର୍ତ୍ତାଙ୍କ ଜୀବନ ମଧ୍ୟ ଗଲାଣି।

Intro:Body:

 (09:02) 

New Delhi, Nov 5 (IANS) Petrol prices continued a downward trend for the fifth consecutive day on Tuesday, while diesel prices remained unchanged after a slight dip on Monday.

Delhi, Kolkata, Mumbai and Chennai saw a reduction of 5 paise/litre in petrol prices.

According to the Indian oil website, in Delhi, Kolkata, Mumbai and Chennai, the petrol rates were -- Rs 72.60/litre, Rs 75.32/litre, Rs 78.28/litre and Rs 74.45/litre respectively. The diesel rates in these metropolitan cities were -- Rs 65.75/litre, Rs 68.16/litre, Rs 68.96/litre and Rs 69.50/litre respectively.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.