ETV Bharat / business

ସରକାରଙ୍କୁ 99 ହଜାର କୋଟି ଟଙ୍କା ଦେବ ଆରବିଆଇ

author img

By

Published : May 21, 2021, 3:17 PM IST

ପ୍ରଫିଟ ପେଡି ଖୋଲିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ତାର ବଳକା ଅର୍ଥରୁ 99,122 ହଜାର କୋଟି ଟଙ୍କା ସରକାରଙ୍କୁ ଦେବ । ଏନେଇ ଆରବିଆଇ ବୋର୍ଡରେ ଦିଆଯାଇଛି ଗ୍ରୀନ ସିଗନାଲ । ଅଧିକ ପଢନ୍ତୁ..

ସରକାରଙ୍କୁ  99,122 କୋଟି ଟଙ୍କା ଦେବ ଆରବିଆଇ
ସରକାରଙ୍କୁ 99,122 କୋଟି ଟଙ୍କା ଦେବ ଆରବିଆଇ

ନୂଆଦିଲ୍ଲୀ: ସରକାରଙ୍କୁ ବଡ ଆଶ୍ବସ୍ତି । ସଂକ୍ରମଣ କାଳରେ ଆର୍ଥିକ ସଙ୍କଟରେ ଜୁଝୁଥିବା କେନ୍ଦ୍ର ସରକାରଙ୍କୁ ଟଙ୍କା ଦେବ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) । ସରକାରଙ୍କ ପାଇଁ ଭଣ୍ଡାର ଖୋଲିଲା ଦେଶର ସର୍ବୋଚ୍ଚ ବ୍ୟାଙ୍କ । ଗତ ଆର୍ଥିକ ବର୍ଷର 9 ମାସ (2020ଜୁଲାଇରୁ 2021 ମାର୍ଚ୍ଚ)ର ଆକାଉଣ୍ଟିଂ ଅବଧି ପାଇଁ କେନ୍ଦ୍ର ସରକାରଙ୍କୁ 99,122 ହଜାର କୋଟି ଟଙ୍କା ଲାଭାଂଶ ଦେବାକୁ ମଞ୍ଜୁରୀ ଦେଇଛି ଆରବିଆଇ ବୋର୍ଡ ।

ସରକାରଙ୍କୁ  99,122 କୋଟି ଟଙ୍କା ଦେବ ଆରବିଆଇ
ସରକାରଙ୍କୁ 99,122 କୋଟି ଟଙ୍କା ଦେବ ଆରବିଆଇ

ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହା ଅନୁଯାୟୀ ଆରବିଆଇର ବଳକା ପାଣ୍ଠି (ସରପ୍ଲସ ଫଣ୍ଡ)ରୁ ସରକାରଙ୍କୁ ଟଙ୍କା ସ୍ଥାନାନ୍ତରଣ ନିର୍ଣ୍ଣୟ ନିଆଯାଇଛି । ଏହା ବ୍ୟତିତ ଆରବିଆଇ ବୋର୍ଡ ଜରୁରୀକାଳୀନ ରିସ୍କ ବଫର(Contingency Risk Buffer )କୁ 5.5 ପ୍ରତିଶତରେ ବଜାୟ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏକ ବିଜ୍ଞପ୍ତି ଅନୁସାରେ, ଅର୍ଥବ୍ୟବସ୍ଥା ଉପରେ କୋଭିଡ-19 ଦ୍ବିତୀୟ ଲହର ପ୍ରକୋପକୁ କମ ପାଇଁ ସମ୍ପ୍ରତ୍ତି ଆର୍ଥିକ ସ୍ଥିତି , ବୈଶ୍ବିକ ଓ ଘରୋଇ ଚ୍ୟାଲେଞ୍ଜ ଓ ଉପାୟର ସମୀକ୍ଷା କରିଛି ଆରବିଆଇ ବୋର୍ଡ ।

