ନୂଆଦିଲ୍ଲୀ: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଗ୍ରାହକ, ତେବେ ଆପଣଙ୍କ ପାଇଁ ଜରୁରୀ ସୂଚନା । 2020 ଜାନୁଆରୀ ପହିଲାରୁ ବଦଳିବ SBI ନିୟମ । ଜାଣନ୍ତୁ, କ’ଣ ସବୁ ପରିବର୍ତ୍ତନ ହେବ।
ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିଛି । ଏହା ଅନୁଯାୟୀ ଏଟିଏମରୁ ଟଙ୍କା ଉଠାଣ ପାଇଁ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର ସାଙ୍ଗରେ ରହିବା ଅନିବାର୍ଯ୍ୟ ।
ରାତି 8ରୁ ସକାଳ 8 ଟା ଭିତରେ ଏଟିଏମରୁ 10 ହଜାର ଟଙ୍କା ଉଠାଣ ପାଇଁ OTP ସିଷ୍ଟମ ଲାଗୁ କରାଯିବ । ଅର୍ଥାତ ଯଦି ଆପଣଙ୍କ ପାଖରେ ରେଜିଷ୍ଟ୍ରେସନ (ଆକାଉଣ୍ଟ ସହ ଲିଙ୍କ) ନମ୍ବର ନାହିଁ ଆଉ ରାତିରେ ଆପଣ 10ହଜାରୁ ଊର୍ଦ୍ଧ୍ବ ଉଠାଇବାକୁ ଚାହାଁନ୍ତି ତେବେ ଟ୍ରାଞ୍ଜାକସନ୍ ବିଫଳ ହେବ ।
ଠକେଇ ଓ ଏଟିଏମ ହେରାଫେରୀରୁ ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ନୂଆ ବର୍ଷରୁ ମାଗ୍ନେଟିକ ଷ୍ଟ୍ରାଇପ ଥିବା ଏସବିଆଇ ଏଟିଏମ କାର୍ଡ ବନ୍ଦ ମଧ୍ୟ ହୋଇଯିବ । ଯଦି ଆପଣ ମଧ୍ୟ ଏହି କାର୍ଡକୁ ବ୍ୟବହାର କରୁଛନ୍ତି, ତେବେ ଜଲଦି ବଦଳାନ୍ତୁ , ନଚେତ ଆପଣଙ୍କ ଟ୍ରାଞ୍ଜକସନ ହେବନାହିଁ । ଡିସେମ୍ବର 31 ପୂର୍ବରୁ ଏହାକୁ ପରିବର୍ତ୍ତନ କରି EMV ଚିପ ଥିବା କାର୍ଡ ନେଇଯାଆନ୍ତୁ ।
ଆରବିଆଇ ଗାଇଡଲାଇନ ମୁତାବକ, ଏସବିଆଇ ନିଜର ତମାମ ମାଗ୍ନେଟିକ ଷ୍ଟ୍ରାଇପ କାର୍ଡକୁ ଇଏମଭି ଚିପ ଓ ପିନ ଆଧାରିତ କାର୍ଡରେ ବଦଳାଇଛି ।