ନୂଆଦିଲ୍ଲ: ଆସନ୍ତା ବର୍ଷ ମଝି ସୁଦ୍ଧା ଦେଶରେ 5ଜି ମୋବାଇଲ ସେବା ଆରମ୍ଭ କରିବ ଜିଓ । ଏ ନେଇ ଜୋରସୋର ପ୍ରସ୍ତୁତି ଚଲାଇଛି କମ୍ପାନୀ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରମୁଖ ମୁକେଶ ଅମ୍ବାନୀ ମଙ୍ଗଳବାର ଦୂରସଞ୍ଚାର କ୍ଷେତ୍ରର ଏକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) ର ପ୍ରଥମ ଦିନରେ ଅମ୍ବାନୀ ଭିଡିଓ କନଫେରନ୍ସି ଜରିଆରେ କହିଛନ୍ତି କି, 5ଜି ସେବାରେ ଶୀଘ୍ରତା ଓ ଏହାର ସବୁ ଦିଗକୁ ସୁଲଭ କରିବା ପାଇଁ କିଛି ନୀତିଗତ ଉପାୟ କରିବା ଆବଶ୍ୟକତା ରହିଛି ।
ଅମ୍ବାନୀ ଆହୁରୀ ମଧ୍ୟ ବିଶ୍ବାସର ଜଣାଇଛନ୍ତି କି , ଜିଓ ଭାରତରେ ସର୍ବପ୍ରଥମେ 5ଜି ସେବା 2021 ମଧ୍ୟ ସୁଦ୍ଧା ଲାଗୁ କରିବ । ଏହାର ସେବା ଦେଶରେ ବିକଶିତ ନେଟୱାର୍କ, ଅଂଶ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ ହେବ । ଏହି ସେବା ଆତ୍ମନିର୍ଭର ଭାରତର ସ୍ବପ୍ନରୁ ପ୍ରେରିତ ଏକ ଯୋଜନା ସଫଳତାର ପ୍ରମାଣ ହେବ ।