ଏଥିସହ ବୈଠକରେ ନିର୍ଣ୍ଣୟ ନିଆଯାଇଛି କି ଆରବିଆଇ ଲେଖା ଅବଧି ବଦଳାଇ ଏପ୍ରିଲରୁ ମାର୍ଚ୍ଚ ରଖାଯିବ । ପୂର୍ବରୁ ଏହା ଜୁଲାଇରୁ ଜୁନ ଯାଏଁ ଥିଲା । ତେବେ ବୋର୍ଡ ଏଥର ଜୁଲାଇରୁ 2021 ମାର୍ଚ୍ଚ, 9 ମାସର ଅବଧି ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକଳାପ ଉପରେ ଚର୍ଚ୍ଚା କରିଛି । ଆଉ ସମୀକ୍ଷା ପରେ କେନ୍ଦ୍ରୀୟ ବୋର୍ଡ କେନ୍ଦ୍ର ସରକାରଙ୍କୁ ଏହି ସଂକ୍ରମଣ କାଳର ମୁକାବିଲା ପାଇଁ 99,122 କୋଟି ଟଙ୍କା ଟ୍ରାନ୍ସଫର କରିବାକୁ ମଞ୍ଜୁରୀ ଦେଇଛି । ଏହି ବୈଠକରେ ଡେପୁଟି ଗଭର୍ଣ୍ଣର ମହେଶ କୁମାର ଜୈନ , ମାଇକେଲ ଦେବବ୍ରତ ପାତ୍ର, ଏମ ରାଜେଶ୍ବର ରାଓ ଏବଂ ଟି ରବି ଶଙ୍କର ସମେତ ଆର୍ଥିକ ସେବା ବିଭାଗ ସଚିବ ଆଦି ସାମିଲ ଥିଲେ ।

ପ୍ରକାଶ ଯେ, ରିଜର୍ଭ ବ୍ୟାଙ୍କର ଆୟରେ କୌଣସି ପ୍ରକାର କର ଦେବାକୁ ପଡିନଥାଏ । ଆରବିଆଇ ଯାହା ଆୟ କରେ ସେଥିରୁ ତାର ଆବଶ୍ୟକତା ଖର୍ଚ୍ଚ , ନିବେଶ ପରେ ଯାହା ଟଙ୍କା ବଳକା ହୁଏ ତାକୁ ସରପ୍ଲସ ଫଣ୍ଡ କୁହାଯାଏ । ଏହା ଏକ ପ୍ରକାର ପ୍ରଫିଟ ମଧ୍ୟ । ଏଣୁ ଏହାକୁ ଆରବିଆଇର ଲାଭାଂଶ ମଧ୍ୟ କୁହାଯାଏ । ଯାହାର ଏକ ବଡ ଭାଗ ଆରବିଆଇ ସରକାରଙ୍କୁ ଦେଇଥାଏ । ଆଉ ବାକୁ ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ପାଖରେ ରଖିଥାଏ ।

ଆରବିଆଇ ନିଜର ସରପ୍ଲସ ଟଙ୍କାରୁ ପ୍ରତି ବର୍ଷ ସରକାରଙ୍କୁ ଲାଂଭାନ୍ସ ଦେଇଥାଏ । ଏହା ପୂର୍ବରୁ ଆରବିଆଇ 2019 ରେ ସରକାରଙ୍କ 1.76 ଲକ୍ଷ କୋଟି ଟଙ୍କା ପଠାଇଥିଲା । ଆଉ ଏହି ନେଣଦେଣକୁ ନେଇ ସରକାର ଓ ଆରବିଆଇ ମଧ୍ୟରେ ପୂର୍ବରୁ ବିବାଦ ବି ଦେଖାଦେଇଥିଲା ।

ଆରବିଆଇ ଆକ୍ଟ 1934 ର ଚାପ୍ଟର 4 ସେକ୍ସନର 47 ଅନୁଯାୟୀ ଆରବିଆଇର ନିଜର କାର୍ଯ୍ୟପ୍ରଣାଳୀ ଜରିଆରେ ବଳକା ଫଣ୍ଡକୁ ସରକାରକୁ ଦେବା ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.