ETV Bharat / business

ଦେବାଳିଆ ଆଇନରେ ଫସିଲେ ଅନୀଲ , ହାତରୁ ଯାଇପାରେ ଆରକମ - professional

ଅନୀଲ ଅମ୍ବାନୀଙ୍କ ମୁଣ୍ଡରେ ଋଣ ବୋଝ ଚଡକ । ରିଲାଏନ୍ସ କମ୍ୟୁନିକେସନ ବିରୋଧରେ ଔପଚାରିକ ଭାବେ ଦେବାଳିଆ ଆଇନ ଅନୁଯାୟୀ ମାମଲା ଆରମ୍ଭ ହୋଇଗଲାଣି ।

ଫାଇଲ ଫଟୋ
author img

By

Published : May 9, 2019, 3:08 AM IST

ନୂଆଦିଲ୍ଲୀ: ଅନୀଲ ଅମ୍ବାନୀଙ୍କ ମୁଣ୍ଡରେ ଋଣ ବୋଝ ଚଡକ । ରିଲାଏନ୍ସ କମ୍ୟୁନିକେସନ ବିରୋଧରେ ଔପଚାରିକ ଭାବେ ଦେବାଳିଆ ଆଇନ ଅନୁଯାୟୀ ମାମଲା ଆରମ୍ଭ ହୋଇଗଲାଣି । ନୂଆ ରିଜୋଲୁସନ ପ୍ରଫେସନାଲ ନିଯୁକ୍ତ କରିବାକୁ ଋଣଦାତାମାନେ ନ୍ୟାସନାଲ କମ୍ପାନୀ ଲ' ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଟି) ପାଖରେ ଅପିଲ କରିଛନ୍ତି ।

ଏପଟେ ଦେବାଳିଆ ଜାଲରୁ ମୁକ୍ତି ପାଇବାକୁ ଆରକମ ରିଜୋଲୁସନ ପ୍ରଫେସନାଲ ଜରିଆରେ ଏହି ପ୍ରକ୍ରିୟାରେ 13 ମାସ ଗ୍ୟାପ ଦେବାକୁ ଦାବି କରିଛି । ଏଥିପାଇଁ ଏନସିଏଲଟି ଓ ସୁପ୍ରିମକୋର୍ଟ ଠାରୁ ମୁଲତବି ଆଦେଶ ମିଳିଛି ।

ପ୍ରକାଶ ଥାଉ ଯେ, ଆରକମ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରୁ 50 ହଜାର କୋଟି ଟଙ୍କା ଋଣ ନେଇ ପରିଶୋଧ କରିନି । ଏଥିପାଇଁ କମ୍ପାନୀକୁ ବି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ରିଲାଏନ୍ସ ଜିଓକୁ ସ୍ପେକ୍ଟ୍ରମ ବିକ୍ରି କରି କମ୍ପାନୀ ଦେବାଳିଆ ପ୍ରକ୍ରିୟାରୁ ବଞ୍ଚିବାପାଇଁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ଲମ୍ବା ଆଇନ ପ୍ରକ୍ରିୟା ଯୋଗୁଁ ବହୁ ବାଧାବିଘ୍ନ ଆସିଛି । ଏପଟେ ଆରକମ ବିଭିନ୍ନ ଦିଗରୁ ଟଙ୍କା ଏକଜୁଟ କରି ବ୍ୟାଙ୍କ ଋଣ ସୁଝିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ବି ପୂରଣ କରିପାରୁନାହିଁ ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.