ETV Bharat / business

ଅନୀଲ ଅମ୍ବାନୀଙ୍କ ଇସ୍ତଫା ଖାରଜ

author img

By

Published : Nov 25, 2019, 2:02 PM IST

ଅନୀଲ ଅମ୍ବାନୀଙ୍କୁ ଆଉ ଏକ ବଡ ଝଟକା । କମ୍ପାନୀ ଛାଡିବାକୁ ଦେଲେନି ଋଣ ପ୍ରଦାନକାରୀ । ଖାରଜ ହୋଇଗଲା ଇସ୍ତଫା ପତ୍ର ।

ଅନୀଲଙ୍କ ଇସ୍ତଫା ଖାରଜ

ନୂଆଦିଲ୍ଲୀ: ରିଲାଏନ୍ସ କମ୍ୟୁନିକେଶନର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ଓ 4 ଜଣ ନିର୍ଦ୍ଦେଶକଙ୍କ ଇସ୍ତଫାକୁ ନାମଞ୍ଜୁର କରିଛନ୍ତି ଋଣ ପ୍ରଦାନକାରୀ । ଏହାସହ ଦେବାଳିଆ ଏବଂ ଋଣସୋଧନ ପ୍ରକ୍ରିୟାରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରବିବାର କମ୍ପାନୀ ଏନେଇ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛନ୍ତି । ଏହାବ୍ୟତୀତ ଇସ୍ତଫା ଦେଇଥିବା ନିର୍ଦ୍ଦେଶକଙ୍କୁ ସିଇଓ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି । ଏବେ ଇସ୍ତଫା ଦେଇଥିବା ଅଧିକାରୀ କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ପ୍ରକାଳ ଯେ, ଚଳିତ ବର୍ଷ ସେପ୍ଟମ୍ବର ତ୍ରୈମାସରେ ରିଲାଏନ୍ସ କମ୍ୟୁନିକେଶନର 30,142 କୋଟି ଟଙ୍କାର କ୍ଷତି ହୋଇଥିଲା । ଯାହାକି ଭାରତୀୟ କର୍ପୋରେଟ କ୍ଷେତ୍ରରେ ଦ୍ବିତୀୟ ବୃହତ୍ତର କ୍ଷତି । ଏହାର କାରଣ ହେଉଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କର୍ମେ ଋଣ ପରିଶୋଧ ପାଇଁ କମ୍ପାନୀ ପ୍ରାୟ 28 ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା । ଯେଉଁଥିପାଇଁ କମ୍ପାନୀର ଆୟ ହ୍ରାସ ପାଇ 302 କୋଟି ରହିଛି ।

ଏହି ରିପୋର୍ଟ ପ୍ରକାଶ ପରେ ଶିଳ୍ପପତି ଅନୀଲ ଅମ୍ବାନୀ ଇସ୍ତଫା ଦେଇଥିଲେ । କେବଳ ସେ ନୁହେଁ ତାଙ୍କ ବ୍ୟତୀତ କମ୍ପାନୀର 4 ବରିଷ୍ଠ ଅଧିକାରୀ ମଧ୍ୟ ଚାକିରୀ ଛାଡିବାକୁ ଆବେଦନ କରିଥିଲେ । ଏହି ଅଧିକାରୀଙ୍କ ଭିତରେ ଛାୟା ଭିରାନି ଓ ମଞ୍ଜରୀ କାକେର, ରାୟନ କରାନି ଏବଂ ସୁରେଶ ରଙ୍ଗାଚର ରହିଛନ୍ତି । ହେଲେ ସେମାନଙ୍କୁ ଇସ୍ତଫାକୁ ଅଗ୍ରାହ୍ୟ କରାଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.