ETV Bharat / business

ରିଲାନ୍ସ ଲଞ୍ଚ କଲା ଜିଓ ମିଟ, ଏକାଥରେ 100 ଲୋକଙ୍କ ହେବ ଭିଡିଓ କନଫେନ୍ସିଂ - ଫ୍ରି ଭିଡିଓ କନଫରେନ୍ସିଂ ଆପ

ଜୁମକୁ କଡା ଟକ୍କର ଦେବା ପାଇଁ ରିଲାଏନ୍ସ ଆଣିଲା ଜିଓ ମିଟ । ଜାଣନ୍ତୁ ଏହି ଭିଡିଓ କନଫରେନ୍ସିଂ ଆପର ଫିଚର ..

Jio takes on Zoom, Google Meet with free video conferencing app

author img

By

Published : Jul 3, 2020, 1:44 PM IST

ନୂଆଦିଲ୍ଲୀ: ଚୀନର 59 ମୋବାଇଲ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ପରେ ଭାରତରେ ସ୍ବଦେଶୀ ଆପକୁ ନେଇ ଚାହିଦା ଦାନା ବାନ୍ଧୁଛି । ଏହି କ୍ରମରେ ରିଲାଏନ୍ସ ଏକ ସ୍ବଦେଶୀ ଭିଡିଓ କନଫରେନ୍ସିଂ ଆପ ଲଞ୍ଚ କରିଛି । ଗୁଗୁଲ ପ୍ଲେ ଷ୍ଟୋରରେ ଜିଓ ମିଟ (JioMeet) ନାଁରେ ଏହି ଆପ ଉପଲବ୍ଧ ।

ପ୍ଲେ ଷ୍ଟୋରରେ ମିଳିଥିବା ବିବରଣୀ ଅନୁସାରେ ଆପ୍ଲିକେଶନକୁ 1:1 ଭିଡିଓ କଲ ଏବଂ ବଡ କମ୍ପାନୀରେ 100 ଜଣଙ୍କ ସହ ମିଟିଙ୍ଗ ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଏଣ୍ଟରପ୍ରାଇଜ ଗ୍ରେଡ ହୋଷ୍ଟ କଣ୍ଟ୍ରୋଲ ନାଁ ଦିଆଯାଇଛି । ଏହି ଆପର ଅନ୍ୟ ବିଶେଷତ୍ବ ମଧ୍ୟରେ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ସହ ସହଜରେ ସାଇନଅପ, ହାଇ ଡେଫିନେସନ(ଏଚଡି) ଅଡିଓ-ଭିଡିଓ ଗୁଣବତ୍ତା ରହିଛି । ଏହି ଆପ୍ଲିକେସନ ଜରିଆରେ ସାଙ୍ଗମାନଙ୍କ ସହ ଚାଟ, ଶୀଘ୍ର ବୈଠକ କିମ୍ବା ବୈଠକ ପ୍ରି ପ୍ଲାନ ଆଦି କରାଯାଇପାରିବ । ଏଥିରେ ବୈଠକରେ ସାମିଲ ହେବାକୁ ଥିବା ଲୋକଙ୍କ ସହ ମିଟିଙ୍ଗ ବିବରଣୀ ମଧ୍ୟ ବାଣ୍ଟିବା ବିକଳ୍ପ ରହିଛି ।

ରିଲାଏନ୍ସ କହିଛି ଯେ ଜିଓ ମିଟରେ ପ୍ରତିଦିନ ଅସୀମିତ ବୈଠକ ଅନୁଷ୍ଠିତ ହୋଇପାରିବ । ଏଥିସହ ଏହା 24 ଘଣ୍ଟା ପାଇଁ ନିରବଚ୍ଛିନ୍ନ ଭାବରେ ଚାଲିପାରିବ । ଏହି ଆପ୍ଲିକେସନ୍ ଆଣ୍ଡ୍ରଏଡ୍, ୱିଣ୍ଡୋଜ୍, ଆପଲ୍ (ଆଇଓଏସ୍), ମ୍ୟାକ୍, SIP / H.323 ସିଷ୍ଟମରେ ବ୍ୟବହାର କରାଯାଇପାରିବ।

ପ୍ଲେ ଷ୍ଟୋରର ତଥ୍ୟ ଅନୁଯାୟୀ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଜିଓ ମିଟ 10,000 ରୁ ଅଧିକ ଥର ଡାଉନଲୋଡ ହୋଇଛି। ଜିଓ ଦାବି କରିଛି କି ପ୍ରତ୍ୟେକ ବୈଠକ ପାସୱାର୍ଡ ସୁରକ୍ଷିତ ଅଟେ। ହୋଷ୍ଟ 'ୱେଟିଂ ରୁମ' ବିକଳ୍ପ ବ୍ୟବହାର କରିପାରିବ । ଯାହା ଦ୍ବାରା କୌଣସି ଅଂଶ ଗ୍ରହଣକାରୀ ବିନା ଅନୁମତିରେ ସଭାରେ ଯୋଗ ଦେଇ ପାରିବେ ନାହିଁ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.